ଏହି ଗାଁକୁ ଏପର୍ଯ୍ୟନ୍ତ ଛୁଇଁନାହିଁ କଳିଯୁଗ, ୩୩ ହିନ୍ଦୁ ଦେବୀ ଦେବତା ବାସ କରନ୍ତି, ଜାଣନ୍ତୁ କେମିତି

ଆପଣମାନେ ସମସ୍ତେ ତ ଜାଣିଥିବେ ଏବେ କଳିଯୁଗ ଆସିଗଲାଣି । ଏବେ କଳିଯୁଗ ଚାଲିଛି ବୋଲି ଅନେକ ଲୋକ ମତ ଦେଉଥିବା ବେଳେ ଅନେକ ଜ୍ୟୋତିଷ ବିଶାରଦମାନେ ଏହାକୁ ନେଇ ଅନେକ କିଛି କଥା କହିଥାନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଏଭଳି ଏକ ଗାଁ ଅଛି ଯେଉଁ ଗାଁକୁ ଏପର୍ଯ୍ୟନ୍ତ କଳିଯୁଗ ଛୁଇଁ ନାହିଁ । ସତ୍ୟଯୁଗ, ତ୍ରେତୟା ଯୁଗ, ଏବଂ ଦ୍ଵାପର ଯୁଗ ପରେ କଳିଯୁଗ ଆସି ନାହିଁ । ଏବେ ପୁରା ବ୍ରହ୍ମାଣ୍ଡରେ କଳିଯୁଗ ଚାଲିଛି ।

କିନ୍ତୁ ଏହି ଗାଁରେ ଏପର୍ଯ୍ୟନ୍ତ କଳିଯୁଗ ହୋଇନାହିଁ ଆଉ ଦ୍ଵାପର ଯୁଗ ଚାଲିଛି । ଏହି ଗାଁରେ ୩୩ ହିନ୍ଦୁ ଦେବୀଦେବତା ବାସ କରୁଛନ୍ତି । କଳିଯୁଗ ପ୍ରଵେଶ କରିବାକୁ ଚାହିଁ ବି ଏହି ଗାଁରେ କଳିଯୁଗ ପ୍ରବେଶ କରିପାରୁ ନାହିଁ । ଏହି ଗାଁକୁ ନେଇ ଏବେ ଅନେକ ଖବର ଆସୁଥିବା ବେଳେ ଅନେକ କିଛି ଶୁଣିବାକୁ ମିଳୁଛି । ଆପଣମାନେ ତ ଜାଣିଥିବେ ସତ୍ୟଯୁଗ, ତ୍ରେତୟା ଯୁଗ , ଦ୍ଵାପର ଯୁଗ ଆଉ କଳିଯୁଗ ଏହି ଚାରୋଟି ଯୁଗ ରହିଛି । ଏବେ ସାରା ବ୍ରହ୍ମାଣ୍ଡରେ କଳିଯୁଗ ଚାଲିଥିବା ବେଳେ ଏହି ଗାଁରେ ଦ୍ଵାପର ଯୁଗ ଚାଲିଛି ।

ଏହି ଗାଁ ଏବେବି ପବିତ୍ର ରହିଛି । ଏହି ଗାଁରେ ଏବେ ଦ୍ଵାପର ଯୁଗ ଚାଲିଛି । ଏହି ଗାଁରେ ଅହରହ ଭଗଵାନଙ୍କର ଯିବାଆସିବା ଲାଗି ରହୁଛି । ହିନ୍ଦୁ ଧର୍ମର ସବୁ ଦେବଦେବୀ ଏହି ସ୍ଥାନରେ ବାସ କରୁଛନ୍ତି । ଆପଣମାନେ ଯଦି ଏହି ସ୍ଥାନ ନ ଦେଖିବେ ତାହେଲେ ଆପଣଙ୍କ ଜୀବନରେ ଆପଣ ଜୀବନର ସାର୍ଥକତା ଲାଭ କରିପାରିବେ ନାହିଁ । ଏହି ଗାଁକୁ ଗଲେ ଆପଣଙ୍କୁ ଭଗବାନଙ୍କ ପାଖରେ ରହିଲା ଭଳି ଅନୁଭବ ହେବ । ଆପଣମାନେ ଭଗବାନଙ୍କୁ ପାଖରେ ପାଇବେ ।

ଉତ୍ତରପ୍ରଦେଶ ରାଜ୍ୟରେ ରହିଛି ଏହି ଚମତ୍କାର ଗାଁ । ଭଗବାନ ବ୍ରହ୍ମା ଏହି ସ୍ଥାନକୁ ଆର୍ଶୀବାଦ ଦେଇଥିଲେ । ଏହି ସ୍ଥାନ କଳିଯୁଗରୁ ମୁକ୍ତ ରହିବ ବୋଲି ବରଦାନ ଦେଇଥିଲେ । ଏହି ସ୍ଥାନକୁ ଦର୍ଶନ କରିବା ବିନା ଚାରିଧାମକୁ ଯାତ୍ରା ଅଧୁରା ରହି ଯାଇଥାଏ । ଏହି ଗାଁରେ ୮୮ ହଜାର ମୁନିଋଷିମାନେ ତପସ୍ୟା କରିଥିଲେ । ଏହି ସ୍ଥାନ ହେଉଛି ନୈମିଶାରଣ୍ୟ ଧାମ । ଏହା ସୀତାପୂର୍ ଜିଲ୍ଲାରେ ଅବସ୍ଥିତ । ଏହାର ବର୍ଣ୍ଣନା ବେଦ ଠାରୁ ଆରମ୍ଭ କରି ପ୍ରତିଟି ହିନ୍ଦୁ ଗ୍ରନ୍ଥରେ କରାଯାଇଛି । ପ୍ରଭୁ ରାମଚନ୍ଦ୍ର ଏହି ସ୍ଥାନରେ ଅଶ୍ଵମେଧ ଯଜ୍ଞ କରିଥିଲେ । ଧ୍ୟାନ ଆଉ ଯୋଗର ଏହା ସବୁଠାରୁ ଭଲ ସ୍ଥାନ ବୋଲି ସ୍ଵୟଂ ଭଗବାନ ବ୍ରହ୍ମା ବି କହିଛନ୍ତି ।