କାନ୍ଥରୁ ଲିଭିନି ବିବାହ ଚିତା.. ଖଟ ଉପରେ କରିକରି ସ୍ତ୍ରୀକୁ ମାରିଦେଲା ସ୍ୱାମୀ… ଜାଣନ୍ତୁ ପୁରା‌ ଘଟଣା

ମହିଳାଙ୍କର ସନ୍ଧେହ ଜନକ ଅବସ୍ଥାରେ ହେଇଛି ମୃତ୍ୟୁ। ମହିଳାଙ୍କ ରୁମରୁ ମିଳିଛି ମୃତଦେହ। ମହିଳାଙ୍କ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ। ବଲାଙ୍ଗୀର ଜିଲ୍ଲା ପୁଈଁନ୍ତଳା ଥାନା ଅନ୍ତର୍ଗତ ବାଇରାସ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମହିଳା ଜଣଙ୍କୁ ତାଙ୍କ ସ୍ଵାମୀ ସ୍ଵାମୀ ପିଟି ପିଟି ହତ୍ୟା କରିଥିବା ଉକ୍ତ ମହିଳାଙ୍କ ବାପଘର ଲୋକେ ପକ୍ଷରୁ ଅଭିଯୋଗ କରାଯାଇଛି।

ମହିଳାଙ୍କ ବାପଘରଙ୍କ ଅଭିଯୋଗ ଅନୁସାରେ ପୁଈଁନ୍ତଳା ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ବଲାଙ୍ଗୀର ପୁଈଁନ୍ତଳା ବେହେରା ପାଲି ଗ୍ରାମର ଦୟା କୁମାରଙ୍କ ପୁଅ ଦିଲ୍ଲୀପ କୁମାରଙ୍କ ସହିତ ତାଙ୍କର ଦେଢ଼ ବର୍ଷ ତଳେ ବୈଦିକ ରୀତିନୀତି ଅନୁସାରେ ଅନୁସାରେ ବିବାହ ହେଇଥିଲା। ବିବାହର ଦୀର୍ଘ ଦେଢ଼ ବର୍ଷ ପରେ ମଧ୍ୟ ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ଭଲ ନଥିଲା।

କିନ୍ତୁ ଏହି ଦେଢ଼ ବର୍ଷର ଦାମ୍ପତ୍ୟ ଜୀବନ ଭିତରେ ତାଙ୍କର ୫ ମାସର ଏକ ଶିଶୁ ପୁତ୍ର ଥିଲା। ଅନେକ ସମୟରେ ମହିଳାଙ୍କ ସ୍ଵାମୀ ମଦ୍ୟପାନ କରି ତାଙ୍କୁ ମାରପିଟ୍ କରୁଥିଲେ ଯାହା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତ ଶୁକ୍ରବାର ରାତିରେ ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହେଇଥିଲା। ଆଉ ଏହାପରେ ମହିଳାଙ୍କର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଛି।

ସ୍ତ୍ରୀର ମୃତ୍ୟୁ ପରେ ସ୍ଵାମୀ ଓ ଶଶୁର ପୁଇଁନ୍ତଳା ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଶାଶୁଘର ଲୋକେ ବୋହୂ ଜୀବନ ହାରିଥିବା କହୁଥିବା ବେଳେ ବାପଘର ଲୋକଙ୍କ ପକ୍ଷରୁ ଝିଅଙ୍କୁ ତଣ୍ଟୀ ଚିପି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ କରିବା ପରେ ପୋଲିସ ମାଜିଷ୍ଟେଟଙ୍କ ସମ୍ମୁଖରେ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ବଲାଙ୍ଗୀର ଭୀମଭୁଇଁ ଡାକ୍ତରଖାନାକୁ ପଠାଇଛନ୍ତି।

Leave a Comment