ରାଉରକେଲା ଜେପି ହସ୍ପିଟାଲରେ ମହିଳାଙ୍କୁ ଶାରୀରିକ ନିର୍ଯ୍ୟାତନା, ସମ୍ପର୍କ ରଖିବାକୁ ମନାକରିବାରୁ ମାଡ଼ ମାରିଲେ, ଜାଣନ୍ତୁ ପୁରା‌ ଘଟଣା

ପୁଣି ବିବାଦ ଘେରରେ ରାଉରକେଲା ର ଘରୋଇ ଜୟ ପ୍ରକାଶ ହସ୍ପିଟାଲ ! କର୍ତ୍ତୃପକ୍ଷଙ୍କ ନିର୍ଯ୍ୟାତନା ସହି ନପାରି ଉଦିତନଗର ଥାନାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନାମରେ ଲିଖିତ ଅଭିଯୋଗ ଦେଲେ ମହିଳା ! ମହିଳାଙ୍କ ଏଫଆଇର ପରେ ହସ୍ପିଟାଲରେ କାମ କରୁଥିବା ମହିଳା କର୍ମଚାରୀଙ୍କ ସୁରକ୍ଷା କୁ ନେଇ ଉଠିଲା ପ୍ରଶ୍ନ ! ଏଫଆଇର ର ତିନି ପରେ ମଧ୍ୟ ନୀରବ ଉଦିତନଗର ପୋଲିସ !

ରାଉରକେଲା ସହରର ଏହି ପ୍ରତିଷ୍ଠିତ ଘରୋଇ ଡାକ୍ତରଖାନା ମ୍ୟାନେଜିଙ୍ଗ ଡାଇରେକ୍ଟର ଚନ୍ଦନ ବଂସଲଙ୍କ ନାମରେ ହସ୍ପିଟାଲ୍ ର ଜଣେ ମହିଳା କର୍ମଚାରୀ ଉଦିତ ନଗର ଥାନାରେ ଏତେଲା ଦେଇଛନ୍ତି। କର୍ମକ୍ଷେତ୍ର ରେ ଆପତ୍ତି ଜନକ ମନ୍ତବ୍ୟ ଦେବା ତଥା ଶାରୀରିକ ଆଘାତ ଦେବା ଅଭିଯୋଗ କରିଛନ୍ତି ମହିଳା।

ଶାରୀରିକ ସମ୍ପର୍କ ରଖିଲେ ଚାକିରିରେ ପ୍ରୋମୋସନ ମିଳିବ ବୋଲି ମାଲିକ ମହିଳାଙ୍କୁ କହିଥିଲେ। ଏହି କଥାରେ ରାଜି ନହେବା ପରଠାରୁ ମହିଳାଙ୍କୁ ହସ୍ପିଟାଲରେ ନିର୍ଯାତନା ଦିଆଯାଉଥିବା ମହିଳା ଉଲ୍ଲେଖ କରିଛନ୍ତି। ପୋଲିସ୍ ଭାରତୀୟ ନ୍ୟାୟ ସଂହିତା ଧାରା ୨୯୬ , ୭୪ , ୧୧୫(୨) ରେ ମାମଲା ରଜ୍ଜୁ କରି ତଦନ୍ତ କରୁଛନ୍ତି।