କର୍ଡ଼ନ ଭିତରେ ନୃତ୍ୟ କରିବାକୁ ବାରଣ କରିବାରୁ ରାଗିଯାଇ ସେବାୟତ କରିଲେ ଏମିତି କିଛି, ଦେଖନ୍ତୁ ଦୃଶ୍ୟ

ମହାପ୍ରଭୁଙ୍କ ପହଣ୍ଡି ବେଳେ କର୍ଡ଼ନ ଭିତରେ ନୃତ୍ୟ କରିବାକୁ ବାରଣ କଲେ ପୋଲିସ। ସେବାୟତମାନେ କହିଲେ ମହାପ୍ରଭୁଙ୍କ ପାଖରେ ନୃତ୍ୟ କରନ୍ତୁ ନୃତ୍ୟଶିଳ୍ପୀ। ଏମିତି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଶରଧାବାଲିରେ….

କିଏ ଓଡିଶୀ ନୃତ୍ୟ କରନ୍ତି ତ ଆଉ କିଏ ଚିତ୍ରଆଙ୍କି ପଭୁଙ୍କ ପାଇଁ ସମର୍ପି ଦିଅନ୍ତି । ସବୁବର୍ଷ ପରି ଏବର୍ଷ ମଧ୍ୟ ଶରଧାବାଲିରେ କାଳିଆ ପାଇଁ ଭାବବିହ୍ୱଳ ହୋଇ କଳା ନୃତ୍ୟ କରିଥାନ୍ତି । କିନ୍ତୁ ଏବର୍ଷ ନୃତ୍ୟ କରୁଥିବା କିଛି ନୃତ୍ୟ ଶିଳ୍ପୀକୁ ବାରଣ କରାଯାଇଛି । ଯେଉଁଥିପାଇଁ ସେମାନେ ବଡଦାଣ୍ଡରେ ନାଚିବାକୁ ବଞ୍ଚିତ ରହିଥିଲେ ।

ପୋଲିସ ଏମାନଙ୍କୁ ନାଲି ଆଖି ଦେଖାଇ ସମ୍ପୂର୍ଣ୍ଣ ନୃତ୍ୟ ବନ୍ଦ କରିଥିଲେ । ଏତିକି ବେଳେ ଏହି ଦୃଶ୍ୟ ବରିଷ୍ଠ ସେବାୟତ ଦୃଷ୍ଟିରେ ପଡିଥିବଲା । ଆଉ ସେ ପୋଲିସକୁ ପଚାରିଥିଲେ କାହିଁକି ବାରଣ କରାଯାଉଛି । ଏହାଶୁଣି ମହିଳା ଆଇପିଏସ କହିଥିଲେ ଆମେ ଆମ ଡ଼ିଉଟି କରିଛୁ ।

ଏମାନେ କର୍ଡନ ଭିତରକୁ ପଳେଇ ଆସିଥିଲେ, ସେଥିପାଇଁ ଆମେ ବାରଣ କରିଛୁ । ଆଉ କିଛି କହିନାହୁଁ । ଆଉ ଏହାକୁ ନେଇ ସେବାୟତ ଏବଂ ପୋଲିସ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା । ଆଉ ସେବାୟତ କହିଥିଲେ କଣ ମୋତେ ଆଇପିଏସ ଦେଖାଉଛୁ ।

ମୁଁ କିଏ ଚିହ୍ନିଛୁ । ପ୍ରତିବର୍ଷ ସେମାନେ ଏହି ନୃତ୍ୟ ପରିବେଷଣ କରିଥାନ୍ତି । ଆପଣ କାହିଁକି ଏସବୁ ବନ୍ଦ କରୁଛନ୍ତି । ସେପଟେ ନୃତ୍ୟଶିଳ୍ପୀ କୋହଭରା କଣ୍ଠରେ କହିଛନ୍ତି ପ୍ରତିବର୍ଷ ଆମେ ଏଠି ନୃତ୍ୟ କରୁ କିନ୍ତୁ ଏଥର ଆମକୁ ବାରଣ କରାଯାଉଛି । ଏଠି ପ୍ରଶ୍ନ ଉଠୁଛି ନୃତ୍ୟ ବନ୍ଦ କରିବା କେତେଦୂର ଠିକ । ଡ଼ିଉଟି କର ସତ କିନ୍ତୁ ଏଭଳି ନାଲି ଆଖି ଦେଖାଇ ନୁହେଁ ।