ବନ୍ଦ ହୋଇଯିବ ଜ଼ିରୋ ବାଲାନ୍ସ ଆକାଉଣ୍ଟ! ତୁରନ୍ତ କରନ୍ତୁ ଇକେୟାଇସି, ଜାଣନ୍ତୁ ପୁରା‌ ଖବର

ସରକାର ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ସମସ୍ତ ଆକାଉଣ୍ଟ ଧାରକଙ୍କୁ ରି-କେୱାଇସି କରାଇବାକୁ ବାଧ୍ୟତାମୂଳକ କରିଛନ୍ତି। ଯଦି ଆପଣ ଏହି ସମୟ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ନ କରନ୍ତି, ତେବେ ଆପଣଙ୍କ ଜନଧନ ଆକାଉଣ୍ଟ ବନ୍ଦ ହୋଇପାରେ। ରି-କେଓୱାଇସି ପ୍ରକ୍ରିୟା ଅତ୍ୟନ୍ତ ସହଜ। ଏଥିରେ ଆପଣ ବ୍ୟାଙ୍କ ଶାଖାକୁ ଯାଇ ନିଜର ପୁରୁଣା ତଥ୍ୟ ଯେପରି ନାମ, ଠିକଣା ଏବଂ ଫଟୋ ଅପଡେଟ କରିପାରିବେ।

ଏହା ଠକେଇକୁ ରୋକିବାରେ ସାହାଯ୍ୟ କରେ ଏବଂ ବ୍ୟାଙ୍କିଂ ସେବାକୁ ସୁଗମ ରଖିଥାଏ। ଏହି ପ୍ରକ୍ରିୟା ପାଇଁ କୌଣସି ଶୁଳ୍କ ଲାଗୁ ହୁଏ ନାହିଁ। ଜନଧନ ଆକାଉଣ୍ଟର ସଂଖ୍ୟା ଗତ ଦଶ ବର୍ଷ ମଧ୍ୟରେ ଜନଧନ ଆକାଉଣ୍ଟର ସଂଖ୍ୟା ନିରନ୍ତର ବୃଦ୍ଧି ପାଇଛି। ୨୦୧୫ରେ ୧୪.୭୨ କୋଟି ଆକାଉଣ୍ଟ ଖୋଲାଯାଇଥିଲା। ୨୦୧୭ ସୁଦ୍ଧା ଏହା ୨୮.୧୭ କୋଟିକୁ ବୃଦ୍ଧି ପାଇଥିଲା। ୨୦୧୯ରେ ଏହା ୩୫.୨୭ କୋଟି, ୨୦୨୧ରେ ୪୨.୨୦ କୋଟି ଏବଂ ୨୦୨୩ରେ ୪୮.୬୫ କୋଟିକୁ ପହଞ୍ଚିଥିଲା। ଅନୁମାନ କରାଯାଉଛି ଯେ ୨୦୨୫ ସୁଦ୍ଧା ଏହି ସଂଖ୍ୟା ୫୬.୧୬ କୋଟିକୁ ପହଞ୍ଚିପାରେ।

ଯଦି ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ରି-କେଓୱାଇସି କରାଯାଏ ନାହିଁ, ତେବେ ଆକାଉଣ୍ଟ ନିଷ୍କ୍ରିୟ ବା ଇନଅପରେଟିଭ ହୋଇପାରେ। ଏହା ଦ୍ୱାରା ଲେଣଦେଣ ବନ୍ଦ ହୋଇପାରେ ଏବଂ ସରକାରୀ ସବସିଡି ପାଇବାରେ ମଧ୍ୟ ଅସୁବିଧା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ସରକାରୀ ବ୍ୟାଙ୍କଗୁଡ଼ିକ ୧ ଜୁଲାଇରୁ ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ସମଗ୍ର ଦେଶରେ ଗ୍ରାମ ପଞ୍ଚାୟତ ସ୍ତରରେ କ୍ୟାମ୍ପ ଆୟୋଜନ କରୁଛନ୍ତି। ଏହି କ୍ୟାମ୍ପଗୁଡ଼ିକରେ ବ୍ୟାଙ୍କ କର୍ମଚାରୀମାନେ ସିଧାସଳଖ ଆକାଉଣ୍ଟ ଧାରକଙ୍କ ଘରେ ପହଞ୍ଚି ରି-କେଓୱାଇସି କରୁଛନ୍ତି।

ଏଯାଏଁ ପ୍ରାୟ ୧ ଲକ୍ଷ ଗ୍ରାମ ପଞ୍ଚାୟତରେ କ୍ୟାମ୍ପ ଆୟୋଜିତ ହୋଇସାରିଛି। ଜନଧନ ଆକାଉଣ୍ଟ ହେଉଛି ଜିରୋ ବାଲାନ୍ସ ଆକାଉଣ୍ଟ। ଆକାଉଣ୍ଟ ସହିତ ମାଗଣା ରୁପେ କାର୍ଡ ମିଳିଥାଏ, ଯାହା ଦ୍ୱାରା ଆପଣ ଏଟିଏମରୁ ଟଙ୍କା ଉଠାଇ ପାରିବେ କିମ୍ବା ଦୋକାନରେ ପେମେଣ୍ଟ କରିପାରିବେ। ଆକାଉଣ୍ଟ ଧାରକମାନଙ୍କୁ ପ୍ରଦାନ କରାଯାଇଥିବା ରୁପେ କାର୍ଡ ସହିତ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ମଧ୍ୟ ମିଳିଥାଏ। ଏହା ବ୍ୟତୀତ, ଆକାଉଣ୍ଟ ଉପରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ମଧ୍ୟ ଉପଲବ୍ଧ।