ମୁହଁରେ କପଡା ବାନ୍ଧି ପେଟ୍ରୋଲ ଆଣିଥିଲେ ! ସୌମ୍ୟାଶ୍ରୀଙ୍କୁ ଦେଇଥିଲେ ଦିଆସିଲି ! କିଏ ଏହି ଛାତ୍ରୀ ?

ସୌମ୍ୟାଶ୍ରୀ ଆତ୍ମହୁତି ଘଟଣା । ମିଳିଲା ବଡ ପ୍ରମାଣ । ସାମ୍ନାକୁ ଆସିଛି ମୁହଁରେ ବାନ୍ଧିଥିବା ଜଣେ ଛାତ୍ରୀଙ୍କ ଫଟୋ । କୁହାଯାଉଛି କି ଏହି ଝିଅ ଜଣଙ୍କ ପେଟ୍ରୋଲ ହିଁ ନେଇଥିଲେ । ଆଉ ସେଠାରୁ ତରବରିଆ ଭାବେ ପଳାଇଥିଲେ । ସାରା ରାଜ୍ୟରେ ସୌମ୍ୟାଶ୍ରୀ ଆତ୍ମହୁତିକୁ ନେଇ ରାଜ୍ୟରାଜନୀତି ଉଠୁଛି ପଡୁଛି । ଏହି ସମୟରେ ବିଭିନ୍ନ ପ୍ରକାର ତଥ୍ୟ ପଦାକୁ ଆସୁଛି । କିଏ କହୁଛନ୍ତି ସୌମ୍ୟାଶ୍ରୀଙ୍କୁ ଉକାଯାଉଛି । ଆଉ କିଏ କହୁଛନ୍ତି ସୌମ୍ୟାଶ୍ରୀ ପ୍ରିନ୍ସିପାଲଙ୍କୁ ଆତ୍ମହୁତି ଧମକ ଦେବାବେଳେ ହଠାତ ଅଘଟଣ ଘଟିଯାଇଛି ।

ତେବେ ଏସବୁ ଘଟଣା ଉପରେ ପୋଲିସ ଖୋଳତାଡ କରୁଥିବାବେଳେ ଏବେ ଆସିଛି ଜଣେ ଛାତ୍ରୀଙ୍କ ଫଟୋ । ଯାହା ଏବେ ପୋଲିସର ସନ୍ଦେହ ଘେରରେ । ଏହି ଛାତ୍ରୀ ହିଁ ମୁହଁରେ ଓଢଣୀ ଘୋଡାଇ ବୋତଲରେ ପେଟ୍ରୋଲ ଆଣି ପ୍ରିନ୍ସପାଲଙ୍କ ଅଫିସ ପାଖରେ ରଖିଥିଲା । ଏହି ଛାତ୍ରୀ ଜଣକ ମଧ୍ୟ ନିଶ୍ଚୟ ଦିଆସିଲି ଆଣି ସେଠାରେ ରଖିଥିବ । କିଏ ଏହି ଛାତ୍ରୀ ,ତାଙ୍କର ସୌମ୍ୟାଙ୍କ ସହ ସମ୍ପର୍କ କଣ ? ପେଟ୍ରାଲ ପମ୍ପରୁ ଏମିତି ତରବର ହୋଇ ପେଟ୍ରୋଲ ନେବାକୁ ତାଙ୍କୁ କିଏ କହିଥିଲା ନା ନିଜେ ମୁହଁ ଲୁଚାଇ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନେଇଥିଲେ ଛାତ୍ରୀ ଜଣକ ।

