ଓଡ଼ିଶାରେ ଉପଭୋକ୍ତାଙ୍କୁ ଶୋଷଣ, ଜାତୀୟସ୍ତର ତୁଳନାରେ ଓଡ଼ିଶାବାସୀ ଦେଉଛନ୍ତି ଅଧିକ ବିଲ୍, ଜାଣନ୍ତୁ ପୁରା‌ ଖବର

ଓଡ଼ିଶାରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶୋଷଣ। ଜାତୀୟସ୍ତର ତୁଳନାରେ ଓଡ଼ିଶାବାସୀ ଦେଉଛନ୍ତି ଅଧିକ ବିଲ। ଏହାରି ଭିତରେ ସ୍ମାର୍ଟ ମିଟରକୁ ନେଇ ଲୋକଙ୍କ ମନରେ ଉପୁଜିଛି ଚିନ୍ତା। ଉପଭୋକ୍ତାଙ୍କ ମାଳ ମାଳ ଅଭିଯୋଗକୁ ନେଇ ମହାସଂଘ ବିଦ୍ୟୁତ୍ ନିୟାମକ ଆୟୋଗକଙ୍କ ନିକଟରେ ଅଭିଯୋଗ କରିବା ପରେ ସମସ୍ୟାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଗ୍ରାହକ ଓ ଅନୁଷ୍ଠାନ ଗୁଡ଼ିକ ଠାରୁ ଅଭିଯୋଗ ଓ ମତାମତ ଗ୍ରହଣ ପାଇଁ ନୋଟିସ ଜାରି ହେଇଛି।

ହେଲେ ସ୍ମାର୍ଟ୍ ମିଟର ଲଗାଇବା ପାଇଁ ପବ୍ଲିକ ନୋଟିସ ଜାରି ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଓଡ଼ିଶା ବିଦ୍ୟୁତ୍ ଉପଭୋକ୍ତା ମହାସଂଘ। ଧମକରେ ନଡରି ଉପଭୋକ୍ତା ମାନେ ସ୍ମାର୍ଟ୍ ମିଟର ନଲଗେଇବା ପାଈଁ ନିବେଦନ କରିଛି ମହାସଂଘ୍। ଏନେଇ ଦିନକ ପରେ ମହାସଙ୍ଘର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ଏବଂ ଜନସଂଗ୍ରାମ ଗଢି ତୋଳିବାକୁ ନିଷ୍ପତି ନିଆଯିବ ବୋଲି କୁହାଯାଇଛି।

ଔଆରସି ଶୁଣାଣି ପୂର୍ବରୁ ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ବୋଲି ଦିଆଯାଇଥିବା ନୋଟିସକୁ ସମାଲୋଚନା କରିଛି ବିଜେଡି। ଓଡ଼ିଶାବାସୀ ଅଧିକ ବିଜୁଳି ବିଲ ଦେଉଛନ୍ତି। ସେପଟେ ସ୍ମାର୍ଟ ମିଟର ବେଡ଼ି ଉପରେ କୋରଡ଼ା ମାଡ଼ କହିଛି ଦଳ। ଉପଭୋକ୍ତାଙ୍କୁ ଶୋଷଣ କରାଗଲେ ଆଗକୁ ବଡ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ।

ସେପଟେ ଲୋକଙ୍କୁ ଆଉ କେତେ ଲୁଟ କରାଯିବ ବୋଲି ପ୍ରଶ୍ନ କରିଛି ସିବିଆଇ। ପୂର୍ବରୁ ଲୋକେ ଟ୍ରେଲର ଦେଖାଇଥିଲେ ଆଗକୁ ସାଧାରଣ ଗ୍ରାହକ ଓ ବିଦ୍ୟୁତ୍ ଅଧିକାରୀଙ୍କୁ ଗାଁରେ ବସିବାକୁ ଦେବେ ନାହିଁ ବୋଲି ଦଳ କହିଛି। ବିଜୁଳି ବଳକା ରାଜ୍ୟ ଓଡ଼ିଶାର ବିଦ୍ୟୁତ୍ ଗ୍ରାହକ ଏବେ ନାନା ସଙ୍କଟ ମଧ୍ୟରେ ପେଶି ହେଉଛନ୍ତି। ଏଭଳି ସ୍ଥିତିରେ ସ୍ମାର୍ଟ ମିଟର ବାଡ ବିଦ୍ୟୁତ୍ ଗ୍ରାହକଙ୍କୁ ଅଧିକ ଆଶଙ୍କାକୁ ଠେଲି ଦେଇଛି।