ରାସ୍ତାରେ ଗୋରୁଙ୍କ ପାଇଁ ରାସ୍ତା କଡକୁ ଖସିପଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଲେ ଅଭିନେତ୍ରୀ, ଜାଣନ୍ତୁ ପୁରା‌ ଘଟଣା

ଲୁମରୈନା ସତପଥୀ ଓଡ଼ିଶାର ଜଣେ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ, ବିଭିନ୍ନ ଓଡ଼ିଆ ଧାରାବାହିକରେ ତାଙ୍କ ଭୂମିକା ପାଇଁ ବେସ୍ ଜଣାଶୁଣା। ତାଙ୍କ ଅଭିନୟ କ୍ୟାରିୟର ବ୍ୟତୀତ, ସେ ଜଣେ ଉଦ୍ୟୋଗୀ, ଲୁମରୈନା ଏଣ୍ଟରଟେନମେଣ୍ଟ ଇଭେଣ୍ଟସର ମାଲିକ ଏବଂ CGI CCTV କ୍ୟାମେରାର ସିଇଓ ମଧ୍ୟ। ତେବେ ଦୁର୍ଘଟଣାର ଶିକାର ହୋଇ ଅଳ୍ପକେ ବର୍ତ୍ତିଗଲେ ଅଭିନେତ୍ରୀ ଲୁମରୈନା।

ରାଜଧାନୀ ଭୁବନେଶ୍ୱରରେ ଅଳ୍ପକେ ବଞ୍ଚିଗଲେ ଅଭିନେତ୍ରୀ ଲୁମରୈନା ଶତପଥୀ । ଗାଈକୁ ବଞ୍ଚେଇବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ । ତେବେ ଦୁର୍ଘଟଣାରେ ଅଭିନେତ୍ରୀଙ୍କ ମୁହଁରେ ଆଘାତ ଲାଗି ଖଣ୍ଡିଆ ହୋଇଯାଇଥିବା ବେଳେ ନାକରୁ ରକ୍ତ ବାହାରିଥିବା ସେ ଏକ ଭିଡିଓରେ କହିଛନ୍ତି । ଭୁବନେଶ୍ୱର ପଟିଆ ଛକରେ ଏହି ଦୁର୍ଘଟଣା ଘଟି ତାଙ୍କର କାରଟି ଭାଙ୍ଗି ଯାଇଛି।

ରାସ୍ତାରେ ବୁଲା ଗାଈ ଗୋରୁ ଥିବାରୁ ସେମାନଙ୍କୁ ସୁରକ୍ଷା ଦେବାକୁ ଯାଇ ସେ ଗାଡି ଅନ୍ୟ ଦିଗରେ ଚଲାଇ ନେବାକୁ ଦୁର୍ଘଟଣାଟି ଘଟିଛି । ତାଙ୍କ କାରଟି ଡିଭାଇଡର ଡେଇଁ ଏକ ଗଛରେ ପିଟିହେବା କାରଣରୁ ଏହି ଦୁର୍ଘଟଣା ହୋଇଛି । ସେପଟେ ଅଭିନେତ୍ରୀ ଆହତ ହୋଇଥିବା ବେଳେ ଗାଈଗୋରୁ କିନ୍ତୁ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ଦୁର୍ଘଟଣା ପରେ ଏକ ଭିଡିଓ ଜାରି କରି ରାସ୍ତାରୁ ବୁଲା ଗାଈ ଗୋରୁଙ୍କୁ ହଟାଇ ସେମାନଙ୍କ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ଅଭିନେତ୍ରୀ । ପୂର୍ବରୁ ରାସ୍ତାରେ ବୁଲା ଗାଈ ଗୋରୁଙ୍କ ପାଇଁ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହାକୁ ରୋକିବା ନେଇ ପ୍ରଶାସନ ପଦକ୍ଷେପ ନେଉ ନଥିବାରୁ ସେ ଏହାର ତୁରନ୍ତ ସମାଧାନ କରିବାକୁ ଅପିଲ କରିଛନ୍ତି ।