ମୁଣ୍ଡ ପିଟି କାନ୍ଦୁଛି ମା’, ରାକ୍ଷୀ ପୂର୍ଣ୍ଣିମାରେ ସ୍ତ୍ରୀ କଲାନି ମଟନ, ସ୍ତ୍ରୀକୁ ମାରିଦେଲା ସ୍ୱାମୀ, ଜାଣନ୍ତୁ ପୁରା‌ ଘଟଣା

ରାକ୍ଷୀ ପୂର୍ଣିମାକୁ ଲୋକମାନେ ଖୁସି ହୋଇ ପାଳନ କରିଥାନ୍ତି । କିନ୍ତୁ ଏଭଳି କିଛି ଘଟଣା ଜଣେ ଯୁବତୀଙ୍କ ସହ ଘଟି ଯାଇଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାକ୍ଷୀ ପୂର୍ଣିମାରେ ସବୁଆଡେ ଖୁସିର ମାହୋଲ ଥିବା ବେଳେ ଏଠି କାନ୍ଦ ବୋବାଳିରେ ଫାଟି ଯାଉଛି । ଝିଅର ବାହାଘର ଫଟୋକୁ ଦେଖି ମାଆ ଜଣକ କାନ୍ଦି କାନ୍ଦି ଭାଙ୍ଗି ପଡୁଛନ୍ତି । ମାଆ ଜଣକ କହୁଛନ୍ତି ତାଙ୍କ ଝିଅକୁ ମାରିଦେଲେ । କେତେ ହସଖୁସିରେ ଝିଅକୁ ବାହାଘର କରିଥିଲେ କିନ୍ତୁ ଏଭଳି ହୋଇଯିବ କିଏ ବା ଜାଣିଥିଲା ।

ଝିଅ ସହ ଏଭଳି କିଛି ହୋଇଗଲା ଯାହାକୁ ନେଇ ଏବେ ଭାଙ୍ଗି ପଡ଼ିଛି ପୁରା ପରିବାର । ଝିଅ ଲାଲ ଟହଟହ ଶାଢ଼ୀ ପିନ୍ଧି ବିବାହ କରିଥିଲା କିନ୍ତୁ ବିବାହ ପରେ ସୁଖର ସଂସାର ଗଢି ତୋଳିବା ପାଇଁ ଭାବିଥିଲା । ସ୍ୱାମୀକୁ ନେଇ ଅନେକ ସ୍ବପ୍ନ ଦେଖିଥିଲା କିନ୍ତୁ ଏଭଳି କିଛି ହୋଇଗଲା । ରାକ୍ଷୀ ପୂର୍ଣିମା ଭଳି ପବିତ୍ର ଦିନରେ ଝିଅ ସହ ଏଭଳି ହୋଇଗଲା । ଏମିତି ଅବସ୍ଥାରେ ଝିଅକୁ ଦେଖି ମାଆ ପାଦ ତଳୁ ମାଟି ଖସି ପଡ଼ିଲା । ଝିଅର ଫଟୋକୁ କୁଣ୍ଢେଇ ଧରି ମୁଣ୍ଡ ପିଟି ପିଟି କାନ୍ଦୁଛି ।

ଝିଅର ବିବାହକୁ ମାତ୍ର ୫ ମାସ ଆଉ ଝିଅକୁ ଅନେକ ଜାନି ଯୌତୁକ ଦେଇ ବିବାହ କରିଥିଲେ । ସାତ ଜନ୍ମର ସାଥି ହେବା ପାଇଁ ଝିଅ ଚାହିଁ ଥିଲା କିନ୍ତୁ ଏହି ସ୍ଵାମୀ ଜଣକ ସାତ ମାସ ବି ରଖିଲା ନାହିଁ । ନବ ବିବାହିତା ଝିଅ ସବୁଦିନ ପାଇଁ ଆଖି ବୁଜି ଦେଲା । ରାକ୍ଷୀ ପୂର୍ଣିମା ଭଳି ପର୍ବରେ ସ୍ତ୍ରୀ ଜଣଙ୍କୁ ମାରିଦେଲା ସ୍ଵାମୀ । ଆଉ ଏହି ସ୍ଵାମୀ ଜଣକ ସ୍ତ୍ରୀକୁ ମଟନ୍ କରିବାକୁ କହିଲେ ଆଉ ସ୍ତ୍ରୀ ଜଣକ ମଟନ୍ ନ କରିବାରୁ ତାଙ୍କୁ ନୃଶଂସ ସ୍ଵାମୀ ମାରିଦେଲା । ଏବେ ଏହି ସ୍ଵାମୀ ଜଣକ ନିଜ ସ୍ତ୍ରୀକୁ ମାରି ଦେଇ ଅନେକ ପ୍ରକାରର ବାହାନା କରୁଛି । ଶୋଇବା ଘରୁ ଝିଅର ମୃତଦେହ ମିଳିଥିଲା ।

ବିବାହ ପରେ ପ୍ରଥମ ରାକ୍ଷୀ ପୂର୍ଣ୍ଣିମା ଥିଲା ଆଉ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ଏଭଳି ଘଟଣା ଘଟିଗଲା । ମାଂସ ଖାଇବାକୁ ନେଇ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ଏବେ ଝିଅର ମୃତଦେହ ମିଳିଛି । ଝିଅର ବାପଘର ଲୋକେ ଝିଅକୁ ହ-ତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି । ଏହି ଘଟଣା ସୋର ଅଞ୍ଚଳର ତୁଣ୍ଡିପଡ଼ା ଗ୍ରାମର ହିମାଂଶୁ ବେହେରା ଗତ ପାଞ୍ଚ ମାସ ହେବ ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ବାଜିପୂର୍ ଗ୍ରାମର ନିରଞ୍ଜନ ଦାସଙ୍କ ଝିଅ ସସ୍ମିତା ଦାସଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ଆଉ ୧୦ ଲକ୍ଷ ଟଙ୍କା ସହ ସୁନା ରୂପା ଯୌତିକରେ ଆଣିଥିଲେ । ଏବେ ଏହି ଘଟଣାର ତଦନ୍ତ କରାଯାଉଛି ।