ବୁଝିପାରିଲେନି ରୁମମେଟ୍, ପୂର୍ବ ଦିନ ରାତିରୁ ହିଁ ବଦଳି ଯାଇଥିଲା ଚାଲିଚଳଣି, ଏମିତି କରୁଥିଲେ ବ୍ୟବହାର

ଏବେ ଏବେ ସୌମ୍ୟାଶ୍ରୀଙ୍କ ଘଟଣାକୁ ନେଇ ଆଉ କିଛି ଖବର ଆସିଛି । ଅଧ୍ୟାପକ ସମୀର ସାହୁଙ୍କ ନିର୍ଯ୍ୟାତନା ଆଉ କେତେ ବା ସହି ଥାନ୍ତେ ଏହି ଛାତ୍ରୀ ଜଣକ । ସେଦିନ ରାତିରେ କାହିଁକି କେଜାଣି ବହୁତ ବ୍ୟସ୍ତ ବିବ୍ରତ ଥିଲେ ପୀଡ଼ିତା । ୧୨ ତାରିଖ ଦିନ ସେ ଜଳି ଯାଇଥିଲେ ଆଉ ଏହି ଖବର ତ ସମସ୍ତେ ଜାଣିଥିବେ । ୧୨ ତାରିଖ ଦିନ ଜଳିଗଲେ ଆଉ ୧୧ ତାରିଖ ଦିନ ରାତିରେ କାହା ସହ କଥା ହେଉଥିଲେ । ଅଚାନକ ପରିବର୍ତ୍ତନ ହୋଇ ଯାଇଥିଲା ଚାଲିଚଳଣି, କଥାବାର୍ତ୍ତା ଆଉ ଏମିତିକି ବ୍ୟବହାର । ସେ ତାଙ୍କ ରୁମମେଟଙ୍କୁ କହୁଥିଲେ କି ଯେତେ ବି କଠିନ ପରିସ୍ଥିତି ଆସିଲେ ମଧ୍ୟ ଆତ୍ମହତ୍ୟା କରିବା ଠିକ୍ ନୁହେଁ ।

ଏବେବି ତାଙ୍କ ରୁମମେଣ୍ଟ କହୁଛନ୍ତି ସେ କେବେବି ଏମିତି କରିନଥିବେ । ପୀଡ଼ିତାଙ୍କ ପରିବାର ସମ୍ପର୍କୀୟ ଆଉ ସମସ୍ତଙ୍କ କଥା ପରେ ତାଙ୍କ ରୁମମେଣ୍ଟଙ୍କର କିଛି କଥା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ୧୨ ତାରିଖ ଦିନ ସୌମ୍ୟା ନିଜ ଦେହରେ ନିଆଁ ଲଗାଇଥିବା କଥା ସାମ୍ନାକୁ ଆସୁଥିବା ବେଳେ ୧୧ ତାରିଖ ଦିନ ରାତି ଥିଲା ତାଙ୍କର ଶେଷ ସମୟ । ଆଉ ତାଙ୍କ ରୁମମେଣ୍ଟ କହୁଥିଲେ ତାଙ୍କର ଆଚରଣ ସେହି ଦିନ ରାତିରେ ବଦଳି ଯାଇଥିଲା । ସୌମ୍ୟା ମନଦୁଃଖ କରି ବସିଲେ ।

ଆଉ ମନ ଦୁଃଖ ଦେଖିବା ପରେ ରୁମମେଣ୍ଟ ପଚାରିଥିଲେ କଣ ହୋଇଛି ସେ କିଛି ବି କହି ନଥିଲେ । ଆଉ ତାପରେ ସେ ଅନେକ ସମୟ ଧରି କାହା ସହ କଥା ହୋଇଥିଲେ । ସେହିଦିନ ପୀଡ଼ିତା ରାତି ୪ଟା ପର୍ଯ୍ୟନ୍ତ ଶୋଇ ନଥିଲେ । ଆଉ ସେ ତାଙ୍କ ମାଆଙ୍କ ସହିତ କଥା ବି ହୋଇଥିଲେ । ସୌମ୍ୟା ତାଙ୍କ ରୁମମେଣ୍ଟଙ୍କୁ କହିଥିଲେ ତାଙ୍କୁ ପୁଣି ସେହି ଅଧ୍ୟାପକ ହଇରାଣ କରୁଛନ୍ତି । ୯ ଜଣ ପିଲାଙ୍କୁ ପରୀକ୍ଷା ଦେବାକୁ ମନା କରାଯାଇଥିଲା । ଆଉ ଅନେକ ପରେ ୮ ଜଣଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିଥିଲା ଆଉ ସୌମ୍ୟାଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳି ନଥିଲା ।

ସୌମ୍ୟାଙ୍କ ସାଙ୍ଗ ଶ୍ରାବଣୀ ସହ ଅଧ୍ୟାପକଙ୍କୁ ପରୀକ୍ଷା ଦେଇ ନ ପାରିବା କଥା ପଚାରିବା ପରେ ଅଧ୍ୟାପକ ସମୀର ସାହୁ କହିଥିଲେ ତାଙ୍କର ଉପସ୍ଥାନ କମ୍ ଅଛି ଆଉ ସେ ପରୀକ୍ଷା ଦେଇପାରିବେ ନାହିଁ । ସୌମ୍ୟା ବହୁତ ଷ୍ଟ୍ରଙ୍ଗ ମେଣ୍ଟାଲିଟି ପିଲା ଥିଲେ ଆଉ ସେ ଏଭଳି କାମ କରିପାରିବେ ନାହିଁ ଆଉ ତାଙ୍କୁ ଏଭଳି କରିବାକୁ କେହି ବାଧ୍ୟ କରିଛନ୍ତି ବୋଲି ତାଙ୍କ ରୁମମେଣ୍ଟ ଶ୍ରାବଣୀ କହିଥିଲେ । ଏବେ ପ୍ରଶ୍ନ ଆସୁଛି ସୌମ୍ୟା ୧୧ ତାରିଖ ଦିନ ରାତିରେ କେଉଁ ବ୍ୟକ୍ତିଙ୍କ ସହ ଏତେ ସମୟ କଥା ହେଉଥିଲେ ଆଉ ସେହି ବ୍ୟକ୍ତି ଜଣକ ଏଭଳି କିଛି ୧୨ ତାରିଖରେ ହେବ ବୋଲି ସେ କଣ ଜାଣିଥିଲେ । ଏବେ ଏହାକୁ ନେଇ ଯାଞ୍ଚ କରାଯାଉଛି ।