ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର, ପୁଣି ମିଳିବ ସୁଭଦ୍ରା ଟଙ୍କା, ଜାଣନ୍ତୁ କାହାକୁ ମିଳିବ କାହାକୁ ମିଳିବନି

ଏବେ ସୁଭଦ୍ରା ଯୋଜନାକୁ ନେଇ ଆସିଛି କିଛି ନୂଆ ଅପଡେଟ । ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର । ସୁଭଦ୍ରା ଯୋଜନାରେ ଯୋଡ଼ି ହେବେ ବାଦ୍ ପଡ଼ିଥିବା ହିତାଧିକାରୀ । ସୁଭଦ୍ରା ଯୋଜନା ନେଇ ବଡ ଖବର ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବର୍ତ୍ତମାନ ୨ ଲକ୍ଷ ୮୫ ହଜାର ହିତାଧିକାରୀ ସୁଭଦ୍ରା ଯୋଜନା ପାଇବାରୁ ବାଦ୍ ପଡିଛନ୍ତି । ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାକୁ ଏକ ବର୍ଷ ହେଲା ।

ସୁଭଦ୍ରା ଯୋଜନାରେ ଅଭିଯୋଗ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ସୁଭଦ୍ରା ଯୋଜନାକୁ ଏକ ବର୍ଷ ପୂର୍ତ୍ତି ଅବସରରେ ୩୪୮ ୟୁନିଟରେ ଧନ୍ୟବାଦ ମୋଦି କାର୍ଯ୍ୟକ୍ରମ ଆରମ୍ଭ ହେବ । ସୁଭଦ୍ରା ପୋର୍ଟାଲ ଜରିଆରେ ହିତାଧିକାରୀ ଅଭିଯୋଗ କରିପାରିବେ । ସେମାନଙ୍କ ଅଭିଯୋଗର ଜବାବ ଦିଆଯିବ ବୋଲି ସୂଚନା ମିଳିଛି । ସୁଭଦ୍ରା ଯୋଜନାରେ ଅନେକ ଲୋକ ଅଭିଯୋଗ କରୁଥିଲେ ମଧ୍ୟ ଏହାର ଉତ୍ତର ପାଇ ପାରୁନଥିଲେ । ଏବେ ବିଭାଗୀୟ ଅଧିକାରୀ ସବୁ ଅଭିଯୋଗର ଉତ୍ତର ରଖିବେ ।

ହିତାଧିକାରୀଙ୍କ ଅଭିଯୋଗ ବ୍ଲକ କମିଟି ଯାଞ୍ଚ କରିବ । ଜିଲ୍ଲା କମିଟି ହିତାଧିକାରୀଙ୍କୁ ନେଇ ଏହାର ଉତ୍ତର ଦେବ । ସୂଚନା ମିଳିଛି କି ଅନେକ ସୁଭଦ୍ରା ହିତାଧିକାରୀ ବାଦ୍ ପଡିଛନ୍ତି ଏହାର କାରଣ କଣ ଏବଂ ସବୁ ବିଷୟରେ ଏବେ ଜଣାପଡ଼ିବ । ଏହି ବାଦ୍ ପଡ଼ିଥିବା ହିତାଧିକାରୀ କଣ କରିଲେ ସାମିଲ ହୋଇପାରିବେ ଏହି ସବୁ ବିଷୟରେ ଜାଣିପାରିବେ । ଏହି ସବୁ ପ୍ରଶ୍ନର ଉତ୍ତର ହିତାଧିକାରୀମାନେ ସୁଭଦ୍ରା ପୋର୍ଟାଲରେ ପାଇପାରିବେ ।

ପ୍ରତିଟି ଅଙ୍ଗନୱାଡ଼ି କେନ୍ଦ୍ରରେ ଧନ୍ୟବାଦ୍ ମୋଦି କାର୍ଯ୍ୟକ୍ରମ ଆରମ୍ଭ ହେବ । ଅକ୍ଟୋବର ୧୫ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ । ସୁଭଦ୍ରା ଯୋଜନା କାହାକୁ ଦିଆଯିବ ତାକୁ ବାଛିବା ଆଉ ତାକୁ ଟଙ୍କା ଦେବା ଏହି ସବୁ କାମ କରାଯାଉଛି । ଏହି ସୁଭଦ୍ରା ମଡେଲ ଏକ ବର୍ଷ ହେବ ଲଞ୍ଚ ହୋଇଗଲାଣି । ଆଉ ଏବେ ଏହା ଆହୁରି ଉନ୍ନତ ମାନର ହୋଇଗଲାଣି । ଏବେ ହିତାଧିକାରୀ ନିଜର ଅଭିଯୋଗ କରିପାରିବେ । ଆଉ ଅଭିଯୋଗ କରି ତାଙ୍କ ପ୍ରଶ୍ନର ଉତ୍ତର ପାଇପାରିବେ ।