ହୀରାକୁଦରୁ ମାଡ଼ି ଆସୁଛି ପାଣି ଫୁଲୁଛି ମୁଣ୍ଡଳୀ, ରାତି ପାହିଲେ କଟକ ବୁଡ଼ିବ, ତଳିଆ ଅଞ୍ଚଳରେ ଛନକା, ଜାଣନ୍ତୁ ପୁରା‌ ଖବର

ଆସନ୍ତା ୨୪ ଘଣ୍ଟା ଭିତରେ କଟକ ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦର ପ୍ରଥମ ବନ୍ୟାଜଳ। ପର୍ଯ୍ୟାୟକ୍ରମେ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ପାଣି । ଗତକାଲି ପ୍ରଥମେ ଡ୍ୟାମ ବାମପାର୍ଶ୍ବର ୭ ନମ୍ବର ସ୍ଲୁଇସ ଗେଟ୍ ଖୋଲାଯାଇଥିଲା । ପରେ ପର୍ଯ୍ୟାୟକ୍ରମରେ ବାମପାର୍ଶ୍ବର ୧୩ ଟି ଓ ଡାହାଣ ପାର୍ଶ୍ବର ୭ଟି ଗେଟ ଖୋଲାଯାଇଥିଲା ।

ଜଳସ୍ତର ୬୦୫ ଫୁଟ ଖସିବା ପର୍ଯ୍ୟନ୍ତ ଜଳ ନିଷ୍କାସନ ଜାରି ରହିବ।

ହୀରାକୁଦ ପାଣି ଯୋଗୁଁ ବନ୍ୟା ଆସିବାର ସମ୍ଭାବନା ନାହିଁ । ତଥାପି ସତର୍କ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ହୀରାକୁଦ ବନ୍ୟାଜଳ ଛଡ଼ାଯିବା ପୂର୍ବରୁ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ କରିଛି ପ୍ରଶାସ ନ। ସ୍ଥିତି ଉପରେ ପୋଲିସ, ଅଗ୍ନିଶମ ଓ ଓଡ୍ରାଫ ଟିମ୍ ନଜର ରଖିଛନ୍ତି ।