ଭୟଙ୍କର ବଢୁଛି ହାର୍ଟ ଆଟାକ୍, ଏହି ୫ଟି ତେଲ ଖାଉଥିଲେ ହୋଇଯାଆନ୍ତୁ ସାବଧାନ

ସକାଳୁ ରାତି ପର୍ଯ୍ୟନ୍ତ ପ୍ରତିଦିନ ଆମେ ବ୍ୟବହାର କରନ୍ତି ଖାଇବା ତେଲ । ବିନା ତେଲରେ ରୋଷେଇ ଅସମ୍ଭବ । ଖାଲି ଘରେ ଖାଉଥିବା ସାମଗ୍ରୀରେ ଯେ ଆମେ ତେଲ ବ୍ୟବହାର କରନ୍ତି ତାହା ନୁହେଁ ବରଂ ଦୋକାନ ବଜାରରୁ ଖାଇବା କିଣିଲେ ବି ସ୍ଥିତି ଆହୁରି ସଙ୍ଗିନ ହେଉଛି । ସେଥିପାଇଁ ଏବେ ଖାଇବା ତେଲକୁ ନେଇ ଆସିଛି ସାଙ୍ଘାତିକ ରିପୋର୍ଟ। ତେବେ ହାର୍ଟଷ୍ଟ୍ରୋକ୍‌ ପଛରେ ରହିଛି ଖାଇବା ତେଲ।

ଆମେ ଯେଉଁପରି ଖାଦ୍ୟ ଖାଆନ୍ତି, ସେହିପରି ଆମ ଶରୀର ଉପରେ ତାହାର ପ୍ରଭାବ ପଡ଼େ। ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ତେଲ ଖାଇବା ଦ୍ବାରା ଆମ ହାର୍ଟ ଉପରେ ତାହାର ପ୍ରଭାବ ଦେଖିବାକୁ ମିଳୁଛି । ଖରାପ ତେଲ ଖାଇବା ଦ୍ବାରା ଆମ ଶରୀରରେ ଧୀରେ ଧୀରେ ତାହାର ପ୍ରଭାବ ଦେଖିବାକୁ ମିଳୁଛି । ପ୍ୟାରିସ୍‌ ହେଲ୍ଥର ହାର୍ଟ ଏକ୍ସପର୍ଟ କହିଛନ୍ତି, କିଛି ତେଲ ଆମ ହାର୍ଟ ଉପରେ ସାଙ୍ଘାତିକ ପ୍ରଭାବ ପକାଉଛି ।

ଖାଲି ହାର୍ଟ ଉପରେ ପ୍ରଭାବ ପକାଉଛି ତାହା ନୁହେଁ ବରଂ ଶରୀରର କୋଲେଷ୍ଟର ମାତ୍ରା ବି ବଢ଼ାଉଛି । ଡାକ୍ତରଙ୍କ କହିବା ଅନୁସାରେ, ବଜାରରେ ମିଳୁଥିବା ତେଲ ଗୁଡ଼ିକ ବାରମ୍ବାର ପ୍ରୋସେସିଂ ହେଉଥିବା କାରଣରୁ ପୋଷକ ନଷ୍ଟ ହୋଇଯାଉଛି । ଯାହାଦ୍ବାରା ଶରୀର ଉପରେ ପ୍ରଭାବ ପକାଉଛି। ଡାକ୍ତରଙ୍କ କହିବା ଅନୁସାରେ, ଡାଲଡା, ପାମୋଲିନ୍‌, ରିଫାଇନ୍‌, କପାସ ମଞ୍ଜିର ପ୍ରସ୍ତୁତ ତେଲ ଓ ଅଧିକ ମାତ୍ରାରେ ନଡ଼ିଆର ତେଲ ଖାଉଥିଲେ ସାବଧାନ ହୁଅନ୍ତୁ ।

କାରଣ ଏହି ତେଲ ଅତ୍ୟଧିକ ଖାଇବା ଦ୍ବାରା ଶରୀରରେ ବିଭିନ୍ନ ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି ହେଉଛି । ତେଣୁ ଏହି ସବୁ ତେଲ ଖାଇବା ଦ୍ବାରା ଆମ ଶରୀରର ହୃତପିଣ୍ଡ ଉପରେ ବି ସାଙ୍ଘାତିକ ପ୍ରଭାବ ପକାଉଛି । ଯଦି ଆପଣମାନେ ଅତ୍ୟଧିକ ମାତ୍ରାରେ ଏହି ସବୁ ତେଲ ବ୍ୟବହାର କରୁଛନ୍ତି ତେବେ ସାବଧାନ ହୁଅନ୍ତୁ । ନଚେତ୍‌ ହଇରାଣ ହେବେ ଆପଣ । ଏଠାରେ ସ୍ପଷ୍ଟ ଭାବରେ କହିଛୁ କି ଆମେ ଏ ସମ୍ପର୍କରେ କୌଣସି ଅନୁସଂଧାନ କରିନାହୁଁ । କେବଳ ଜାତୀୟ ଗଣମାଧ୍ୟମକୁ ଭିତ୍ତିକରି ଏହି ଖବର ପ୍ରକାଶିତ ହୋଇଛି ।