ମୋ ପାଇଁ ଅଟକିଲା ନନ୍ଦିଘୋଷ..ମହାପ୍ରଭୁ ସ୍ଵପ୍ନରେ ଡାକିଲେ, ତେଣୁ ଯାଜପୁରରୁ ପୁରୀକୁ ମୁଁ ଖାଲି ପାଦରେ ଧାଇଁଛି

ଗୁରୁବାର ଦିନ ରାତିରେ କଟକ ପୁରୀ ଜାତୀୟ ରାଜପଥରେ ଗାଡ଼ି ମଟର ଯିବାଆସିବା କରୁଥାଏ । ଆଉ ସବୁଠି ଲୋକଙ୍କର ଭିଡ ଲାଗିଥାଏ । ଜଗା ମାଉସୀ ଘରକୁ ଯିବ ବୋଲି ସବୁଠି ଗହଳି ଥାଏ । ସମସ୍ତେ ପ୍ରାୟ ପୁରୀ ଅଭିମୁଖେ ଯାତ୍ରା କରିଥାନ୍ତି । ଜାତୀୟ ରାଜପଥ ଅନ୍ଧାର ଆଉ ରାସ୍ତାରେ ଲାଗିଥିବା ଲାଇଟ୍ କିଛି ଜଳୁ ଥାଏ ଆଉ କିଛି ଜଳୁ ନଥାଏ ।

ମୁହଁ କୁ ମୁହଁ ଦେଖା ଯାଉ ନଥିଲା । ଆଉ ଏହା ଭିତରେ ଜଣେ ମଧ୍ୟ ବୟସ୍କ ଲୋକଙ୍କୁ ଦେଖିବାକୁ ମିଳିଥିଲା । ଏହି ବ୍ୟକ୍ତି ଜଣକ ଏହି ରାସ୍ତା ଦେଇ କେତେବେଳେ ଚାଲି ଚାଲି ଯାଉ ଥାଆନ୍ତି ତ ଆଉ କେତେବେଳେ ଦୌଡ଼ି ଦୌଡ଼ି ଯାଇଥାନ୍ତି । ଖାଲି ପାଦରେ ଏହି ବ୍ୟକ୍ତି ଜଣକ ଚାଲି ଚାଲି ଯାଇଥାନ୍ତି । ଆଉ ଏହି ବ୍ୟକ୍ତି ଜଣକ ଖାଲି ପାଦରେ ଯାଉଥିବା ବେଳେ ବର୍ଷା ହେଉଥିଲା । ଆଉ ଏହି ବର୍ଷାରେ ପିଚୁ ରାସ୍ତାରେ ଥିବା ବାଲି ଆଉ ଗୋଡ଼ି ଉପରକୁ ଉଙ୍କି ମାରୁଥିଲା ।

ଏହି ଗୋଡ଼ି ବାଲି ବ୍ୟକ୍ତିଙ୍କ ଚଲାପଥରେ ବାଧା ଦେଉଥିବା ସତ୍ତ୍ବେ ମଧ୍ୟ ସେ ଚାଲି ଚାଲି ଯାଉଥିଲା । ଏହି ବ୍ୟକ୍ତି ଜଣଙ୍କୁ ଦେଖିଲେ କେହି ଭାବୁଥାନ୍ତି ଏହି ବ୍ୟକ୍ତି ଜଣକ ପାଗଳ । ଏହି ବ୍ୟକ୍ତି ଜଣକ ପାଗଳ ଆଉ ସେ ଜଗା ପ୍ରେମରେ ପାଗଳ । ଜଗା ପ୍ରେମରେ ପଡ଼ି ସେ ଏଭଳି ଖାଲି ପାଦରେ ଚାଲି ଚାଲି ଆସୁଛନ୍ତି । ଏହି ବ୍ୟକ୍ତି ଜଣକ କାନ୍ଧରେ ଏକ ବ୍ୟାଗ୍ ପକାଇ ଯାଉଛନ୍ତି । ଆଉ ସେ ପୁରୀ ଅଭିମୁଖେ ଯାଉଛନ୍ତି । ଜଗାକୁ ଦେଖିବାକୁ ସେ ଯାଉଛନ୍ତି ଆଉ ସେଠାକୁ ଯାଇ ତାଙ୍କ ଗୁହାରି ଜଣାଇବେ ।

ଏହି ବ୍ୟକ୍ତି ଜଣକ ଯାଜପୁର ଟାଉନରୁ ଏଭଳି ଚାଲି ଚାଲି ଯାଉଛନ୍ତି । ରଥଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସେ ନ ପହଞ୍ଚିଲା ପର୍ଯ୍ୟନ୍ତ ରଥ ଗଡିବ ନାହିଁ ବୋଲି ସେ କହିଛନ୍ତି । ଏହି ଭକ୍ତ ଜଣକ ଅନେକ କଥାକୁ ପାଥେୟ କରି ଅନେକ ଦୁଃଖ କଷ୍ଟ ସହି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଆଉ ଏହି ଭକ୍ତ ଜଣଙ୍କର ଭକ୍ତିକୁ ଦେଖି ଏବେ ସବୁଠି ଚର୍ଚ୍ଚା ହେଉଛି । ପୁରୀରେ ଏହି ବ୍ୟକ୍ତି ଜଣକ ପହଞ୍ଚିବା ପରେ ରଥ ଗଡିବ ବୋଲି ସେ କହିଛନ୍ତି । ଏବେ ସେ ପୁରୀରେ କେତେବେଳେ ପହଞ୍ଚୁଛନ୍ତି ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି ।