ଏଇ ଦିଗକୁ ମୁଣ୍ଡ କରି ଶୋଇଲେ ବର୍ଷା ହୁଏ ଧନ, ହେଲେ ଏଇ ଦିଗରେ ମାଡି ଆସେ ମୃତ୍ୟୁ, ଜାଣନ୍ତୁ ଶୁଭ ଅଶୁଭ ଦିଗ

ସୁସ୍ଥ ରହିବାକୁ ହେଲେ ଦରକାର ମୁତାବକ ନିଦ୍ରା ଶରୀର ପୀଇଁ ନିହାତି ଆବଶ୍ୟକ । ସୁସ୍ଥ ଓ ନିରୋଗ ରହିବା ପାଇଁ ଜଣକୁ ଦୈନିକ ୮ଘଣ୍ଟା ଶୋଇବା ଉଚିତ ବୋଲି ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାଆନ୍ତି । ସେହପରି ଆବଶ୍ୟକ ଅନୁଯାୟୀ‌ ନିଦ୍ରା ନ ହେଲେ ତାହା ବିଭିନ୍ନ ରୋଗର କାରଣ ହୋଇଥାଏ । ତେ‌ବେ ବାସ୍ତୁଶାସ୍ତ୍ର ଅନୁସାରେ, ଶୋଇବାର ଦିଗ ମଧ୍ୟ ଶରୀର ଉପରେ ପ୍ରଭାବ ପକାଇଥାଏ ।

ଭିନ୍ନ ଭିନ୍ନ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ଉପରେ ଅନେକ ପ୍ରଭାବ ପଡ଼ିଥାଏ । ତେଣୁ ଶୋଇବା ସମୟରେ ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ଆସନ୍ତୁ ଜାଣିବା କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ଉପରେ କି ପ୍ରଭାବ ପଡ଼େ । ଚାରି ଦିଗରୁ ମୁଖ୍ୟତଃ ଦକ୍ଷିଣ ଓ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ସବୁଠାରୁ ଭଲ ଫଳ ମିଳିଥାଏ । ଉତ୍ତର ଓ ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ସ୍ୱାସ୍ଥ୍ୟ ପ୍ରତି ଖରାପ ହୋଇଥାଏ ।

ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ପ୍ରତି ବେଶ୍‌ ଲାଭଦାୟକ । କାରଣ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସର୍ବଦା ଦକ୍ଷିଣରୁ ଉତ୍ତର ଦିଗକୁ ପ୍ରବାହିତ ହୋଇଥାଏ । ଯଦି କେହି ବ୍ୟକ୍ତି ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଥାନ୍ତି, ସେହି ସମୟରେ ଏହି ଶକ୍ତି ମୁଣ୍ଡରୁ ପ୍ରବେଶ ହୋଇ ଗୋଡ଼ ବାଟେ ବାହାରି ଯାଇଥାଏ । ଫଳରେ ସକାଳୁ ଉଠିବା ପରେ ବ୍ୟକ୍ତିଙ୍କୁ ତାଜାପଣ ଓ ଫୁର୍ତ୍ତି ଅନୁଭବ ହୋଇଥାଏ ।

ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଖରାପ ବୋଲି କୁହାଯାଇଥାଏ ।ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଫଳପ୍ରଦ ହୋଇଥାଏ । କାରଣ ସୂର୍ଯ୍ୟ ପୂର୍ବ ଦିଗରୁ ଉଦୟ ହେଉଥିବାରୁ ମୁଣ୍ଡରେ ନୂଆ ଶକ୍ତି ସଞ୍ଚାର ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ । ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ଏହାର ବିପରୀତ ଫଳ ମିଳିଥାଏ।