ଚିକେନ୍ ଖାଉଥିଲେ ସବାଧାନ୍, ବ୍ୟାପୁଛି ରୋଗ ମଲେଣି ହଜାର ହଜାର କୁକୁଡା ଏବେ ମଣିଷଙ୍କ ପାଳି, ଜାଣନ୍ତୁ ପୁରା‌ ଖବର

ଦୁନିଆରେ ପ୍ରାୟ ସବୁ ଲୋକମାନେ ଆମିଷ ଭୋଜନ କରିଥାନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ଚିକେନ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଏବେ କିଛି ଖବର ଆସିଛି ଚିକେନକୁ ନେଇ । ଯେଉଁମାନେ ଏବେ ଚିକେନ ଖାଉଛନ୍ତି ବା ଖାଇବାକୁ ଭାବୁଛନ୍ତି ସାବଧାନ ହୋଇଯାଆନ୍ତୁ । ଖାଇଲେ ଚିକେନ ଯିବ ଜୀବନ । ଠକ୍ ଠକ୍ ହୋଇ ମଲେଣି ହଜାର ହଜାର କୁକୁଡା । ଏବେ ମଣିଷମାନଙ୍କ ପାଳି । ଓଡ଼ିଶାରେ ସୁ ଶୁ ହୋଇ ବ୍ୟାପୁଛି ବାର୍ଡ ଫ୍ଲୁ ।

ଏବେ ଆପଣମାନେ ସତର୍କ ରୁହନ୍ତୁ ନହେଲେ ଯାଇପାରେ ଆପଣଙ୍କ ଜୀବନ । ଆପଣ ସତର୍କ ନ ରହିଲେ ଆପଣ ବି ଆକ୍ରମଣ ହୋଇପାରିବେ । ପୁଣି ଓଡ଼ିଶାକୁ ଘଟିଲାଣି ବାର୍ଡ ଫ୍ଲୁ ଭୟ । ଓଡ଼ିଶାରେ ଶୁ ଶୁ ହୋଇ ବାର୍ଡ ଫ୍ଲୁ ରୋଗ ବଢ଼ି ଚାଲୁଥିବା ବେଳେ ଚିକେନ ଖାଇବା ଉପରେ ବ୍ୟାନ ଲାଗିଛି । ଡେଲାଙ୍ଗ ଅଞ୍ଚଳକୁ ପୁଣି ଫେରିଛି ବାର୍ଡ ଫ୍ଲୁ ରୋଗ । ଗତ କିଛିଦିନ ହେବ ଏହି ଅଞ୍ଚଳରେ ହଜାର ହଜାର କୁକୁଡ଼ା ମଡକ ଦେଖିବାକୁ ମିଳିଥିଲା । ଏଭଳି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

ଡେଲାଙ୍ଗ ବ୍ଲକ ଅଞ୍ଚଳରେ କୁକୁଡ଼ା ମଡକକୁ ନେଇ ଏବେ ଚିନ୍ତାରେ କୁକୁଡ଼ା ଚାଷୀ । କାରଣ ଚାଷୀଙ୍କ ଆଗରେ ଠକ୍ ଠକ୍ ହୋଇ ମରିଗଲେନି ହଜାର ହଜାର କୁକୁଡା । ଏହି କୁକୁଡ଼ା ମଡକକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି । ଜଣେ କୁକୁଡ଼ା ଚାଷୀ କହିଛନ୍ତି ହଠାତ୍ ତାଙ୍କର ୬୦୦ କୁକୁଡ଼ା ମରିଗଲେ । ଆଉ ଏହାପରେ ସେ ଏହି ବିଷୟରେ ବିଡ଼ିଓଙ୍କୁ ଜଣାଇଥିଲେ । ବିଡିଓ ଏହି ଖବର ପାଇବା ପରେ ଏହି ବ୍ୟକ୍ତିଙ୍କ ଫାର୍ମକୁ ଆସିଥିଲେ ।

୭ ତାରିଖ ଦିନ କୁକୁଡ଼ା ସ୍ୱାବ ଟେଷ୍ଟ ପାଇଁ ଯାଇଥିଲା । ଆଉ ଏହାର ରିପୋର୍ଟ ପୋଜେଟିଭ ଆସିଛି । ଚାଷୀମାନେ ଏବେ କେମିତି ତାଙ୍କ କ୍ଷତିପୂରଣ ପାଇବେ ଏନେଇ ସେମାନେ ସରକାରଙ୍କୁ ନିବେଦନ କରୁଛନ୍ତି । ଆଜିକୁ ଠିକ୍ ଏକ ବର୍ଷ ତଳେ ଡେଲାଙ୍ଗ ଅଞ୍ଚଳରେ ଏଭଳି କୁକୁଡ଼ା ମଡକ ଦେଖା ଯାଇଥିଲା । ଚଳିତ ବର୍ଷ ମଧ୍ୟ ଏଭଳି କୁକୁଡ଼ା ମଡକର କାରଣ ବାର୍ଡ ଫ୍ଲୁ ବୋଲି ରିପୋର୍ଟରୁ ସୂଚନା ମିଳିଛି । ଏବେ ଏତେ ସଂଖ୍ୟକ କୁକୁଡ଼ା ମରିବା ନେଇ ଚାଷୀମାନେ ଭାଙ୍ଗି ପଡିଛନ୍ତି । ଏବେ କ୍ଷତିପୂରଣ ପାଇଁ ଚାଷୀ ସରକାରଙ୍କୁ ନିବେଦନ କରିଛନ୍ତି ।