ପ୍ରଥମ ସ୍ତ୍ରୀ ଚାଲିଯିବା ପରେ ବାପା ପୁଣି ଥରେ ବାହା ହୋଇଥିଲେ ହେଲେ ପୁଅ କରି ବସିଲା ପାପ, ଜାଣନ୍ତୁ ପୁରା‌ ଘଟଣା

ହରିୟାଣାର ନୁହରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ, ଜଣେ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ, ସେ ପୁଣି ଥରେ ବିବାହ କରିଥିଲେ। ପୁନର୍ବାର ସୁଖ ସଂସାର ଗଢିବାକୁ ସ୍ବପ୍ନ ଦେଖିଥିଲେ । କିନ୍ତୁ କିଏ ଜାଣିଥିଲା ତାଙ୍କର ଏହି ସ୍ବପ୍ନ ଧୂଳିସାତ ହୋଇଯିବ । ଯାହାକୁ ବିବାହ କରି ଘରକୁ ଆଣିଥିଲେ ସେ ତାଙ୍କର ଅଣ୍ଟି ଛୁରୀ ହୋଇ ତଣ୍ଟି କାଟିଲା । ପୁଅର ଯତ୍ନ ନେବାକୁ ସାବତ ମା ହୋଇ ଘରକୁ ଆସିଥିଲା । ପ୍ରେମରେ ବାୟା ହୋଇ ପୁଅ ସହିତ ଛୁ ମାରିଲା ।

ସୂଚନା ଅନୁଯାୟୀ, ପ୍ରଥମେ ପୁଅ ତାଙ୍କ ସାବତ ମାଆଙ୍କ ସହିତ କୋର୍ଟକୁ ଯାଇଥିଲା । ସେଠାରେ ଉଭୟ କୋର୍ଟ ମ୍ୟାରେଜ କରିଥିଲେ । ଏହାପରେ ଉଭୟ ଫେରାର୍ ହୋଇଯାଇଥିଲେ । ଏନେଇ ବାପା ପୋଲିସରେ ଅଭିଯୋଗ କରିଛନ୍ତି । କିନ୍ତୁ ପୋଲିସର କହିବା ଅନୁସାରେ ଉଭୟେ ପ୍ରାପ୍ତବୟସ୍କ । ବାପାଜଣକ କହିଛନ୍ତି ‘ସେ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ, ପୁଣି ବିବାହ କରିଥିଲି ।

ତା’ପରେ ସିଏ ନାବାଳକ ପୁଅର ଯତ୍ନ ନେବାକୁ ଦ୍ଵିତୀୟ ପତ୍ନୀଙ୍କୁ କହିଥିଲେ। କେବେ ତାଙ୍କ ପୁଅ ଆଉ ପତ୍ନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା ସେ ଜାଣିପାରିଲେ ନାହିଁ । ଯେତେବେଳେ ଦୁହେଁ ଘରୁ ପଳାଇ ଯାଇ ବିବାହ କରିଥିଲେ ସେତେବେଳେ ସେ ଜାଣିପାରିଥିଲେ। ଦୁହେଁ ଘରୁ ଅଳଙ୍କାର ଏବଂ ଅନେକ ମୂଲ୍ୟବାନ ଜିନିଷପତ୍ର ନେଇ ପଳାଇ କୋର୍ଟରେ ବିବାହ କରିଛନ୍ତି । ସେମାନଙ୍କୁ ଖୋଜି ବାହାର କରନ୍ତୁ ବୋଲି ସେ ପୋଲିସକୁ କହିଛନ୍ତି ।

ଯେତେବେଳେ ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀ ଏବଂ ପୁଅ ବିଷୟରେ ଅଭିଯୋଗ ନେଇ ଆସିଥିଲେ, ସେ ପୋଲିସକୁ କହିଥିଲେ ଯେ ତାଙ୍କ ପୁଅ ନାବାଳକ । ଏପରି ପରିସ୍ଥିତିରେ, କୋର୍ଟରେ ସେମାନଙ୍କର ବିବାହ ଅବୈଧ । ତଥାପି, ପୋଲିସ ବ୍ୟକ୍ତିଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ସେମାନେ ଉଭୟ କୋର୍ଟରେ ସେମାନଙ୍କର ପ୍ରାପ୍ତବୟସ୍କ ହେବାର ପ୍ରମାଣ ଦେଇଛନ୍ତି ଏବଂ ଏବେ ଉଭୟ ବିବାହିତ । ପୋଲିସ କହିଛି ଯେ ଏହି ମାମଲାର ତଦନ୍ତ କରାଯିବ ।