ସତ ହେଲା ମହିଳାଙ୍କ ଭବିଷ୍ୟବାଣୀ, ପ୍ଲେନ ଦୁର୍ଘଟଣା ହେବ ବୋଲି ଆଗରୁ କହିଦେଇଥିଲେ, ଜାଣନ୍ତୁ ପୁରା ଖବର

ଜୁନ ୧୨ରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ଦୁର୍ଘଟଣାରେ ୨୪୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଜଣେ ମହିଳା ଭବିଷ୍ୟବାଣୀ କରିଥିଲେ । ଏହି ଦୁର୍ଘଟଣା ହେବ ବୋଲି ପୂର୍ବରୁ ଭବିଷ୍ୟବାଣୀ ହୋଇଥିଲା ଆଉ ଏହି ବିଷୟରେ ଅଧିକ ଖବର ଆପଣମାନେ ପାଇପାରିବେ । ଜୁନ ମାସ ୧୨ ତାରିଖରେ ବିମାନ ଦୁର୍ଘଟଣା ହୋଇଥିଲା । ଜୁନ ମାସ ୫ ତାରିଖରେ ଏହି ମହିଳା ଜଣକ ଭବିଷ୍ୟବାଣୀ କରି କହି ଦେଇଥିଲେ । ଜୁନ ମାସ ୧୨ ତାରିଖରେ ହୋଇଥିବା ବିମାନ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା ।

ଜୁନ ମାସ ୧୨ ତାରିଖରେ ହୋଇଥିବା ବିମାନ ଦୁର୍ଘଟଣାର ଭୟାବହତା ସାରା ବିଶ୍ବରେ ଦେଖାଯାଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହେବା ସହ ଶହ ଶହ ଲୋକଙ୍କର ଜୀବନ ଚାଲି ଯାଇଛି । ହସଖୁସିରେ ଆରମ୍ଭ ହୋଇଥିବା ବିମାନ ଯାତ୍ରା ବଦଳି ଯାଇଥିଲା ଅନ୍ତିମ ଯାତ୍ରାରେ । ଜୁନ ମାସ ୧୨ ତାରିଖ ଅପରାହ୍ନ ସମୟରେ ବିମାନ ଉଡାଣ ଆରମ୍ଭ କରିଥିଲା । ବିମାନ ଉଡାଣ ଭରିବାର ଦୁଇ ମିନିଟ ହୋଇନାହିଁ ବିମାନ ଦୁର୍ଘଟଣାର ଶିକାର ହୋଇଗଲା ।

ଏହି ବିମାନ ଦୁଇଜଣ ପାଇଲଟ, ୨୩୦ ଯାହା ଯାତ୍ରୀ ଏବଂ ୧୦ ଜଣ କେବିନ୍ କ୍ରିଉଙ୍କୁ ନେଇ ଉଡାଣ ଆରମ୍ଭ କରିଥିଲା । ବିମାନ ସଠିକ୍ ସମୟରେ ଉଡାଣ ଆରମ୍ଭ କରିଥିଲା । ଉଡାଣର ୨ ମିନିଟ ଭିତରେ ବିମାନ ବିଜେ କଲେଜର ହଷ୍ଟେଲ ପରିସରରେ ବାଡେଇ ହୋଇ ଯାଇଥିଲା । ଏହି ବିମାନ ଦୁର୍ଘଟଣାରେ ଜଣଙ୍କୁ ଛାଡି ୨୪୧ ଜଣଙ୍କର ଦେହାନ୍ତ ହୋଇଛି । ବିମାନ ଯେଉଁ ହଷ୍ଟେଲରେ ପଡିଥିଲା ସେହି ହଷ୍ଟେଲର ଅନ୍ତେଃବାସୀ ୩୩ ଜଣଙ୍କର ମୃ-ତ୍ୟୁ ହୋଇଥିଲା । ବିମାନ ଦୁର୍ଘଟଣାରେ ମୋଟ ୨୭୪ ଜଣଙ୍କର ମୃ-ତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।

ଏବେ ଏହି ବିମାନ ଦୁର୍ଘଟଣାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉଛି । ତଦନ୍ତ ପରେ ଅନେକ କିଛି କଥା ଜଣାପଡ଼ିବ । ଏହି ବିମାନ ଦୁର୍ଘଟଣାକୁ ନେଇ ଭବିଷ୍ୟବାଣୀ କରିଥିଲେ ଡକ୍ଟର ୱାଇ ରାକ୍ଷୀ । ସେ କ ପୋରକାଷ୍ଟରେ ଅହମଦାବାଦର ବିମାନ ଦୁର୍ଘଟଣାର ପୂର୍ବରୁ ଏହାକୁ ନେଇ ଭବିଷ୍ୟବାଣୀ କରିଥିଲେ । ଏବେ ତାଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଛି । ରାକ୍ଷୀ କହିଥିଲେ ମଙ୍ଗଳ ଗ୍ରହ କର୍କଟ ରାଶି ରୁ ବାହାରି ସିଂହ ରାଶିକୁ ଯିବ । ଜୁନ ୭ ତାରିଖରୁ ଜୁଲାଇ ୨୮ ତାରିଖ ପର୍ଯ୍ୟନ୍ତ କିଛି ଘଟଣା ଘଟିବ । ଅନେକ ଲୋକଙ୍କ ଜୀବନ ହାନି ହେବ ବୋଲି ସେ ଭବିଷ୍ୟବାଣୀ କରିଥିଲେ ଯାହା ଏବେ ସତ ହୋଇଛି । ଏହି ମହିଳା ଜ୍ୟୋତିର୍ବିଦ ସତର୍କ କରାଇ ଦେଇଛନ୍ତି ।