ପିନାକୀ ଙ୍କୁ ବିବାହ କରି ଲୁଚି ଲୁଚି ଆଉ ଜଣଙ୍କୁ ଭଲ ପାଉଥିଲେ ଓଡ଼ିଆ ବୋହୂ ମହୁଆ! ଜାଣନ୍ତୁ ପୁରା ଖବର

ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରୁ ଦୁଇ ଥର ସାଂସଦ ହୋଇଥିବା ମହୁଆ ମୋଇତ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ବେଶ ଗୁପ୍ତ ଭାବେ ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ବିବାହ କରିଛନ୍ତି। ଜର୍ମାନୀରେ ଉଭୟ ପରସ୍ପରର ହାତ ଧରିଛନ୍ତି। ପିନାକୀ ବିଜେଡି ଟିକେଟରୁ ଓଡ଼ିଶାର ପୁରୀରୁ କ୍ରମାଗତ ୩ ଥର ବିଜୟୀ ହୋଇଥିଲେ। ୨୦୨୪ରେ ବିଜେଡି ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇ ନଥିଲା। ୬୫ ବର୍ଷୀୟ ପିନାକୀ ମିଶ୍ରଙ୍କ ଏହା ଦ୍ୱିତୀୟ ବିବାହ।

ପୂର୍ବରୁ ସେ ସଂଗୀତା ମିଶ୍ରଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ପୁଅ ଓ ଝିଅ ମଧ୍ୟ ରହିଛନ୍ତି। ଏବେ ସେ ଜର୍ମାନୀରେ ବେଶ ଗୁପ୍ତ ଭାବେ ୫୦ ବର୍ଷୀୟ ମହୁଆଙ୍କୁ ବିବାହ କରିଛନ୍ତି। ମହୁଆ ମଧ୍ୟ ପୂର୍ବରୁ ବିବାହ କରିଥିଲେ। ପ୍ରଥମ ସ୍ୱାମୀଙ୍କୁ ଛାଡ଼ ପତ୍ର ଦେବା ପରେ ଜଣେ ଓକିଲଙ୍କ ସହ ମହୁଆଙ୍କ ୩ ବର୍ଷର ପ୍ରେମ ସମ୍ପର୍କ ଥିଲା। ତାଙ୍କ ଠାରୁ ବେଶ କିଛି ବର୍ଷ ହେଲେ ମହୁଆ ଅଲଗା ହୋଇ ଯାଇଥିଲେ। ୨୦୧୦ରୁ ଟିଏମସିରେ ଥିବା ମହୁଆ ଏବେ ପିନାକୀ ମିଶ୍ରକୁ ବିବାହ କରିଛନ୍ତି।

ଏହାର ଫଟୋ ମଧ୍ୟ ଟେଲିଗ୍ରାଫ ଅନଲାଇନରେ ପ୍ରକାଶ ପାଇଛି। ସାମ୍ନାକୁ ଆସିଥିବା ଫଟୋରେ ପିନାକୀ ଓ ମହୁଆ ପରସ୍ପରର ହାତ ଧରିଛନ୍ତି। ତେବେ ଏଭଳି ଫଟୋ ଭିତରେ ଆଉ ଏକ ଚର୍ଚ୍ଚା ମଧ୍ୟ ସମ୍ନାକୁ ଆସିଛି। ତାହା ହେଉଛି ଓଡିଆ ବୋହୂ ତଥା ସାଂସଦ ମିହୁଆ ଙ୍କ କ୍ରସ୍ ଯାହାଙ୍କୁ ସେ ଲୁଚି ଲୁଚି ଭଲ ପାଆନ୍ତି। ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ ହେଉଛନ୍ତି ମହୁଆଙ୍କ କ୍ରସ। ଯାହାକୁ ସେ ଲୁଚି ଲୁଚି ଭଲ ପାଆନ୍ତି।

ତାଙ୍କ ଚମତ୍କାର ଅଭିନୟ ତାଙ୍କୁ ଖୁବ୍ ପସନ୍ଦ ଆସେ। ଏକ ଇଣ୍ଟରଭିୟୁ ରେ ଖୋଲା ଖୋଲି କହିଛନ୍ତି ମହୁଆ। ସେ ଆଗରୁ ଅଭିନେତା ପଙ୍କଜ ଙ୍କୁ ସାକ୍ଷାତ କରିବା ପାଇଁ ଚାହିଁଛନ୍ତି ହେଲେ ତାହା ସମ୍ଭବ ହୋଇନାହିଁ। ତେବେ ମହୁଆ ହସି ହସି ମଧ୍ୟ କହିଥିଲେ ଯେ ସେ ପଙ୍କଜ ତ୍ରିପାଠୀଙ୍କୁ ଚିଠି ଲେଖିଥିଲେ। ଯେଉଁଥିରେ ସେ ତାଙ୍କୁ କଫି ପାଇଁ ଇନଭାଇଟ କରିଥିଲେ। ତେବେ ଏହିସବୁ ଚର୍ଚ୍ଚା ଏବେ ହେଉଛି ଯେତେବେଳେ ସେ ଓଡିଶାର ପୁଅ ପିନାକୀ ଙ୍କୁ ବିବାହ କରିଛନ୍ତି।