ପ୍ରେମିକ ସହ ମିଶି ସ୍ବାମୀର ଜୀବନ ନେବା ପରେ ଘର ଭିତରେ ପୋତିଥିଲା ସ୍ତ୍ରୀ, ପୁରା ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମୁମ୍ବାଇର ନାଲା ସୋପାରାରେ ପୁଣି ଆଉ ଜଣେ ପତ୍ନୀ ତା ସ୍ୱାମୀକୁ ମାରି ଦେଇଛି। ଆଉ ଏହି ମହିଳା ଜଣଙ୍କ ସୋନମ୍ ଓ ମୁସ୍କାନ ଅପେକ୍ଷା ଅଧିକ ବିପଦପୂର୍ଣ୍ଣ ସାବ୍ୟସ୍ତ ହେଇଛି। ମହିଳା ଜଣଙ୍କ ତା ପ୍ରେମିକ ସହିତ ମିଶି ତା ସ୍ୱାମୀକୁ ହତ୍ୟା କରିଛି। ଶାଶୁ ଶଶୁର ଘରେ ନଥିବାର ସୁଯୋଗ ନେଇ ପ୍ରେମିକକୁ ଡାକି ସ୍ୱାମୀର ହତ୍ୟା କଲା। ଆଉ ଧରାପଡ଼ିବା ଭୟରେ ମହିଳା ଜଣଙ୍କ ମୃତଦେହକୁ କେଉଁଠୀ ନଫୋପାଡି ଘରେ ଏକ ଗାତ ଖୋଳୀ ପୋତି ଦେଇଥିଲା। ଏହି ଘଟଣାଟି ମେରେଟର ମୁସ୍କାନ ସୌରଭ ଘଟଣା ଠାରୁ ଆହୁରି ଅଧିକ ଭୟଙ୍କର।

ମହାରାଷ୍ଟ୍ରର ପାଲଘର୍ ଜିଲ୍ଲାର ଜଣେ ମହିଳା ତା ପ୍ରେମିକ ସହାୟତାରେ ତା ସ୍ୱାମୀକୁ ହତ୍ୟା କରି ମୃତଦେହକୁ ଘର ଭିତରେ ପୋତି ଦେଇଥିଲା। ପୋଲିସର କହିବା ଅନୁସାରେ ୩୫ ବର୍ଷୀୟ ବିଜୟ ଚବନ୍ ଗତ ୧୫ ଦିନ ହେବ ନିଖୋଜ ଥିଲେ। ସେ ମୁମ୍ବାଇରୁ ପ୍ରାୟ ୭୦ କିଲୋମିଟର ଦୂର ନାଲା ସୋପାରା ପର୍ବର ଗଡପାଗଡ଼ା ଅଞ୍ଚଳରେ ତାଙ୍କର ୨୮ ବର୍ଷୀୟା ପତ୍ନୀ କୋମଳ ଚବନଙ୍କ ସହିତ ରହୁଥିଲେ। ସୋମବାର ସକାଳେ ବିଜୟଙ୍କ ଭାଇ ମାନେ ତାଙ୍କୁ ଖୋଜି ଖୋଜି ତାଙ୍କ ଘରକୁ ଯାଇଥିଲେ। ସେଠାରେ ସେମାନେ ଘରର ଟାଇଲ ଗୁଡ଼ିକ ବଦଳିଥିବାର ଦେଖି ସନ୍ଦେହ କରିଥିଲେ।

ପରେ ଯେତେବେଳେ ସେମାନେ ସେହି ଟାଇଲ ଗୁଡ଼ିକୁ କାଢି ଥିଲେ ସେତେବେଳେ ଭୂଷଣ ଦୁର୍ଗନ୍ଧ ହେଇଥିଲା। ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ ତାପରେ ପୋଲିସ ଆସି ଛନଭିନ କରି ଟାଇଲ୍ ତଳେ ପୋତା ଯାଇଥିବା ବିଜୟଙ୍କର ମୃତଦେହକୁ ଉଦ୍ଧାର କରିଥିଲେ। ପୋଲିସ ତଦନ୍ତରୁ ଭୟଙ୍କର ତଥ୍ୟ ସବୁ ଜଣାପଡିଛି। କୋମଳ ତାଙ୍କ ସ୍ବାମୀଙ୍କ ମୋବାଇଲ ଫୋନ୍ ବ୍ୟବହାର କରି ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଆକ୍ସେସ କରିବା ପାଇଁ ଅନେକ ଓଟିପି ଜେବ୍ରେଟ କରିଥିଲେ। ସେ ଏଟିଏମରୁ ଟଙ୍କା ମଧ୍ୟ ଉଠାଇ ଥିଲେ। କୋମଳ ବିଜୟଙ୍କ ସମ୍ପତ୍ତି ହଡ଼ପ କରି ନିଜ ପ୍ରେମିକଙ୍କ ସହିତ ପଳେଇବା ପାଇଁ ଯୋଜନା କରିଥିଲେ।

ତେବେ ଏହି ଘଟଣା ପ୍ରାୟ ୧୫ ଦିନ ପୂର୍ବରୁ ଘଟିଥିବା ବେଳେ ୨ ଦିନ ଆଗରୁ ମହିଳାଙ୍କ ମୋବାଇଲରୁ କିଛି ସନ୍ଦେହ ମେସେଜ ପାଇବା ପରେ ପୋଲିସର ସନ୍ଦେହ ବଢିଥିଲା। ପଚରାଉଚରା ସମୟରେ ଏହି ଜଘନ୍ୟ ହତ୍ୟାକାଣ୍ଡର ଖୁଲାସା ହେଇଥିଲା। ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ମୃତଦେହକୁ ବାହର କରି ପୋଷ୍ଟବଟମ୍ ପାଇଁ ପଠା ଯାଇଥିଲା। ବର୍ତ୍ତମାନ ଅଭିଯୁକ୍ତ ମହିଳା ଏବଂ ତାଙ୍କ ପ୍ରେମିକ ଫେରାର ଅଛନ୍ତି। ଉଭୟ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୋଲିସ୍ ଚେନ୍ ଗଠନ କରାଯାଇଥିଲା।