ବେଶ ଜାକଜମକ ଭିତରେ ପଞ୍ଚ ତାରକା ହୋଟେଲରେ ଚାଲିଥିଲା ବାହାଘର। ସରିଯାଇଥିଲା ବରଣମାଲା ଆଉ ପଡି ଯାଇଥିଲା ହାତଗଣ୍ଠି। ଖାଲି ବାକି ଥିଲା ସାତ ଫେରା। ଆଉ ଏତିକି କେବଳେ ବର କାନରେ ପଡିଲା ଇଡି ଆସୁଛି ଆଉ ଏହା ଶୁଣିବା ପରେ ବରର ଉଡି ଯାଇଥିଲା ହୋସ୍। ଗିରଫ ଭୟରେ କନିଆଁକୁ ମଣ୍ଡପରେ ଛାଡି ଛୁ ମାରିଥିଲା ବର। ତେବେ ବାହାଘର ଥିଲା ବହୁଚର୍ଚ୍ଚିତ ମହାଦେବ ବଟିଂ ଆପ୍ ମାମଲାର ମଖ୍ୟ ଅଭିଯୁକ୍ତର ଘନିଷ୍ଠ ସୌରଭ ଅହୁଜାର।
ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ଆଖିରେ ଧୂଳି ଦେଇ ରାଜସ୍ଥାନରେ ଚାଲିଥିଲା ରୟାଲ ୱେଡିଂ। ଲୁଚିଛପି ଫାଇଭ ଷ୍ଟାର୍ ହୋଟେଲରେ ସୌରଭ କରୁଥିଲା ଲଗ୍ଜୁରୀ ବିବାହ। ଜୁଲାଇ ୨ ତାରିଖରେ ଜୟପୁରର ପାରାମାଉଣ୍ଟ ହୋଟେଲରେ ବିବାହ କରୁଥିଲା ସୌରଭ। ଏତିକି ବେଳେ ଖବର ପାଇ ପହଞ୍ଚିଥିଲା ଇଡି। ତାଙ୍କର ଯୋଜନା ଥିଲା ସାତ ଫେରା ପରେ ସୌରଭଙ୍କୁ ଗିରଫ କରିବାକୁ ।
କିନ୍ତୁ ତା’ପୂର୍ବରୁ ଇଡିକୁ ଚକମା ଦେଇ ମଣ୍ଡପରେ ନବବଧୂକୁ ଛାଡି ଫେରାର ହୋଇଯାଇଥିଲା ବର। ଆପ ଏପଟେ ବରର କାରନାମା ଦେଖି ଆଶ୍ଚର୍ଯ୍ୟ ହୋଯାଇଥିଲେ ଝିଅଘର ଲୋକ।ଭାରତର ସବୁଠାରୁ ବଡ଼ ଅନଲାଇନ୍ ବେଟିଂ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ ହେଉଛି ମହାଦେବ ବେଟିଂ ଆପ୍। ଏହା ମାଧ୍ୟମରେ କୋଟି କୋଟି ଟଙ୍କାର ବେଆଇନ କାରବାର ମାମଲାରେ ରାୟପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ବୁଧବାର ଜୟପୁରରେ ପହଞ୍ଚିଥିଲା।
ସେମାନେ ଅଭିଯୁକ୍ତ ସୌରଭ ଆହୁଜାଙ୍କୁ ଧରିବା ପାଇଁ ଚଢାଉ କରିଥିଲେ, କିନ୍ତୁ ଇଡି ଅଧିକାରୀମାନଙ୍କୁ ଚକମା ଦେଇ ଅଭିଯୁକ୍ତ ଖସି ପଳାଇ ଯାଇଥିଲା। ଏହି ମାମଲାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା ଜାରି ରହିଛି। ଭୋପାଳର ବାସିନ୍ଦା ଅଭିଯୁକ୍ତ ସୌରଭ ଆହୁଜା ମହାଦେବ ବେଟିଂ ଆପ୍ ମାମଲା ମୁଖ୍ୟ ଅଭିଯୁକ୍ତଙ୍କ ବିବାହ ପାଇଁ ରାୟପୁରରୁ ଦୁବାଇ ବିମାନ ବୁକିଂ କରିଥିଲା। ଏହା ପରଠାରୁ ଇଡି ଟିମ୍ ସୌରଭ ଆହୁଜା ପଛରେ ପଡ଼ିଥିଲା।