ପୁରୀକୁ ଆସି ଦିଦିଙ୍କୁ ପାନେ ଦେଲେ ବଙ୍ଗାଳୀ ଭକ୍ତ, ରଥଯାତ୍ରାକୁ ନେଇ ଜଗତଗୁରୁ କହିଦେଲେ ବଡ଼ କଥା

ଆପଣମାନେ ସମସ୍ତେ ତ ଦୀଘା ଜଗନ୍ନାଥ ମନ୍ଦିର ବିଷୟରେ ଜାଣିଥିବେ । ଆଉ ଏହାକୁ ନେଇ ଆସୁଥିବା ବିବାଦ ବିଷୟରେ ବି ଖବର ପାଉଥିବେ । ଏବେ ଦୀଘା ଧାମ ବିବାଦକୁ ନେଇ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଶ୍ରୀକ୍ଷେତ୍ର ପୁରୀ ହିଁ ନୀଳାଚଳ ଧାମ ଅଟେ ଆଉ ଏଠାରେ ହିଁ ବିରାଜମାନ ପ୍ରଭୁ ଜଗନ୍ନାଥ । ପଶ୍ଚିମବଙ୍ଗରେ ହୋଇପାରିବ ନାହିଁ ଜଗନ୍ନାଥ ଧାମ ।

ଦୀଘା ଧାମ ଜଗନ୍ନାଥ ଧାମ ବୋଲି କହୁଥିବା ବେଳେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ପଦ୍ମଶ୍ରୀ ବିଭୂଷଣ ରମଭଦ୍ରାଚାର୍ଯ୍ୟ । ସେ ପୁରୀ ଶ୍ରୀକ୍ଷେତ୍ର ଆସି ବଡ ବୟାନ ଦେଇଛନ୍ତି ବୋଲି ସୂଚନା ମିଳିଛି । ସେ କହିଛନ୍ତି, ପୁରୀ ହିଁ ହେଉଛି ଏକମାତ୍ର ଜଗନ୍ନାଥ ଧାମ । ଜଗନ୍ନାଥ ହେଉଛନ୍ତି ପ୍ରତ୍ୟେକ୍ଷ ଦାରୁବ୍ରହ୍ମ । ଯାହାଙ୍କର ଦର୍ଶନରେ ମନକୁ ବେଶ୍ ଶାନ୍ତି ମିଳେ । ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିରକୁ ଧାମ ବୋଲି ଦାବି କରିବାର ଯେଉଁ ପ୍ରୟାସ ଚାଲିଛି ତାକୁ ଖାଲି ନାପସନ୍ଦ ନୁହେଁ ବରଂ ଅଗ୍ରାହ୍ୟ ମଧ୍ୟ କରିଛନ୍ତି ରାମଭଦ୍ରାଚାର୍ଯ୍ୟ ।

ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାରେ ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ କହିବା ବିରୁଦ୍ଧରେ ସ୍ୱର ଉଠାଇଛନ୍ତି ଖୁଦ୍ ବଙ୍ଗୀୟ ଭକ୍ତ । ପଶ୍ଚିମବଙ୍ଗର ଅସଂଖ୍ୟ ଶ୍ରଦ୍ଧାଳୁ ଏହି ରଥଯାତ୍ରାରେ ସାମିଲ ହୋଇଛନ୍ତି । ପୁରୀରେ ପହଞ୍ଚିବା ପରେ ବଙ୍ଗୀୟ ଭକ୍ତମାନେ ଜଗନ୍ନାଥ ମହାପ୍ରଭୁଙ୍କ ମାହାତ୍ମ୍ୟ ବୁଝିବା ପରେ ଭାବ ବିହ୍ୱଳ ହୋଇ ପଡିଛନ୍ତି । ଏହାସହ ସେମାନେ ଦୀଘା ଜଗନ୍ନାଥ ଧାମ ନୁହେଁ ବୋଲି କହିବା ପାଇଁ ଟିକେ ବି ଦ୍ୱିଧା ପ୍ରକାଶ କରି ନାହାଁନ୍ତି । ସେମାନେ କହିଛନ୍ତି ଦିଘାରେ ପ୍ରଭୁ ଜଗନ୍ନାଥ ଅଛନ୍ତି ।

କିନ୍ତୁ ପୁରୀ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଜଗନ୍ନାଥ ପ୍ରକଟ ହୋଇଛନ୍ତି । ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ଧାମକୁ ଜଗନ୍ନାଥ ଧାମ କୁହାଯିବ ବୋଲି ବଙ୍ଗୀୟ ଶ୍ରଦ୍ଧାଳୁ କହିଛନ୍ତି । କିଛିଦିନ ତଳେ ମମତା ସରକାର ପ୍ରଭୁ ଜଗନ୍ନାଥଙ୍କର ଏକ ମନ୍ଦିର ପ୍ରତିଷ୍ଠା ଦୀଘାରେ କରିଛନ୍ତି । ଏହି ମନ୍ଦିର ହେବା ପରେ ମମତା ଦିଦି ଏହାକୁ ଜଗନ୍ନାଥ ଧାମ ବୋଲି କହି ଆସୁଛନ୍ତି । ଆଉ ଏହାକୁ ନେଇ ବିଶ୍ଵର କୋଣ ଅନୁକୋଣରେ ବିରୋଧ କରାଯାଉଛି । ସେଠାରେ ପ୍ରଥମ ଥର ପାଇଁ ରଥଯାତ୍ରା ଅନୁଷ୍ଠିତ କରାଯାଇଥିଲେ ବି ପୁରୀ ଜଗନ୍ନାଥ ମନ୍ଦିରକୁ ଆସିବା ବନ୍ଦ କରିନାହାନ୍ତି ପ୍ରକୃତ ଜଗନ୍ନାଥ ପ୍ରେମୀ ।