ଭାଇରାଲ ଗାର୍ଲ ମୋନାଲିସାଙ୍କ କାର୍ ଦେଖି ଲୋକେ ଚମକି ଗଲେ, କିଏ ଦେଲା ଏତେ ଦାମୀ କାର୍ ଜାଣନ୍ତୁ

ଆପଣମାନେ ସମସ୍ତେ ତ ମହାକୁମ୍ଭ ମେଳାରେ ଏକ ଝିଅ ଭାଇରାଲ ହେବାର ଦେଖିଥିବେ । ଏହି ଯୁବତୀ ଜଣଙ୍କୁ ନେଇ ଅନେକ ପ୍ରକାରର ଖବର ବି ଆସିଥାଏ । ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ସେହି ଭାଇରାଲ୍ ଯୁବତୀଙ୍କୁ ନେଇ ଆସିଥିବା ଖବର ବିଷୟରେ କିଛି ସୂଚନା ପାଇପାରିବେ । ସେହି ଯୁବତୀ ଜଣକ ହେଉଛନ୍ତି ମୋନାଲିସା । ମୋନାଲିସା ଏବେ ପୁଣି ନଜର ଆସିଛନ୍ତି । ଯିଏ ଦିନେ ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିଲେ ଆଜି ସେ ୧ କୋଟି ଟଙ୍କାର କାର ଭିତରେ ବସି ଥିବାର ନଜର ଆସିଛନ୍ତି ।

ଏହି ଯୁବତୀ ଜଣକ ଅନେକ ସୁନା ଗହଣା ପିନ୍ଧିଥିବାର ମଧ୍ୟ ନଜର ଆସିଛନ୍ତି । ମୋନାଲିସାଙ୍କ ଚେହେରାର ଚମକ୍ ପୁରା ଚାନ୍ଦ ଚମକିଲା ଭଳି ହୋଇଛି । ତାଙ୍କୁ ଦେଖିଲେ ଏଭଳି ଲାଗୁଛି ସତେ ଯେପରି ସେ ଘରେ ପାର୍ଲର ଖୋଲି ଦେଇଛନ୍ତି । ଏହି ଯୁବତୀ ଜଣଙ୍କର ଭାଗ୍ୟ ଏଭଳି ଭାବରେ ଚମକି ଉଠିଛି ଯାହା ଦେଖିଲେ ଆପଣ ବି ଖୁସି ହୋଇଯିବେ । ଏହି ଯୁବତୀ ଜଣଙ୍କ ନାଁରେ ସମସ୍ତେ କିଛି ନା କିଛି କହିବାକୁ ଚାହାଁନ୍ତି । ମହାକୁମ୍ଭ ମେଳାରେ ବହୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ମୋନାଲିସା ।

ପ୍ରଥମେ ସେ ତାଙ୍କ ମାଆଙ୍କ ପାଇଁ ସୁନା ଚେନ୍ କିଣିଥିବାର ଭାଇରାଲ ହୋଇଥିଲା । ଏବେ ଲୋକେ ତାଙ୍କୁ ଏକ କୋଟି ଟଙ୍କାର କାରରେ ଯିବାର ଦେଖୁଛନ୍ତି । ଆଉ ଲୋକ ତାଙ୍କର ଅଟୋଗ୍ରାଫ ନେବାକୁ ବ୍ୟାକୁଳ ହୋଇ ରହିଛନ୍ତି । ସୋସିଆଲ ମିଡିଆର ପାୱାର କେତେ ତାହା ମୋନାଲିସାଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ମୋନାଲିସା ଭୁସଲେ ଯାହାଙ୍କ ବୟସ ହେଉଛି ୧୬ ବର୍ଷ । ସେ ମହାକୁମ୍ଭ ମେଳାରେ ମୋତି ଆଉ ରୁଦ୍ରାକ୍ଷ ମାଳ ବିକ୍ରି କରୁଥିଲେ । ସରଳ ଦେଖା ଯାଉଥିବା ଏହି ଝିଅଟି ଏବେ ତାରକା ପାଲଟି ଯାଇଛନ୍ତି ।

ଏହା ଏକ ଭାଇରାଲ ଫଟୋ ଦ୍ଵାରା ଘଟିଥିଲା । ବଲିଉଡ୍ ଜଗତର ସେ ଫିଲ୍ମ ଅଫର ପାଇଥିଲେ । ଏବେ ସେ ଅଭିନେତ୍ରୀ ହୋଇ ଯାଇଛନ୍ତି । ଆଉ ତାଙ୍କର ଆଲବମ ଏବେ ରିଲିଜ୍ ହୋଇଛି । କୁମ୍ଭ ମେଳାରେ ତାଙ୍କର ଜଣେ ଫଟୋଗ୍ରାଫର ଫଟୋ ଉଠାଇ ଥିଲେ । ଆଉ ଏବେ ସେ ଭାଇରାଲ ହୋଇ ଯାଇଛନ୍ତି । ସେ ତାଙ୍କ ପିଲାଦିନ ଏକ ଛୋଟ ଘରେ ବିତାଇଥିଲେ ଆଉ ଏବେ ସେ ଭଲ ଘରେ ରହୁଛନ୍ତି ଆଉ ରେଷ୍ଟୁରାଣ୍ଟରେ ଖାଉଛନ୍ତି । ଆଉ ଏବେ ସେ ମୁମ୍ବାଇରେ ଘର କିଣିବା ପାଇଁ ଚାହିଁ ରହୁଛନ୍ତି । ମୋନାଲିସା ଠିକ୍ ରାସ୍ତାରେ ଯାଇ ତାଙ୍କ ଭାଗ୍ୟ ସଜାଡି ଦେବେ ବୋଲି ସମସ୍ତେ ଭାବୁଛନ୍ତି ।