କ୍ରାଶ ପୂର୍ବରୁ ପାଇଲଟ ବିପଦ ସମ୍ପର୍କରେ ଜାଣି ପାରି Mayday କଲ୍‌ କରିଥିଲେ, ଜାଣନ୍ତୁ କଣ ଏହି ମେ..ଡେ

ଗୁଜରାଟ ଅହମ୍ମଦାବାଦ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଫ୍ଲାଇଟ୍ ଲଣ୍ଡନ ଯିବାକୁ ଥିବାବେଳେ ଉଡାଣ ଭରିବା ବେଳେ ହିଁ ସମ୍ପୂର୍ଣ୍ଣ ଜଳିଯାଇଛି। ଫ୍ଲାଇଟ୍ କ୍ରାସ୍ ପୂର୍ବରୁ ଅର୍ଥାତ୍ ଉଡାଣ ଆରମ୍ଭ କରିବା ସମୟରେ ହିଁ ପାଇଲଟ କରିଥିଲେ ‘ମେଡେ କଲ୍’। ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ପାଇଲଟ ‘ମେଡେ କଲ୍’ କରିଥିଲେ। ହେଲେ କ୍ଷଣକ ଭିତରେ ହିଁ ପାଇଲଟଙ୍କ ସହ ଯୋଗାଯୋଗ ହୋଇପାରିନଥିଲା।

ସଙ୍ଗେ ସଙ୍ଗେ କ୍ରାସ ହୋଇଥିଲା ବିମାନ। ‘ମେଡେ କଲ୍’ ହେଉଛି ଏକ ଏମରଜେନ୍ସି ମେସେଜ। ଏହା ଫ୍ରେଞ୍ଚ୍ ଶବ୍ଦ ‘”maider” ରୁ ଆସିଛି। ଯାହାର ଅର୍ଥ ମୋତେ ସାହାଯ୍ୟ କର। ଯଦି ସ୍ଥିତି ସେତେଟା ଗମ୍ଭୀର ନଥାଏ ଓ ସାମାନ୍ୟ ବିପଦ ଥାଏ ତେବେ ‘ମେଡେ’ ବଦଳରେ ପ୍ୟାନ୍-ପ୍ୟାନ କଲ୍ କରାଯାଏ।

‘ମେଡେ କଲ୍’ କେଉଁ ସମୟରେ କରାଯାଏ?

ଯେକୌଣସି ବି ବିମାନରେ ‘ମେଡେ କଲ୍’ ଭଳି ଏମରଜେନ୍ସି ମେସେଜ କରିବା ପାଇଁ ସୁବିଧା ଥାଏ। ଏହି ‘ମେଡେ କଲ୍’ ମେସେଜ ପାଇଲଟ୍ ସେତେବେଳେ ଦେଇଥାନ୍ତି ଯେତେବେଳେ କିଛି ବଡ଼ ସଂକଟ ଦେଖାଦିଏ ନଚେତ୍ ଯାତ୍ରୀ କିମ୍ବା କ୍ରୁ ମେମ୍ବରଙ୍କ ଜୀବନ ପ୍ରତି ବିପଦ ଥାଏ। ଯେପରିକି ବିମାନର ଇଞ୍ଜିନ ଫେଲ୍ ହେବା, ବିମାନରେ ନିଆଁ ଲାଗିବା, ଆକାଶରେ କୌଣସି ବସ୍ତୁ ସହ ବିମାନଟି ମାଡ଼ ହୋଇଯିବା ଇତ୍ୟାଦି। ସେହିପରି ଯଦି ପ୍ଲେନ୍ ହାଇଜାକ୍ ହୋଇଯାଏ, ସେପରି ସ୍ଥିତିରେ ମଧ୍ୟ ମେଡେ କଲ୍ କରାଯାଏ। ‘ମେଡେ ମେଡେ ମେଡେ’ ବୋଲି ୩ ଥର କଲ୍ ଆସିଥାଏ। ଯେମିତିକି ଏହା ଏମରଜେନ୍ସି ବୋଲି ସ୍ପଷ୍ଟ ହୋଇପାରିବ।

‘ମେଡେ କଲ୍’ କଲେ କ’ଣ ହୁଏ?

ସୂଚନା ଅନୁସାରେ, ଯେଉଁ ବିମାନରୁ ‘ମେଡେ କଲ୍’ ଆସେ କଣ୍ଟ୍ରୋଲ ରୁମ୍ ସେହି ବିମାନକୁ ପ୍ରାଥମିକତା ଦେଇଥାଏ। ଆଉ ନିଜ ପାଖରେ ଥିବା ସବୁ ପ୍ରକାର ଟେକ୍ନୋଲୋଜି ବା ସାଧନକୁ ବ୍ୟବହାର କରି ସମସ୍ତ କାମ ଆରମ୍ଭ କରିଦିଏ। ଯେପରିକି ଏମରଜେନ୍ସି ଲ୍ୟାଣ୍ଡିଂ ପାଇଁ ଅନୁମତି, ରନୱେ ଖାଲି କରିବା, ଆମ୍ବୁଲାନ୍ସ ଓ ଫାୟାର ବ୍ରିଗେଡ୍ ପ୍ରସ୍ତୁତ ରଖିବା ଇତ୍ୟାଦି।