ଭଡା ଘରେ ଶିକ୍ଷକଙ୍କ ସହ ରୋମାନ୍ସ କରୁଥିଲେ ସ୍କୁଲ ଦିଦି, ହଠାତ୍ ପହଞ୍ଚିଗଲା ସ୍ୱାମୀ, ଜାଣନ୍ତୁ ପୁରା‌ ଘଟଣା

ସ୍ବାମୀ ବାହାରେ ରୁହନ୍ତି ଦିଦି ସ୍କୁଲରେ ପଢାନ୍ତି। ସେଇଥିପାଇଁ ନିମାପଡା ଅମଳାପଡାର ଭଡାଘର କରି ରହୁଥିଲେ। ହେଲେ ସ୍ବାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦିଦିଙ୍କ ସହ ରୋମାନ୍ସ କରୁଥିଲେ କାକଟପୁରର ଜଣେ ଶିକ୍ଷକ ନେତା। ଏହି ଖବର ସ୍ବାମୀଙ୍କ କାନରେ ବାଜିବା ପରେ ସେ ସୁଯୋଗ ଉଣ୍ଡି ପତ୍ନୀ ରହୁଥିବା ଭଡାଘରେ ଅଚାନକ ପହଞ୍ଚିଥିଲେ ।

ପୁରୀ ଜିଲ୍ଲା ନିମାପଡା ବ୍ଲକ ଅମଳାପଡାର ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକଙ୍କୁ ମାଡ଼ ଘଟଣା । ଶିକ୍ଷୟିତ୍ରୀଙ୍କ ସ୍ବାମୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କଲା ପୋଲିସ । ଶିକ୍ଷୟିତ୍ରୀ ପତ୍ନୀ ଓ ନିର୍ଯାତିତ ଶିକ୍ଷକଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଥିବା ସୂଚନ ରହିଛି । ଶିକ୍ଷୟିତ୍ରୀ ପତ୍ନୀଙ୍କୁ ସନ୍ଦେହ କରି ମାଡ଼ ମାରି ରାସ୍ତାରେ ଚଲାଇ ଥାନାକୁ ଆଣିଥିଲେ ।

ଆଉ ଜଣେ ଶିକ୍ଷକଙ୍କୁ ମଧ୍ୟ ମାଡ଼ ମାରି ଉଲଗ୍ନ କରି ବେକରେ ମାଳ ପକାଇ ଥାନାକୁ ଭିଡ଼ି ଆଣିଥିଲେ । ଆଇନକୁ ହାତକୁ ନେଇଥିବାରୁ ଶିକ୍ଷୟିତ୍ରୀଙ୍କ ସ୍ବାମୀଙ୍କୁ ଗିରଫ କଲା ପୋଲିସ ।

ସୂଚନାଯୋଗ୍ୟ, ଶିକ୍ଷୟତ୍ରୀ ଜଣକ ନିମାପଡା ଥାନା ନିକଟ ଏକ ସାହିରେ ଭଡା ଘରେ ରହୁଥିଲେ । ତା‌ଙ୍କ ସ୍ବାମୀଙ୍କ ସହ କୌଣସି କାରଣରୁ ବିବାଦ ଯୋଗୁଁ ଉଭୟ ଅଲଗା ଅଲଗା ରହୁଥିବା କୁହାଯାଉଛି । ତେବେ ମହିଳାଙ୍କ ସ୍ବାମୀ ତାଙ୍କ ଚରିତ୍ର ଉପରେ ସନ୍ଦେହ କରି ତାଙ୍କ ଉପରେ ନଜର ରଖୁଥିଲେ । ଏକ ଭଡାଘରେ ଉଭୟ ପ୍ରେମୀ ଯୁଗଳ ଥିବାବେଳେ ମହିଳାଙ୍କ ସ୍ୱାମୀ ଧରିଥିଲେ । ସଂପୃକ୍ତ ପୁରୁଷ ଜଣେ ଶିକ୍ଷକ ନେତା ବୋଲି ଜଣାପଡିଛି ।

ଏହାପରେ ଉଭୟଙ୍କ ବେକରେ ମାଳ ପିନ୍ଧାଇ ଥାନାକୁ ଚଲାଇ ଚଲାଇ ନେଇ ଥାନା ଅଧିକାରୀଙ୍କ ଜିମା ଦେଇଥିଲେ । ହେଲେ ଆଇନକୁ ହାତକୁ ନେଇଥିବାରୁ ଶିକ୍ଷୟିତ୍ରୀଙ୍କ ସ୍ବାମୀଙ୍କୁ ଆଜି ଗିରଫ କରିଛି ପୋଲିସ ।