କେବଳ ଜନ୍ମଦିନ ଶୁଭେଚ୍ଛା ଓ ଦଳିଆ ନେତାଙ୍କ ଚାଟୁକାରିତା ପାଇଁ ଅଛି ସରକାରଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ? ଜାଣନ୍ତୁ ପୁରା ରିପୋର୍ଟ

ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । ଯେତେବେଳେ ସୌମ୍ୟାଶ୍ରୀ ମୃତ୍ୟୁ ବୋଲି ଘୋଷଣା କରାଗଲା ତା’ପରେ (ଏକ୍ସ)ଟୁଇଟରରେ ନେତା ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ଯେତେବେଳେ ସୌମ୍ୟାଶ୍ରୀ ଏମାନଙ୍କୁ ଟୁଇଟ କରିଥିଲେ, ନ୍ୟାୟ ଭିକ୍ଷା କରିଥିଲେ, ସେତେବେଳେ ଏସବୁ ଭଦ୍ରଲୋକ କେଉଁଠି ଥିଲେ।

ଏହି ଘଟଣାରେ ରାଜନୈତିକ ଦଳ ସକ୍ରିୟ ହୋଇ ଯାଇଥିଲେ । ମାନବ ଅଧିକାର କର୍ମୀ ଧଡାଧଡ ଯାଇ ତାଙ୍କ ପିଟିସନ ଫାଇଲ କରିଲେ । ବିରୋଧୀ ଦଳଙ୍କୁ ବିରୋଧ କରାଗଲା । ଛାତ୍ର କଂଗ୍ରେସ ମାନ୍ୟବର ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଫଟୋ ଉପରେ ମଦ ଢଳା ଗଲା । କୁହାଗଲା ସେ ହେଉଛନ୍ତି ମଦୁଆ ମନ୍ତ୍ରୀ ତାଙ୍କୁ ଇସ୍ତଫା ଦେଇଦେବା ଦରକାର । ବିଜେଡି ଦଳର କର୍ମୀମାନେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବାସଭବନ ଘେରାଉ କରିଲେ । ଏହି ସବୁ ଘଟଣା ବିଗତ ୪୮ ଘଣ୍ଟାରେ ଘଟିଛି ।

ଏହି ଘଟଣାରେ ପୀଡ଼ିତା ସୌମ୍ୟଶ୍ରୀ ବିଶି ଏବିପିବି ସହିତ ଜଡିତ । ଜଣେ ଝିଅ ହିସାବରେ ସେ ଗୋଟିଏ ସତ ଘଟଣା ସାମ୍ନାକୁ ଆଣିବାକୁ ଚାହୁଁଥିଲେ । ବିଗତ ଏକ ବର୍ଷ ଧରି ବିଜେପି ସରକାର ନାରୀ ସୁରକ୍ଷାକୁ ନେଇ ଅନେକ କିଛି ଡିଙ୍ଗୁରା ପିଟି ଚାଲିଛି । ସୌମ୍ୟଶ୍ରୀ ଯାହା କରିଛନ୍ତି ତାହା ପ୍ରଶଂସାର ଯୋଗ୍ୟ । ସେ ସମସ୍ତଙ୍କୁ ଟୁଇଟ୍ କରି ସବୁ କହିଛନ୍ତି । ପ୍ରଥମେ ସେ ଦିଏଚଇ ଓଡ଼ିଶା, ତାପରେ ସୂର୍ଯ୍ୟବଂଶୀ ସୁରଜ୍, ତାପରେ ଧର୍ମେନ୍ଦ୍ର ପ୍ରଧାନ, ଆଉ ତାପରେ ସିଏମ ଓଡ଼ିଶା ମୋହନ ମାଝୀ ଆଉ ତାପରେ ଜିଲ୍ଲାପାଳ ବାଲେଶ୍ଵର, ତାପରେ ମାନସ କୁମାର ଦତ୍ତ ଏମଏଲଏ ବାଲେଶ୍ଵର ଲେଖି ଟୁଇଟ କରିଥିଲେ ।

ଏହିସବୁ ଟୁଇଟରରେ ଆକ୍ଟୀଭ ଥିଲେ କିନ୍ତୁ ଏହି ଟୁଇଟ୍ ଉପରେ କେହି ବି କିଛି କଥା କହି ନଥିଲେ । ଏହି ନେତାମାନେ ଅନ୍ୟ ନେତାଙ୍କୁ ତାଙ୍କ ଜନ୍ମଦିନ ପାଇଁ ଟୁଇଟ କରିଛନ୍ତି ଆଉ ଅନେକ କିଛି କଥା ବି ଟୁଇଟ କରିଛନ୍ତି । ଏହିସବୁ କରିବା ସମୟରେ ତାଙ୍କର ସମୟ ଥିଲା କିନ୍ତୁ ଏହି ଛାତ୍ରୀ ସୌମ୍ୟଶ୍ରୀ ଜଣଙ୍କର ଟୁଇଟ କେହି ବି ଦେଖିଲେ ନାହିଁ । ଛାତ୍ରୀ ସୌମ୍ୟଶ୍ରୀ ଯାହା ଟୁଇଟ କରିଥିଲେ ତାହା ଜୁଲାଇ ମାସ ୧ ତାରିଖରେ କରିଥିଲେ । ଏହି ନେତାମାନଙ୍କ ପାଖକୁ ଏହି ଟୁଇଟ ଯାଇଥିଲା କିନ୍ତୁ ଏହି ନେତାମାନେ ଆକ୍ଟୀଭ ଥାଇ ମଧ୍ୟ ଏହି ଛାତ୍ରୀ ଜଣଙ୍କର ଟୁଇଟ୍ ଦେଖି ନଥିଲେ । ଏହି ନେତାମାନେ ନିଜ ଦଳୀୟ ସ୍ବାର୍ଥ ପାଇଁ ଅଛନ୍ତି ଲୋକଙ୍କ ସେବା ପାଇଁ ନୁହେଁ । ଏବେ ଏହି ଘଟଣାକୁ ନେଇ ତଦନ୍ତ କରାଯାଉ ।