ବିଶ୍ୱାସରେ ବିଷ ଦେଲେ ବାବା, ବାବାଙ୍କ କାରନାମା ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେଇଦେବେ

ପଦ୍ମପୁର ଥାନା ଅଞ୍ଚଳରେ ପାଖାପାଖି ୨୦ ବର୍ଷ ହେବ ଵିବେକା ସାହୁ ଘର ସଂସାର ଛାଡ଼ି ବାବା ହେଇଯାଇଥିଲେ। ତେଣୁ ବିବେକା ବାବା ନାମରେ ଜଣାଶୁଣା ଏହି ବ୍ୟକ୍ତିଙ୍କୁ ଅଞ୍ଚଳରେ ସମସ୍ତେ ସମ୍ମାନ କରନ୍ତି। ଅଞ୍ଚଳରେ ବାବାଙ୍କ ପ୍ରଭାବ ବି ବହୁତ୍ ଥିଲା। ଏହିସବୁର ସୁଯୋଗ ନେଇ ଜଣେ ସ୍ଥାନୀୟ ମାନସିକ ବିକୃତ ୨୫ ବର୍ଷୀୟ ଯୁବତୀଙ୍କୁ ଚକଲେଟ ବିସ୍କୁଟ ଦେଇ ଡାକୁଥିଲେ ବାବା। କିନ୍ତୁ ହଠାତ ଘର ଲୋକେ ଜାଣିବାକୁ ପାଇଥିଲେ ଯେ ଝିଅ ଗର୍ଭବତୀ ଅଛନ୍ତି ବୋଲି।

ଆଉ ଗର୍ଭବତୀ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିବେକା ବାବା। ପ୍ରାଥମିକ ପ୍ରମାଣ ପାଇଁ ବାବାଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା ପଦ୍ମପୁର ପୋଲିସ। ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ୨୫ ବର୍ଷୀୟ ମାନସିକ ବିକୃତ ଆଦିବାସୀ ଯୁବତୀ ଭଲ ଭାବରେ କଥା କହି ପାରୁନଥିଲେ। ତେଣୁ ଏସବୁର ଫାଇଦା ନେଇ ବିବେକା ବାବା ଜଣଙ୍କ ଯୁବତୀଙ୍କୁ ପାଖକୁ ଡାକୁଥିଲେ। ଯୁବତୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ଚକୋଲେଟ ବିସ୍କୁଟ ଦେଇ ମିଛ ସତକଥା କହୁଥିଲେ ବାବା।

ତେଣୁ ଘର ଲୋକଙ୍କୁ ବି ସନ୍ଦେହ ହେଉନଥିଲା। କିନ୍ତୁ ଯୁବତୀ ଜଣଙ୍କର ଶାରୀରିକ ଲକ୍ଷଣ ପରିବର୍ତ୍ତନ ହେବାରୁ ସନ୍ଦେହ କଲେ ଲୋକ ମାନେ। ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଲା ଯେ, ଯୁବତୀଙ୍କୁ ୬ ରୁ ୭ ମାସର ଗର୍ଭବତୀ ଥିଲେ। ବାବାଙ୍କୁ ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ ଯୁବତୀଙ୍କ ବାପା। କିନ୍ତୁ ଗାଁ ସାହିରେ ମାମଲାର ସମାଧାନ କରିବାକୁ କହି ଶୁଣିନଥିଲେ ପଦ୍ମପୁର ପୋଲିସ।

ତେଣୁ ନିଜ ଜାତିଭାଇ ବା ଆଦିବାସୀ ସଂଘକୁ ଜଣାଇଥିଲେ ଯୁବତୀଙ୍କ ବାପା। ଏହି କଥା ଯାଇ ପହଞ୍ଚିଥିଲା ଉତ୍ତରାଞ୍ଚଳ ଆଇଜି ହ୍ୟୁମଂଶୁ ଲାଲଙ୍କ ପାଖରେ। ଆଇଜିଙ୍କ ତାଗିଦ୍ ପରେ ଆକସନ୍ ମୁଡକୁ ଆସିଥିଲା ପୋଲିସ। ପ୍ରାଥମିକ ପ୍ରମାଣ ପରେ ଗିରଫ ହେଇଥିଲେ ବାବା। ପଦ୍ମପୁର ଏଷ୍ଟିପିଓଙ୍କ ସୂଚନା ଅନୁସାରେ ବାବାଙ୍କ ମେଡିକାଲ ଚିକିତ୍ସା କରାଯାଇଥିଲା। ଯୁବତୀଙ୍କ ପ୍ରସବ ପରେ ଡିଏନେ ପାଇଁ ପଠାଯିବ।