କାହିଁକି ରାତାରାତି ବଦଳିଲା ଫୋନ ଡାଇଲର ପ୍ୟାଡ୍? ଜାଣନ୍ତୁ ଏହା ପଛର ବଡ଼ କାରଣ

ଆଣ୍ଡ୍ରୋଏଡ଼ ଫୋନ ଧରୁଥିଲେ ଗତ କାଲିଠାରୁ ନିହାତି ନୁଆନୁଆ ଲାଗୁଥିବ ନିଜ ଫୋନ। କାରଣ ସବୁ ଆଣ୍ଡ୍ରୋଏଡ଼ ଫୋନରେ ଚେଞ୍ଚ ହୋଇଯାଇଛି ଡ଼ାଏଲର। ଯାହାକି ଗୁରୁବାରଠାରୁ ସବୁ ଫୋନରେ ଦେଖିବାକୁ ମିଳିଛି। କେହି କେହି ତ ଏହାକୁ ଭଲ ପାଉଛନ୍ତି ଆଉ କିଛି ବିରକ୍ତି ଭାବ ଦେଖାଉଛନ୍ତି। ତେବେ କାହିଁକି ଏପରି ହୋଇଛି?

ହଠାତ୍ ଫୋନର ଡାଇଲର ବଦଳିଯିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଗୁଗୁଲର ଫୋନ୍ ଆପ ବ୍ୟବହାର ହେଉଥିବା ସମସ୍ତ ଫୋନରେ‌ ବଦଳି ଯାଇଛି କଲିଂ ଆପର ଲୁକ୍। ଭାରତରେ ବ୍ୟାପକ ଭାବେ ବ୍ୟବହୃତ ଆଣ୍ଡ୍ରୋଇଡ୍ ସ୍ମାର୍ଟଫୋନ୍‌ରେ ଏହି ଡାଇଲର୍‌ରେ ଏକ ବଡ଼ ପରିବର୍ତ୍ତନ ଆସିଛି। ପ୍ରାୟ ସମସ୍ତ କମ୍ପାନୀର ଆଣ୍ଡ୍ରୋଇଡ୍ ଡିଭାଇସ୍‌ଗୁଡ଼ିକରେ ଗୁଗୁଲ୍ ଫୋନ୍ ଆପ୍‌କୁ ଡିଫଲ୍ଟ୍ ଡାଇଲର୍ ଭାବେ ବ୍ୟବହାର କରାଯାଉଥିଲା। କିନ୍ତୁ ଏବେ ଗୁଗୁଲ୍ କେତେକ ନୂତନ ସୁବିଧା ଓ ନୀତି ସହିତ ଏହାକୁ ଅଧିକ ସୁରକ୍ଷିତ ଏବଂ ଉପଭୋକ୍ତା ଅନୁକୂଳ କରିବାକୁ ଚାଲିଛି।

ନୂଆ ଡାଇଲର୍‌ରେ କଲ୍‌ରେକର୍ଡିଂ, ସ୍ପାମ୍‌ କଲ୍‌ ସଚେତନତା ଓ ଏଆଇ-ଭିତ୍ତିକ ସହାୟକ ବୈଶିଷ୍ଟ୍ୟ ଯୋଡ଼ାଯିବାର ଖବର ମିଳିଛି। ବ୍ୟବହାରକାରୀମାନେ କେବେ କାହାଠୁ କଲ୍ ଆସୁଛି, ସେଥିରେ ସନ୍ଦେହଜନକ କିମ୍ବା ପ୍ରମୋଶନାଲ୍ ନମ୍ବର ଥିଲେ, ସିଷ୍ଟମ୍ ସ୍ୱୟଂଚାଳିତ ଭାବେ ସଚେତନ କରିଦେବ। ଏଥିରୁ ଲୋକମାନେ ଅଜଣା କଲ୍‌ରୁ ଠକାମିରୁ ବଞ୍ଚିପାରିବେ।

ତଥାପି, କେତେକ କମ୍ପାନୀ ନିଜସ୍ୱ ଡାଇଲର୍‌କୁ ପୁନର୍ବାର ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଯଥା, Xiaomi, Realme, Oppo ପରି ବ୍ରାଣ୍ଡମାନେ ନିଜେଙ୍କ UI ଭିତ୍ତିକ କଷ୍ଟମ୍ ଡାଇଲର୍‌କୁ ପୁନିଥରେ ସକ୍ରିୟ କରିବାକୁ ଯାଉଛନ୍ତି। ଏହା ଫଳରେ ବ୍ୟବହାରକାରୀଙ୍କ ପାଖରେ ଦୁଇଟି ପସନ୍ଦ ରହିବ – ଗୁଗୁଲ୍‌ର ଡାଇଲର୍ କିମ୍ବା କମ୍ପାନୀର ନିଜସ୍ୱ ଡାଇଲର୍।

ଟେକ୍ ଅନାଲିଷ୍ଟମାନଙ୍କ କହିବା ଅନୁସାରେ, ଏହି ପରିବର୍ତ୍ତନରୁ ବ୍ୟବହାରକାରୀଙ୍କ ସୁରକ୍ଷା ବଢ଼ିବା ସହିତ, ସ୍ମାର୍ଟଫୋନ୍‌ରେ କଲ୍ ଅନୁଭବକୁ ଅଧିକ ସହଜ ଏବଂ ଆଧୁନିକ କରିଦେବ। ଆଗାମୀ ମାସଗୁଡ଼ିକରେ ନୂଆ ଡାଇଲର୍ ସହିତ ଅପଡେଟ୍‌ଗୁଡ଼ିକ ବିଭିନ୍ନ ଫୋନ୍‌ରେ ପହଞ୍ଚିବା ଆଶା କରାଯାଉଛି।