ଟ୍ରମ୍ପ କଣ ପାଇଁ ଭାରତର ବଡ଼ ଶତ୍ରୁ ହୋଇଗଲେ…କ’ଣ ପାଇଁ ଏବେ ଭାରତକୁ ବରର୍ବାଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ, ଜାଣନ୍ତୁ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୁର ଆରମ୍ଭ କରି ପାକିସ୍ତାନର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଦେଲା। ପାକିସ୍ତାନର ଅନୁରୋଧରେ ଅପରେସନ ସିନ୍ଦୁର ବନ୍ଦ କରିଥିଲା ଭାରତ। କିନ୍ତୁ ଟ୍ରମ୍ପ ଏହାକୁ ଯୁଦ୍ଧବିରତି ବୋଲି କହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିବାର ଶ୍ରେୟ ନେବାକୁ ଚେଷ୍ଟା କଲେ। ଏପରିକି ତାଙ୍କ ନିର୍ଦ୍ଦେଶରେ କୁଆଡେ ଭାରତ ଯୁଦ୍ଧ ବନ୍ଦ କରିଥିଲା ବୋଲି କହିଥିଲେ ଟ୍ରମ୍ପ। ଯୁଦ୍ଧ ବନ୍ଦ ଆଳରେ ନୋବେଲ ଶାନ୍ତି ପୁରସ୍କାର ଦାବିଦାର ଅଛନ୍ତି। କିନ୍ତୁ ଏପରି ଦାବିକୁ ଭାରତ କେବେବି ଗ୍ରହଣ କରିନି।

ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ଯେ ବିଶ୍ୱର କୌଣସି ଦେଶ ତାଙ୍କୁ ଏହି ଯୁଦ୍ଧ ବନ୍ଦ କରିବାକୁ କହିନାହାଁନ୍ତି। ମୋଦିଙ୍କ ଏହି ବକ୍ତବ୍ୟ ପରେ ଟ୍ରମ୍ପ ଟେନସନ୍‌। ଟ୍ରମ୍ପଙ୍କୁ ତାଙ୍କର ପ୍ରାଧାନ୍ୟ ଦେଖାଇବାକୁ ପଡିଛି। ତେଣୁ ସେ ଶୁଳ୍କ ମାଧ୍ୟମରେ ଏହା ଦେଖାଇଛନ୍ତି। ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରିଛନ୍ତି। ଭାରତର ଶତ୍ରୁ ରାଷ୍ଟ୍ର ତଥା ବିଶ୍ୱର ପ୍ରମୁଖ ଆତଙ୍କୀ ଦେଶ ସହ ହାତ ମିଳାଇଛନ୍ତି ଟ୍ରମ୍ପ। ଏହି ଶୁଳ୍କ ବୋମାର ଆଉ ଏକ ବଡ଼ କାରଣ ଲୁଚିରହିଛି। ତାହା ହେଉଛି ବିଜନେସ୍‌ ଡିଲ୍‌। ଭାରତ ଏବଂ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ବ୍ୟବସାୟର ଗଣିତ ଦେଖୁଛନ୍ତି ଟ୍ରମ୍ପ।

ଆମେରିକା ଭାରତକୁ କମ୍ ବିକ୍ରି କରେ ଏବଂ ଅଧିକ କିଣେ। ତେଣୁ ଟ୍ରମ୍ପ ଏହି ବାଣିଜ୍ୟ ନିଅଣ୍ଟ ହ୍ରାସ କରିବା ପାଇଁ ଭାରତ ଉପରେ ଚାପ ପକାଇବାକୁ ଉଦ୍ୟମ କରୁଛନ୍ତି, କିନ୍ତୁ ଭୁଲ ସ୍ଥାନରେ। ଟ୍ରମ୍ପ ଚାହୁଁଥିଲେ ଯେ ଭାରତ ଆମେରିକା ପାଇଁ କୃଷି ଏବଂ କ୍ଷୀର ଉତ୍ପାଦ ପାଇଁ ବଜାର ଖୋଲିଦେଉ। ଯାହା ଦ୍ଵାରା ଆମେରିକା ଭାରତକୁ ତାର ସାମଗ୍ରୀ ବିକ୍ରୟ କରିପାରିବ। ଭାରତ କୃଷିପ୍ରଧାନ ଦେଶ। ଏହା କ୍ଷୀର ଉତ୍ପାଦନରେ ବିଶ୍ୱର ନମ୍ବର ଓ୍ୱାନ ଦେଶ। ସବୁଠାରୁ ବଡ଼ କଥା, ଟ୍ରମ୍ପ ଚାହୁଁଥିଲେ ଯେ ଆମେରିକାର ନନଭେଜ୍‌ ଦୁଗ୍ଧ ଭାରତ କିଣୁ।

କିନ୍ତୁ ଆମେରିକାର ଏହି ପ୍ରସ୍ତାବ ଉପରେ ରୋକଠୋକ୍‌ ମନା କରିଦେଇଥିଲା ଭାରତ। ତେଣୁ ଟ୍ରମ୍ପ କ୍ରୋଧିତ ହୋଇ ଯାହା ତାଙ୍କ ହାତରେ ଥିଲା ତାହା କରିଛନ୍ତି। ୨୫ ପ୍ରତିଶତ ଶୁଳ୍କ ଏବଂ ୨୫ ପ୍ରତିଶତ ଜରିମାନା। ଏବେ ଏହା ସ୍ପଷ୍ଟ ଯେ ଟ୍ରମ୍ପଙ୍କ ଏହି ଶୁଳ୍କ ଦ୍ୱାରା ଭାରତ ନିଶ୍ଚିତ ଭାବରେ ପ୍ରଭାବିତ ହେବ। ବ୍ୟବସାୟ ଉପରେ ମଧ୍ୟ ପ୍ରଭାବ ପଡ଼ିବ, କିନ୍ତୁ ଏହା ଭାବିବା ଏକ ବଡ଼ ଭୁଲ ଯେ ଏଥିରୁ ବି ବର୍ତ୍ତିବନି ଆମେରିକା। ଟ୍ରମ୍ପ ଆମଦାନୀ ଉପରେ ୫୦% ଟାରିଫ ଲଗାଇଛନ୍ତି। ଏହାର ଅର୍ଥ ହେଉଛି ଯେଉଁ ସାମଗ୍ରୀଗୁଡ଼ିକର ମୂଲ୍ୟ ପୂର୍ବରୁ ଆମେରିକାରେ ୧୦୦ ଟଙ୍କା ଥିଲା, ତାହା ଏବେ ୧୫୦ ଟଙ୍କା ହେବ।