ଇଏ ନିଶ୍ଚୟ ସୈ।ମ୍ୟାଶ୍ରୀ ନୁହଁନ୍ତି। ଏହାଙ୍କର ସୈ।ମ୍ୟାଶ୍ରୀଙ୍କ ସହିତ ସମ୍ପର୍କ ଥାଉ ବା ନଥାଉ । ଏହାର ମୂଖ୍ୟ ଆସାମୀ ସମୀର ସାହୁ ସହିତ ନିଶ୍ଚୟ ସମ୍ପର୍କ ଥିବ । ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍ । ପେଟ୍ରୋଲ ପମ୍ପରେ ସିସିଟିଭି ଯାଞ୍ଚ ଭିତରେ କ୍ରାଇମ୍‌ବ୍ରାଞ୍ଚକୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ଘଟଣା ଦିନ ପେଟ୍ରୋଲ ପମ୍ପରୁ ଜଣେ ଯୁବତୀ ସ୍କୁଟିରେ ଆସି ପେଟ୍ରୋଲ ନେଇଥିବା ସୂଚନା ମିଳିଛି । ତେବେ ବାଲେଶ୍ୱର ଏଫଏମ କଲେଜର ସୌମ୍ୟାଶ୍ରୀ ବିଶି ଆତ୍ମହୁତି ଦେବାର ମୁଖ୍ୟ କାରଣ ଥିଲା ତାଙ୍କୁ ନିର୍ଯାତନା ଦିଆଯାଇଥିଲା ।

କଲେଜର ଏଚଓଡି ସମୀର ସାହୁ, ତାଙ୍କୁ ଖରାପ ବ୍ୟବହାର କରୁଥିଲେ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ , ଉଚ୍ଚଶିକ୍ଷା ମନ୍ତ୍ରୀ , ସାଂସଦ ପ୍ରତାପ ଷଡଙ୍ଗୀ ଏବଂ କଲେଜର ପ୍ରିନ୍ସପାଲଙ୍କୁ ଜଣାଇଥେôଲ । କିନ୍ତୁ ତାଙ୍କୁ ନ୍ୟାୟ ନମିଳିବାରୁ ସେ ଆତ୍ମହୁତି ଦେଇଥେôଲ । ଯାହାପରେ ରାଜ୍ୟ ସରକାରଙ୍କୁ ଦାୟୀ କରୁଛନ୍ତି ଓଡିସାବାସୀ । ତେବେ ଏହିଘଟଣା ପରେ ବିଜେଡି ଲୋକସେବାର ଘେରାଉ କରିବା ପରେ କଂଗ୍ରେସ ଦେଇଥିଲା ବନ୍ଦ ଡାକରା । ତେବେ କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି , ବହୁତ ବଡ ପ୍ରମାଣ ଯୋଗାଡ ହୋଇଛି ।

ଡିଜି କହିଛନ୍ତି ଖୁବଶିଘ୍ର ବାଲେଶ୍ୱର ପୀଡିତାଙ୍କ ପରିବାରକୁ ମିଳିବ ନ୍ୟାୟ । ଡିଜି କହିଛନ୍ତି, ବାଲେଶ୍ୱର ଏଫଏମ୍ କଲେଜରେ ପୀଡିତା କିପରି ନିଆଁ ଲଗାଇଲେ ରାଜ୍ୟବାସୀ ତାର ଭିଡିଓ ସୋସିଆଲ ମିଡିଆରେ ଥିବେ । ପୀଡ଼ିତାଙ୍କ ସାଙ୍ଗସାଥୀ କିମ୍ବା ଅନ୍ୟ କଲେଜ ଷ୍ଟାଫ୍ ହୁଅନ୍ତୁ ସୋସିଆଲ ମିଡିଆରେ ଯାହା ପ୍ରତିକ୍ରିୟା ଦେଇଥିଲେ କିନ୍ତୁ ତଦନ୍ତ ବେଳେ ପୁଲିସ ଆଗରେ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟ ଡିଜିଟାଲ ପ୍ରମାଣପତ୍ର ମଧ୍ୟ ତଦନ୍ତକାରୀ ଟିମର ହସ୍ତଗତ ହୋଇଛି । ଏପରି ସ୍ଥିତିରେ ତରବରିଆ ଭାବେ କୌଣସି ନିଷ୍କର୍ଷରେ ପହଞ୍ଚିବା ଉଚିତ ନୁହେଁ ।