ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟରୁ ସୌମ୍ୟାଶ୍ରୀଙ୍କୁ ଦିଆଯାଇଥିଲା ପେଟ୍ରୋଲ? ପୀଡ଼ିତାଙ୍କ ସାଙ୍ଗ କହିଦେଲେ ସବୁକିଛି

ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ଏବେ ସହଦେବଖୁଣ୍ଟା ପୁଲିସର ଭୂମିକା ସନ୍ଦେହ ଘେରରେ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିନଥିଲା ପୁଲିସ । କେବଳ ଜେନେରାଲ ଡାଏରୀ କରି ଛାଡ଼ିଦେଇଥିଲା ସହଦେବଖୁଣ୍ଟା ଥାନା ପୁଲିସ । ଛାତ୍ରୀଙ୍କ ସହ ଦୁର୍ବ୍ୟବହାର ନେଇ ରିପୋର୍ଟରେ ଉଲ୍ଲେଖ ହୋଇଥିଲା । ଏବେ ପ୍ରଶ୍ନ ଆସୁଛି କି ପୂର୍ବରୁ ପେଟ୍ରୋଲର ଭୟାବହତା ସମ୍ପର୍କରେ ଜାଣିଥିଲେ କି ପୀଡ଼ିତା ? ଦେହରେ ପେଟ୍ରୋଲ ଢାଳି ସଙ୍ଗେ ସଙ୍ଗେ ନିଆଁ ଲଗାଇ ଦେବା ସମ୍ଭବ କି ? ପ୍ରିନ୍ସିପାଲଙ୍କ ଆଗରେ ନିଆଁ ଲଗାଇ ଦେଲେ ଜାଣି ପାରିଲେନି କେମିତି ? ଉଭୟଙ୍କ ଆଲୋଚନା ଭିତରେ ଦୁର୍ଘଟଣା ଘଟିଲା ନା ରହିଛି ଆଉ କିଛି ?

ପୀଡ଼ିତାଙ୍କ ସାଙ୍ଗ ୫ଟି କଥା ପ୍ରମାଣ କରୁଛି ମରିବା ପାଇଁ କେମିତି ରଚିଥିଲେ ଷଡ଼ଯନ୍ତ୍ର ?ସାମ୍ନାକୁ ଆସିଲା ବଡ ଚାଞ୍ଚଲ୍ୟକର ବୟାନ । ଯଦି ପୀଡ଼ିତା ପେଟ୍ରୋଲ ନେଇ ନଥିଲେ ତାହେଲେ ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟରୁ ପେଟ୍ରୋଲ କେଉଁଠୁ ଆସିଲା ? ପୀଡ଼ିତାଙ୍କ ସାଙ୍ଗ କହୁଛନ୍ତି ଯେଉଁଦିନ ପେଟ୍ରୋଲ କେଉଁଠୁ ଆସିଲା ଜଣା ପଡ଼ିଯିବ ସେହିଦିନ ଅଧା ଇନ୍ ଭେଶିକେଶନ୍ ସରିଯିବ । ଜଳିବା ଅବସ୍ଥାରେ ପୀଡ଼ିତା ପ୍ରିନ୍ସିପାଲଙ୍କ ରୁମରୁ ଆସିଲେ । ପ୍ରିନ୍ସିପାଲ ଆଉ ଅଧ୍ୟାପକ ତାଙ୍କୁ ଏଭଳି କିଛି କଥା କହିଥାଇ ପାରନ୍ତି ଯାହାଦ୍ବାରା ପୀଡ଼ିତା ଏଭଳି କାମ କରିଥିଲେ ।

ଏହି ଘଟଣା ବହୁତ ସସପେନ୍ସ ଅଟେ । ଯେତେବେଳେ ସାଙ୍ଗମାନେ ନଥିଲେ ସେତେବେଳେ ପ୍ରିନ୍ସିପାଲ ପୀଡ଼ିତାଙ୍କୁ ଡାକିଥିଲେ । ସାଙ୍ଗମାନେ କଥା ହୋଇଥିଲେ କି ଯଦି ପ୍ରିନ୍ସିପାଲ ତାଙ୍କ କଥା ନ ଶୁଣନ୍ତି ତାହେଲେ ସେମାନେ ଆଉ ଥରେ ଯାଇ ଅଭିଯୋଗ ଜଣାଇବେ । ଆଉ ଏବେ ପ୍ରଶ୍ନ ଆସୁଛି କି ଚାରିକାନ୍ଥ ଭିତରେ ଏଭଳି କଣ ହେଲା ଯେଉଁଥିପାଇଁ ଏହି ପୀଡ଼ିତା ଜଣକ ତାଙ୍କ ଦେହରେ ନିଆଁ ଲଗାଇ ଦେଲେ ? ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆସୁଛି । ଦୁଇ ରୁ ତିନି ଘଣ୍ଟା ତାଙ୍କ ସାଙ୍ଗ ତାଙ୍କୁ ଅପେକ୍ଷା କରିଥିଲେ ।

ପୀଡ଼ିତାଙ୍କ ଚରିତ୍ରକୁ ନେଇ ଆଙ୍ଗୁଠି ଉଠାଉଥିଲେ ଜୁନିଅର । ତାଙ୍କର ଅନେକ ସାଙ୍ଗ ମଧ୍ୟ ତାଙ୍କୁ ଛାଡି ଅଧ୍ୟାପକଙ୍କୁ ସପୋର୍ଟ କରୁଥିଲେ । ପୀଡ଼ିତା ଆଖି ବୁଜିବା ପରେ ଏବେ ବିରୋଧୀ ଦଳ ତାଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଛନ୍ତି । ଏଚୋଡ଼ି ପିଲାଙ୍କୁ ମଧ୍ୟ ଅନେକ କିଛି କଥା କହିଥିଲେ ।ଏହି ପୀଡ଼ିତା ଜଣକ ବହୁତ ଭଲ ଲିଡର ଥିଲେ ଆଉ ପଲିଟିକାଲ ଏଜେଣ୍ଟା ପାଇଁ ମଧ୍ୟ ତାଙ୍କୁ ପିଲାମାନେ ଏଭଳି କିଛି କହିଥିଲେ । ଏବେ ସମସ୍ତଙ୍କ ମନରେ ପ୍ରଶ୍ନ କି ଜଣେ ଷ୍ଟ୍ରଙ୍ଗ ଝିଅ ଏଭଳି କାହିଁକି କରିଲା ? ଏବେ ଏହି ପ୍ରଶ୍ନର ଉତ୍ତର ପାଇବାକୁ ସମସ୍ତେ ଅପେକ୍ଷା କରିଛନ୍ତି ।