ଏହି ୫ ରୋଗକୁ ସମୂଳେ ନାଶ କରିଥାଏ କୁନ୍ଦୁରି, ଜାଣନ୍ତୁ କୁନ୍ଦୁରି ଖାଇବାର‌ ଫାଇଦା

ସବୁ ଋତୁରେ ଭିନ୍ନ ଭିନ୍ନ ପରିବା ବଜାରକୁ ଆସିଥାଏ । ଯାହା ପୋଷକ ତତ୍ତ୍ବରେ ଭରପୂର ରହିବା ସହ ଦେହ ପାଇଁ ମଧ୍ୟ ଭଲ ହୋଇଥାଏ । କୁନ୍ଦୁରି କେବଳ ଖାଇବାକୁ ସୁଆଦିଆ ନୁହେଁ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଔଷଧୀୟ କାମ କରେ। ଓଜନ କମାଇବାଠାରୁ ଆରମ୍ଭ କରି ସୁଗାର୍ କଣ୍ଟ୍ରୋଲ୍ କରିବା, ଖାଦ୍ୟ ହଜମ କରିବା, ହାଡ଼କୁ ମଜଭୁତ କରିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ଅର୍ଥାତ ଟକ୍ସିନକୁ ମଧ୍ୟ ବାହାର କରିବାରେ ସାହାଯ୍ୟ କରେ କୁନ୍ଦୁରି ।

ଏହି ପରିବାରେ ଡାଇଟରି ଫାଇବର୍ ଭରପୁର ପରିମାଣରେ ରହିଥାଏ ଯେଉଁଥିରେ ବ୍ଲଡ୍ ସୁଗାର ଲେବଲ୍ କମ୍ ହୋଇଥାଏ । ଡାଏବେଟିସ୍ ରୋଗୀଙ୍କ ପାଇଁ ଏହି ପରିବାଟି ଖୁବ୍ ଲାଭଦାୟକ । ଗ୍ଲାଇସେମିକ ଇଣ୍ଡେକ୍ସ କାରଣରୁ ଏହା ସୁଗାରର ଲେବଲକୁ ଅବଶୋଷଣ କରି ଧିରେ ଧିରେ ଶରୀରରେ ଏନର୍ଜି ସୃଷ୍ଟି କରେ । ଆଜିର ସମୟରେ ଅସ୍ବାସ୍ଥ୍ୟକର ଖାଦ୍ୟପେୟ କାରଣରୁ ପେଟ ଫୁଲିବା, ଏସିଡିଟି ଭଳି ସମସ୍ୟା ପ୍ରତିଦିନ ଦେଖାଯାଏ ।

କୁନ୍ଦୁରିରେ ଥିବା ତତ୍ତ୍ବ ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିବା ସହ ଏସିଡିଟିକୁ କମାଇବାରେ ସହାୟକ ହୁଏ । ଏହି ପରିବା ଓଜନ ବଢ଼ାଇବା ସମସ୍ୟାକୁ ମଧ୍ୟ କମାଇଥାଏ । କମ୍ କ୍ୟାଲୋରିର ଏହି ପରିବା ପେଟ ଭର୍ତ୍ତି କରିବାରେ ସାହାଯ୍ୟ କରେ ତେଣୁ ଓଜନ କମାଇବାରେ ସହାୟକ ହୁଏ । ଓଜନ କମାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଖାଦ୍ୟରେ କୁନ୍ଦୁରି ସାମିଲ କରନ୍ତୁ । ଏହା ଶରୀରକୁ ଭାରି କରିବା ବଦଳରେ ପୋଷକ ତତ୍ତ୍ବ ପହଞ୍ଚାଇବ।

କୁନ୍ଦୁରିରେ କ୍ୟାଲସିୟମ, ଆଇରନ୍, ଭିଟାମିନ୍-ସିର ମାତ୍ରା ଅଧିକ ଥିବାରୁ ଏହା ଦାନ୍ତ ଏବଂ ହାଡ଼କୁ ମଜଭୁତ କରିବାରେ ସାହାଯ୍ୟ କରେ । ବୟସ୍କ ବ୍ୟକ୍ତିବିଶେଷଙ୍କୁ ଖାଦ୍ୟରେ କୁନ୍ଦୁରି ସାମିଲ କରିବା ଆବଶ୍ୟକ । ଏହାଛଡ଼ା ଆମେ ପ୍ରତିଦିନ ଖାଉଥିବା ତେଲ, ମସଲା ଭଳି ଟକ୍ସିନ ପଦାର୍ଥ ଶରୀରକୁ ଏକପ୍ରକାର ଅଳିଆଗଦା କରିଦେଇଥାନ୍ତି । ଏହି ଟକ୍ସିନ ପଦାର୍ଥକୁ କୁନ୍ଦୁରି ଶରୀରରୁ ବାହାର କରିବାରେ ସାହାଯ୍ୟ କରେ ।