ବିବାହ ପରେ ସ୍ୱାମୀକୁ ଛାଡି ପ୍ରେମିକକୁ ଖୋଜୁଥିଲା ଐଶ୍ୱର୍ଯ୍ୟା, ବିରୋଧ କରିବାରୁ ସ୍ୱାମୀକୁ ମାରିଦେଲା, ଜାଣନ୍ତୁ ପୁରା‌ ଘଟଣା

ଆଜିକାଲି ଦୁନିଆରେ ଏଭଳି ଘଟଣା ଦେଖିବାକୁ ମିଳୁଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଜଣେ ସ୍ତ୍ରୀ ବିବାହ ପରେ ମଧ୍ୟ ତାର ସ୍ଵାମୀ ସୁଖ ଛାଡି ପ୍ରେମିକ ସହ ସମ୍ପର୍କ ରଖିଛି ଆଉ ଶେଷରେ ନିଜ ସ୍ଵାମୀ ସହ ଏଭଳି କାମ କରୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସ୍ତ୍ରୀ ଜଣକ ସ୍ଵାମୀ ସୁଖକୁ ଛି କରିଲେ ଆଉ ପ୍ରେମିକ ସହ ମିଶି ଷଡ଼ଯନ୍ତ୍ର ରଚିଲେ । ସୁପାରୀ କିଲର ଲଗାଇ ସ୍ବାମୀଙ୍କୁ ବାଟରୁ ସଫା କରିଦେଲେ ।

ବାଜା ରୋଷଣୀ କରି ବର ଆସିଲା ଆଉ ହାତ ଗଣ୍ଠି ପଡ଼ିଲା । ସାତଜନ୍ମର ସାଥୀ ହେଲେ ଐଶ୍ୱର୍ଯ୍ୟା ଆଉ ତେଜସ୍ୱର । ବାହାଘର ପରେ ସ୍ଵାମୀ ପାଖରେ ଶୋଉଥିଲେ ସତ କିନ୍ତୁ ଖୋଜୁଥିଲେ ପ୍ରେମିକ ସୁଖ । ସ୍ଵାମୀ ଯେତେ ବୁଝାଇଲେ ବି ସ୍ତ୍ରୀ ଜଣକ ବୁଝୁ ନଥିଲେ । ଲୁଚି ଛପି ପ୍ରେମିକ ସହ ପ୍ରେମାଳପ କରୁଥିଲେ ଐଶ୍ଵର୍ଯ୍ୟା । ଆନ୍ଧ୍ରପ୍ରଦେଶ କୁର୍ନାର ଅଞ୍ଚଳରୁ ଆସିଥିବା ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି । ସ୍ବାମୀଙ୍କୁ ମାରି ଦେଲା ସ୍ତ୍ରୀ । ଏହି ସ୍ଵାମୀ ଜଣଙ୍କର ବୟସ ୩୨ ବର୍ଷ ।

ଏହି ସ୍ଵାମୀ ଜଣକ ଜମି ସଂରକ୍ଷଣକାରୀ ଅଟନ୍ତି । ସେ ମେ ମାସ ୧୮ ତାରିଖରେ ଐଶ୍ୱର୍ଯ୍ୟାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଉ ବିବାହର କିଛି ଦିନ ପରେ ସ୍ତ୍ରୀ ଜଣକ ତାଙ୍କ ପ୍ରେମିକ ସହ ଘଣ୍ଟା ଘଣ୍ଟା ଧରି ଗପୁଥିଲା । ଯାହାକୁ ଜାଣିବା ପରେ ସ୍ଵାମୀ ଜଣକ ସ୍ତ୍ରୀକୁ ପାଟି କରିଥିଲେ । ସ୍ବାମୀଙ୍କ ରୋକଠୋକକୁ ସହ୍ୟ କରିପାରିଲା ନାହିଁ ସ୍ତ୍ରୀ ଆଉ ସେ ଶେଷରେ ଏଭଳି କାମ କରିଲା । ପ୍ରେମିକ ତେରୁମଲ୍ ସହ ମିଶି ସ୍ବାମୀଙ୍କୁ ମାରିବାକୁ ୨ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା ।

ଅନେକ ଥର ତେଜସ୍ଵରଙ୍କୁ ମାରିବାକୁ ଉଦ୍ୟମ କରାଯାଇଥିଲା କିନ୍ତୁ ବିଫଳ ହୋଇଥିଲା । ଆଉ ଏହାପରେ ପଞ୍ଚମ ଥର ସଫଳ ହୋଇଥିଲେ । ପଞ୍ଚମ ଥରରେ ସ୍ବାମୀଙ୍କୁ ମାରିବାରେ ସକ୍ଷମ ହୋଇଥିଲେ ସ୍ତ୍ରୀ ଜଣକ । ତେଜସ୍ୱର କାମକୁ ଯାଇ ଫେରି ନଥିଲେ ଆଉ ଏହାପରେ ତାଙ୍କ ପରିବାର ଲୋକେ ପୋଲିସ ଥାନାରେ ଅଭିଯୋଗ କରିଥିଲେ । ଆଉ ଏବେ ପୋଲିସ ସବୁକିଛି ଜାଣି ସାରିଛି । ଐଶ୍ବର୍ଯ୍ୟାର କଲ୍ ଲିଷ୍ଟ ଚେକ୍ କରିବା ପରେ ସବୁ କଥା ଜଣା ପଡ଼ିଥିଲା । ସେ ତାର ପ୍ରେମିକ ପାଖକୁ ୨ ହଜାର ଥର କଲ୍ କରିଥିଲା ଆଉ ସ୍ବାମୀଙ୍କୁ ମାରିବାକୁ ଜାଲ ବିଛାଇଥିଲା । ଏବେ ଏହି ସ୍ତ୍ରୀ ଜଣଙ୍କୁ ଏବଂ ତାର ପ୍ରେମିକ ସମେତ ପାଞ୍ଚ ଜଣ ସୁପାରୀ କିଲରଙ୍କୁ ପୋଲିସ ଗିରଫ କରିଛି ।