ପୁଣି ମିଳିବ ସୁଭଦ୍ରା ଟଙ୍କା, ଏଥର ଏହି ମହିଳା ମାନଙ୍କୁ ୧୦ ହଜାର ବଦଳରେ ମିଳିବ ୧୨ ହଜାର, ଜାଣନ୍ତୁ ପୁରା‌ ଖବର

ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ, ୧୭ ସେପ୍ଟେମ୍ବର, ୨୦୨୪ରେ ସୁଭଦ୍ରା ଯୋଜନା ଆରମ୍ଭ ହୋଇଥିଲା । ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫ ହଜାର ଟଙ୍କା ଜମା ହୋଇଥିଲା । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ଏହି ଯୋଜନାରେ ପ୍ରାୟ ୩୯ ଲକ୍ଷ ହିତାଧିକାରୀ ଉପକୃତ ହୋଇଥିଲେ । ତେବେ ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଅର୍ଥ ବାଣ୍ଟିବେ ମୁଖ୍ୟମନ୍ତ୍ରୀ।

କୋଟିଏରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଅର୍ଥ। ୯ ତାରିଖରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି। ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ସୁଭଦ୍ରା ସମ୍ପର୍କିିତ ବିଭିନ୍ନ ଦିଗକୁ ନେଇ ଷ୍ଟିଅରିଂ କମିଟି ବୈଠକରେ ଆଲୋଚନା ହୋଇଛି। ଆଗକୁ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ନୂଆ ଯୋଡାଯିବା ନେଇ ବି ବୈଠକରେ ଆଲୋଚନା ହୋଇଛି।

ଲୋକଙ୍କ ଫିଡ୍ ବ୍ୟାକ ଉପରେ ଗୁରୁତ୍ବ ଦେଉଛନ୍ତି ସରକାର। ସୁଭଦ୍ରା ଅର୍ଥ ମହିଳା ମାନେ କିପରି ବ୍ୟବହାର କରୁଛନ୍ତି ଏହା ଉପରେ ମତାମତ ନେବାକୁ ଷ୍ଟିଅରିଙ୍ଗ କମିଟିରେ ନିଷ୍ପତ୍ତି ହୋଇଛି। ଏହା ସହ ୨୧ ବର୍ଷ ହେବା ପରେ ନୂଆ ହିତାଧିକାରୀ ସାମିଲ ହେବେ ଓ ମାର୍ଚ୍ଚ ୩୦ ସୁଦ୍ଧା ୬୦ ବର୍ଷ ଅତିକ୍ରମ କରିଥିଲେ ଯୋଜନାରୁ ବାଦ ପଡ଼ିବେ ବୋଲି ସୂଚନା ଦିଆଯାଇଛି । ତେବେ ଯେଉଁ ହିତାଧିକାରୀମାନଙ୍କୁ ୬୦ ବର୍ଷ ଛୁଇଁଛି ସେମାନଙ୍କୁ ସିଧାସଳଖ ଭତ୍ତାରେ ଯୋଡ଼ାଯିବ । ପ୍ରାୟ ୯୩ ହଜାର ମହିଳା ସୁଭଦ୍ରାରୁ ବଞ୍ଚିତ ହେଲେ ମଧ୍ୟ ଭତ୍ତାରେ ଯୋଡ଼ି ହେବେ । ଅଗଷ୍ଟ ୯ ପରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀ ପୁଣି ଥରେ କରିପାରିବେ ଆବେଦନ।

ସୁଭଦ୍ରା ଯୋଜନାକୁ ନେଇ ଗତକାଲି କିଛି ଏଭଳି ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ତୃତୀୟ କିସ୍ତି ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀ କରି ପାରିବେ ଆବେଦନ। ତାସହ ପୂର୍ବରୁ ବାଦ୍ ପଡ଼ିଥିବା ୨ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଆଉ ଥରେ ହେବ ସର୍ଭେ ।