ଜଗା ସାମ୍ନାରେ ନୃତ୍ୟ କରିବାକୁ କିଏ ଅନୁମତି ଦେଉଛି ? ବିବାଦରେ ରୁପା ପିଣ୍ଟୁ, ଜାଣନ୍ତୁ ପୁରା‌ ଖବର

ଆପଣମାନେ ୟୁଟ୍ୟୁବରେ ଅନେକ ୟୁଟ୍ୟୁବରମାନଙ୍କର ଭିଡିଓ ଦେଖୁଥିବେ । ଆପଣମାନେ ରୂପା, ପିଣ୍ଟୁ ଆଉ ଖୁସି ଏକ୍ସପ୍ରେସ ବିଷୟରେ ଜାଣିଥିବେ । ଏହି ୟୁଟ୍ୟୁବରମାନେ ପ୍ରତିବର୍ଷ ରଥଯାତ୍ରା ବେଳକୁ ତାଙ୍କର ଆଲବମ ଭିଡିଓ ଆଣନ୍ତି । ଏହି ୟୁଟ୍ୟୁବର ରୂପା ଆଉ ପିଣ୍ଟୁ କ୍ରିଏସନ୍ ଖୁସି ଏଣ୍ଟରଟେନମେଣ୍ଟରେ ଏକ ଭଜନ ଭିଡିଓ ଆଣିଛନ୍ତି ।

ଏବେ ଏହାକୁ ନେଇ ଅନେକ ଖବର ଆସୁଛି । ଏହି ସବୁ ଭଜନ ଗୀତରେ ରୂପା ଅଭିନୟ କରିଥାନ୍ତି ଆଉ ବହୁତ ଚମତ୍କାର ଅଭିନୟ କରିଥାନ୍ତି । ଗୀତର ତାଳେ ତାଳେ ସେ ଭଲ ନାଚ କରିଥାନ୍ତି । ଏ ବର୍ଷ “ମୋ କାଳିଆ ଆସୁଛି ରଥରେ” ଭଜନ ଗୀତରେ ଅଭିନୟ କରିଛନ୍ତି ରୂପା । ଏବେ ଏହି ଗୀତ ଆସିବା ପରେ ସମସ୍ତେ ପ୍ରଶ୍ନ କରିଛନ୍ତି ଯେଉଁଠି ରଥଯାତ୍ରାରେ ପ୍ରବଳ ଭିଡ ଲାଗୁଛି ଆଉ ଦଳା ଚକଟାରେ ତିନିଜଣଙ୍କର ପ୍ରାଣ ଚାଲି ଯାଉଛି ଆଉ ପୁରୀ ଜିଲ୍ଲାର ଏସପି ଆଉ କର୍ମଚାରୀଙ୍କୁ ବଦଳି କରାଯାଉଛି ।

ଆଉ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି ସେହି ସ୍ଥାନରେ ରୁପା ଆଉ ପିଣ୍ଟୁଙ୍କୁ ଜଗା ସାମ୍ନାରେ ନୃତ୍ୟ କରିବାକୁ କିଏ ଅନୁମତି ଦେଉଛି ? ଏବେ ଏଭଳି ପ୍ରଶ୍ନ ସମସ୍ତଙ୍କ ମନକୁ ଆସୁଛି । ପ୍ରତିବର୍ଷ ରୂପା ପିଣ୍ଟୁ ତାଙ୍କ ଗାଁରେ ରଥଯାତ୍ରା ଅନୁଷ୍ଠିତ କରନ୍ତି ଆଉ ସେ ଏହି ଗୀତରେ ନାଚ କରନ୍ତି । ଜଗା ତାଙ୍କୁ ସାହସ ଆଉ ଭରଷା ଦେଉଛନ୍ତି ଏଭଳି କରିବାକୁ , ଯେତେବେଳେ ପ୍ରଭୁ ଜଗନ୍ନାଥ ତାଙ୍କ ସାଥ ଦେଉଛନ୍ତି ଆଉ କିଏ ବା ତାଙ୍କୁ ମନା କରିବ ।

ପ୍ରଭୁ ଜଗନ୍ନାଥଙ୍କ ନାମ ପ୍ରଚାର ପ୍ରସାର କରିବା ପାଇଁ ରୂପା ପିଣ୍ଟୁ ଅନେକ କିଛି କରୁଛନ୍ତି । ସେମାନେ କରୁଥିବା ଭିଡିଓକୁ ଅନେକ ଲୋକ ଦେଖୁଛନ୍ତି । ପୂର୍ବ ବର୍ଷ କରିଥିବା ଭିଡିଓକୁ ୭୦ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି ଆଉ ଏହି ବର୍ଷ କରିଥିବା ଭିଡିଓ ମଧ୍ୟ ଅନେକ ଲୋକ ଦେଖିଲେଣି । ଜଗନ୍ନାଥ ସଂସ୍କୃତିକୁ ରୂପା ପିଣ୍ଟୁ ଲୋକମାନଙ୍କର ସାମ୍ନାକୁ ଆଣୁଛନ୍ତି । ପ୍ରଭୁ ଜଗନ୍ନାଥ ତାଙ୍କ ସହିତ ସବୁବେଳେ ଅଛନ୍ତି ଆଉ ତାଙ୍କୁ ଏସବୁ କରିବା ପାଇଁ ଆଉ ତାଙ୍କ ସହିତ ସବୁବେଳେ ଭଗବାନ ଜଗନ୍ନାଥ ରହିଛନ୍ତି ।