କାନ୍ଦି ଗଡୁଛି ଭାଉଜ, ରାକ୍ଷୀ ବାନ୍ଧୁବାନ୍ଧୁ ସୁନ୍ଦରୀ ସ୍ତ୍ରୀର ବେକକୁ…ଜୀବନ ନେଇଗଲା ସ୍ୱାମୀ, ଜାଣନ୍ତୁ ପୁରା‌ ଘଟଣା

ସମାଜରେ ଏଭଳି ଅନେକ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପୁଣି ଜଣେ ନବବଧୂର ଜୀବନ ଚାଲି ଯାଇଛି । ରାକ୍ଷୀ ପୂର୍ଣ୍ଣିମାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀକୁ ପିଟି ପିଟି ମାରି ଦେଇଛନ୍ତି ଶାଶୁଘର ଲୋକେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଉଣୀକୁ ଛାଡି ଚାଲି ଯାଇଛନ୍ତି ତାର ଶାଶୁଘର ଲୋକେ । ଏହି ସ୍ତ୍ରୀ ଜଣଙ୍କର ସ୍ବାମୀ ପିଟିପିଟି ନିଜ ସ୍ତ୍ରୀକୁ ମାରି ଦେଇଛି । ସ୍ଵାମୀ ଜଣକ ଯୌତୁକ ନିର୍ଯ୍ୟାତନା ଦେଇ ପିଟି ପିଟି ରାତିରେ ସ୍ତ୍ରୀକୁ ମାରି ଦେଇଛି ।

ଭଉଣୀକୁ ମାରି ଦେଇ ଭାଇ ପାଖକୁ କଲ୍ କରି ଶବ ନେଇ ଯିବାକୁ କହିଛି ନୃଶଂସ ସ୍ଵାମୀ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଯିବ ବୋଲି ବହୁତ ଖୁସି ଥିଲା କିନ୍ତୁ ଏଭଳି କିଛି ହୋଇଯିବ ସେକଥା କିଏ ବା ଜାଣିଥିଲା । ଭଉଣୀ ଜଣକ ରାତିରେ ଭାଇ ଭାଉଜ ସହ କଥା ହୋଇଥିଲା । ଆଉ ରାକ୍ଷୀ ପୂର୍ଣ୍ଣିମା ଦିନ ଘରକୁ ଯିବ ବୋଲି କହିଥିଲା । ହେଲେ ରାତି ଅଧରେ ସ୍ଵାମୀ ମୁଣ୍ଡରେ ପିତ୍ତ ଚଢ଼ି ଯାଇଥିଲା । ଆଉ ଯୌତୁକ ଟଙ୍କା ଆଣିବାକୁ କହିଥିଲା । ଶେଷରେ ନିଜ ସ୍ତ୍ରୀକୁ ପିଟି ପିଟି ମାରି ଦେଇଛି ସ୍ଵାମୀ ।

ଏହି ଯୁବତୀ ଜଣକ ୬ ମାସ ହେଲା ବିବାହ କରିଥିଲେ । ଆଉ ସେହି ଯୁବତୀ ଜଣକ ବିବାହ କରିବା ଦିନ ଠାରୁ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦେଉଥିଲେ ସ୍ୱାମୀ ଜଣକ । ରଶ୍ମିରେଖା ନିଜ ବାପଘରକୁ ଯାଇ ଭାଇକୁ ରାକ୍ଷୀ ବାନ୍ଧିବା କଥା କହିବା ପରେ ତାଙ୍କ ସ୍ଵାମୀ ତାଙ୍କୁ ମାଡ ମାରିଥିଲେ । ଆଉ ଶେଷରେ ଏହି କାରଣରୁ ଝଗଡ଼ା ହୋଇ ଏଭଳି କିଛି କରି ଦେଇଥିଲା ନୃଶଂସ ସ୍ଵାମୀ ଜଣକ । ଏବେ ଝିଅର ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ମାରି ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସିଡିଏ ସେକ୍ଟର ୯ ରେ ।

କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଖାଇପଡ଼ିଆ ଗାଁର ସ୍ୱର୍ଗତ ସୁବାସ ଚନ୍ଦ୍ର ସାହୁଙ୍କ ଝିଅ ରଶ୍ମିରେଖା ଫେବୃଆରୀ ୧୯ ତାରିଖ ୨୦୨୫ ମସିହାରେ ବିବାହ କରିଥିଲେ । ବିବାହକୁ ୬ ମାସ ବି ହୋଇନାହିଁ ଏଭଳି କିଛି ଘଟଣା ଘଟିଗଲା । ଯୌତୁକ ପାଇଁ ଏଭଳି କିଛି କରିଦେଲା ସ୍ଵାମୀ । ଯୌତୁକ ପାଇଁ ଶାଶୁଘର ଲୋକେ ରଶ୍ମିରେଖାଙ୍କ ଉପରେ ନିର୍ଯାତନା ଆରମ୍ଭ କରି ଦେଇଥିଲେ । ପିଲାଦିନୁ ତାଙ୍କ ବାପା ମାଆ ନଥିଲେ ଆଉ ଭାଇ ଦିନ ମଜୁରିଆ ଥିଲେ । ଶେଷରେ ଯୌତୁକ ନିର୍ଯ୍ୟାତନା ଦେଇ ଏଭଳି ମାରିଦେଲେ ଶାଶୁଘର ଲୋକେ । ଏବେ ଏହି ଘଟଣାର ତଦନ୍ତ କରାଯାଉଛି । ଯୌତୁକ ଆଣିବାକୁ ରାଜି ନ ହେବାରୁ ମାରି ଦେଇଛନ୍ତି । ଏବେ ନ୍ୟାୟ ପାଇବା ପାଇଁ ଧାରଣାରେ ବସିଛନ୍ତି ବାପଘର ଲୋକେ ।