UPIରେ ବାଲାନ୍ସ ଚେକ୍ କରୁଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ ! ଆସୁଛି ନୂଆ ନିୟମ, ଜାଣନ୍ତୁ ପୁରା ଖବର

ଆଜିକାଲି ଲୋକମାନେ ପ୍ରାୟ ସମସ୍ତେ ଫୋନ୍ ପେ , ଗୁଗଲ ପେ ଏବଂ ଅନ୍ୟାନ୍ୟ କିଛି ଆପ ଦ୍ଵାରା ଟଙ୍କା ଲେଣଦେଣ କାମ କରିଥାନ୍ତି । ଲୋକମାନେ ଆଉ ଏବେ ବ୍ୟାଙ୍କ୍ ଯାଉ ନାହାଁନ୍ତି ଆଉ ବ୍ୟାଙ୍କ୍ ନଯାଇ ନିଜ ବାଲାନ୍ସ ଚେକ୍ କରୁଛନ୍ତି । ୟୁପିଆଇ ମାଧ୍ୟମରେ ଆପଣମାନେ ବାଲାନ୍ସ ଚେକ୍ କରୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ । ନୂଆ ମାସରେ ଆସୁଛି ନୂଆ ନିୟମ । ବାଲାନ୍ସ ଚେକ୍ କରିବା ଏବେ ପଡ଼ିବ ମହଙ୍ଗା । ଆଉ ଚଳିବ ନାହିଁ ମନ ମୁତାବକ ବାଲାନ୍ସ ଚେକ୍ କରିବା ।

ଡିଜିଟାଲ ପେମେଣ୍ଟ ବା ୟୂପିଆଇ ଏହି ସେବା ଆସିବା ପରେ କ୍ୟାସ କାରବାର ଅନେକ ମାତ୍ରାରେ ପ୍ରଭାବିତ ହୋଇଛି । ଆଜିକାଲି ଯୁଗରେ ଏହି ୟୁପିଆଈ ଦ୍ଵାରା ଖୁବ୍ କମ୍ ସମୟ ମଧ୍ୟରେ ଅନେକ କିଛି କାମ ହେଉଛି । ଆଉ ଲୋକମାନେ କିଛି ବି ଚିନ୍ତା କରୁ ନାହାଁନ୍ତି । ଏବେ ଏହି ସେବାକୁ ଲୋକମାନେ ଆଦୃତ କରି ନେଇଛନ୍ତି । ଏହି ଡିଜିଟାଲ ଯୁଗରେ ଲୋକମାନେ ଏହି ୟୂପିଆଇକୁ ଆଦୃତ କରି ନେଇଛନ୍ତି ଆଉ ଲୋକମାନେ ଏହାର ଲାଭ ଉଠାଉଛନ୍ତି ।

ୟୁପିଆଇ ଦ୍ଵାରା ଅନେକ କାରବାର ହେଉଛି । ଖୁଚୁରା କାରବାରର ୭୫ ପ୍ରତିଶତ ୟୁପିଆଇ ଦ୍ଵାରା ହେଉଛି । ଏବେ ନୂଆ ନିୟମ ଲାଗୁ ହେଇଛି । ଏହି ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଅଗଷ୍ଟ ମାସ ପହିଲା ତାରିଖରୁ ୟୁପିଆଇ ତାର ପଲିସିରେ ବଡ ପରିବର୍ତ୍ତନ କରିଛି । ଏହି ସବୁ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ନେସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ଏହି ନିୟମ ଲାଗୁ କରିଛି ।

ଏହି ନିୟମ ଅନୁସାରେ ଅନେକ କିଛି ପରିବର୍ତ୍ତନ ହେବ । ଏବେ ୟୁପିଆଇ ବ୍ୟବହାରକାରୀମାନେ ମନ ମୁତାବକ ୟୁପିଆଇ ଦ୍ଵାରା ବାଲାନ୍ସ ଚେକ୍ କରିପାରିବେ ନାହିଁ । ଦିନକୁ ୫୦ ଥର ବାଲାନ୍ସ ଚେକ୍ କରି ବ୍ୟବହାର କରିପାରିବେ । ବାରମ୍ବାର ଚେକ୍ କରିବା ଦ୍ୱାରା ୟୁପିଆଇ ସର୍ଭର ଉପରେ ପ୍ରଭାବ ପଡୁଛି ଆଉ ଏହି କାରଣରୁ ଏହି ନିୟମ ଲାଗୁ ହୋଇଛି । ଯାହାଦ୍ବାରା ଏହାର କାମ କରିବା ପ୍ରକ୍ରିୟା ପୁରା ଧିମା ପଡୁଛି । ଯେଉଁଥିପାଇଁ ବିଭିନ୍ନ ପ୍ରକାରର ଅସୁବିଧା ହେଉଛି । ଏଥିପାଇଁ ଏହି ନିୟମ ଅଗଷ୍ଟ ମାସ ଆରମ୍ଭରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି ।