ଭଲ ବନ୍ଧୁ ଥିବା ଟ୍ରମ୍ପ ଓ ମୋଦିଙ୍କ ଭିତରେ କାହିଁକି ହେଲା ଫାଟ, ଜାଣନ୍ତୁ ଅସଲ କାରଣ

ମୋଦି ଆଉ ଟ୍ରମ୍ପଙ୍କ ଭିତରେ ଭଲ ସମ୍ପର୍କ ଥିଲା । ଆଉ ଏବେ ତାଙ୍କର ସମ୍ପର୍କ ବିଗିଡି ଯାଇଥିବା ଖବର ସାମ୍ନାକୁ ଆସିଛି । କାହିଁକି ବିଗିଡିଲା ମୋଦି ଆଉ ଟ୍ରମ୍ପଙ୍କ ସମ୍ପର୍କ ? ପରସ୍ପରକୁ ଭଲ ବନ୍ଧୁ କହୁଥିଲେ ଦୁହେଁ କିନ୍ତୁ ଏବେ ଏମିତି କଣ ହୋଇଗଲା ? ଏବେ ସେମାନେ ଶତ୍ରୁ ବନି ଯାଇଛନ୍ତି । ଏହା ପଛର କାରଣ କଣ କେବଳ ରସିଆ ତେଲ ନା ସମ୍ପର୍କ ବିଗିଡ଼ିବା ପଛରେ ଆଉ କିଛି କାରଣ ରହିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ବହୁତ ଭଲ ବନ୍ଧୁତା ଥିଲା ।

ଏହି ଦୁଇଜଣଙ୍କ ଭିତରେ ବହୁତ ଭଲ ବନ୍ଧୁତା ଥିଲା କିନ୍ତୁ ଏବେ ଏଭଳି କିଛି ତାଙ୍କ ଭିତରେ ଫାଟ ହେବ ବୋଲି କେହି କେବେ ଭାବି ନଥିଲେ । ଏବେ ଦୁହେଁ ଦୁହିଁଙ୍କ ସହିତ କଥାବାର୍ତ୍ତା ବି ହେଉ ନାହାଁନ୍ତି । ଏବେ ଭାରତ ଆଉ ଆମେରିକାର ସମ୍ପର୍କ ମଧ୍ୟ ଖରାପ ହୋଇଯାଇଛି । ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ସହିତ ଅନ୍ୟ ଦେଶ ଗୁଡିକୁ ଭାରତ ବିରୋଧରେ ଉସକାଉଛନ୍ତି । ଆମେରିକା ଭାରତ ସମ୍ପର୍କ ତିକ୍ତ ହୋଇଥିବା ବେଳେ ୱାଟ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିବେ ନାହିଁ ବୋଲି ମନା କରି ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।

କାରଣ ଭାରତ ଆଉ ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି ପାଇଁ ଶ୍ରେୟ ଦାବି କରୁଛନ୍ତି ଟ୍ରମ୍ପ କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରି ଆସୁଛି ଭାରତ । ଜୁନ ୧୭ ତାରିଖରେ ମୋଦିଙ୍କ ସହ କଥା ହୋଇଥିଲେ ଟ୍ରମ୍ପ । ମୋଦି ତାଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରନ୍ତୁ ବୋଲି ଟ୍ରମ୍ପ ଚାହୁଁଥିଲେ କିନ୍ତୁ ଏଥିରେ ରାଜି ହୋଇନଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ ୩୫ ମିନିଟ ଧରି ଦୁଇ ନେତାଙ୍କର କଥାବାର୍ତ୍ତା ଚାଲିଥିଲା । ହେଲେ ଟ୍ରମ୍ପଙ୍କ କୌଣସି ଦାବିରେ ରାଜି ହୋଇନଥିଲେ ମୋଦି । ଭାରତ ଆଉ ପାକ ଅସ୍ତ୍ର ବିରତିରେ ଟ୍ରମ୍ପଙ୍କର କୌଣସି ଭୂମିକା ନାହିଁ ବୋଲି ମୋଦି ସ୍ପଷ୍ଟ କରିଥିଲେ ।

ଫୋନ୍ କରିବା ପରେ ଟ୍ରମ୍ପ ଆଉ ମୋଦିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଜୁନ ୧୭ ତାରିଖ ପରେ କୌଣସି କଥାବାର୍ତ୍ତା ହୋଇନାହାନ୍ତି ଟ୍ରମ୍ପ ଆଉ ମୋଦି । ଯେଉଁଥିରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଅଛି ବୋଲି ସୂଚନା ମିଳୁଛି । ଭାରତ ବିରୋଧରେ ପ୍ରତ୍ୟେକ ଦିନ କିଛି ନା କିଛି ମନ୍ତବ୍ୟ ଦେଉଛନ୍ତି ଟ୍ରମ୍ପ । ଯାହାକୁ ନେଇ ତାଙ୍କ ଦେଶବାସୀ ତାଙ୍କୁ ଅନେକ ସମାଲୋଚନା ମଧ୍ୟ କରୁଛନ୍ତି । ଭାରତ ଆଉ ପାକିସ୍ତାନ ମଧ୍ୟରେ ହେଇଥିବା ଯୁଦ୍ଧ ବିରତିର ଶ୍ରେୟ ନେବାକୁ ଚାହୁଁଥିଲେ ଟ୍ରମ୍ପ । ଏମିତି ଅନେକ ଯୁଦ୍ଧ ବନ୍ଦ କରି ସେ ନୋବେଲ ପୁରସ୍କାର ପାଇବେ ବୋଲି ଆଶା କରିଥିଲେ କିନ୍ତୁ ତାଙ୍କୁ ଭାରତ ସମ୍ପର୍ଥନ କରିଲା ନାହିଁ । ଆଉ ଏହି ବ୍ୟକ୍ତିଗତ ମାମଲା ପାଇଁ ତାଙ୍କ ଭିତରେ ଫାଟ ସୃଷ୍ଟି ହୋଇଛି । ଏବେ ଦେଖିବାକୁ ବାକି ରହିଲା ଏହି ବନ୍ଧୁତା ଖଣ୍ଡନ ପାଇଁ କାହାର କେତେ କ୍ଷତି ହେଉଛି ।