ଶହେ ଟଙ୍କା ଦେଇ ଭରୁଛନ୍ତି କି ପେଟ୍ରୋଲ, ତେବେ ଜାଣନ୍ତୁ ଏହା ପଛର ଅଜଣା କଥା

ଆପଣମାନେ ତ ଗାଡ଼ି ଆଦି ବ୍ୟବହାର କରୁଥିବେ । ଆପଣମାନେ ଗାଡ଼ିରେ ପେଟ୍ରୋଲ ଭରୁ ଥିଲେ ଆପଣଙ୍କ ପାଇଁ ଆସିଛି କିଛି ଗୁରୁତ୍ୱପୂର୍ଣ୍ଣ ଖବର । ପେଟ୍ରୋଲ ଭରିବା ବେଳେ ସତର୍କ ରୁହନ୍ତୁ ନଚେତ୍ ଠକାମୀର ଶିକାର ହୋଇପାରନ୍ତି । ଏହି କଥା ବିଷୟରେ ଏବେ ଆପଣମାନେ ଜାଣି ନିଅନ୍ତୁ । ପେଟ୍ରୋଲ ଭରିବା ସମୟରେ ଆପଣମାନେ ଦେଖିଥିବେ ଯେ ଲୋକମାନେ ୧୧୦ କିମ୍ବା ୧୨୦ ଟଙ୍କାର ତେଲ ଭରନ୍ତି ।

ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ୫୦୦ ଟଙ୍କାରେ ତେଲ ଭରିବା ବଦଳରେ ୪୯୫ ଟଙ୍କା ବା ୫୦୫ ଟଙ୍କାରେ ତେଲ ଭରି ଥାଆନ୍ତି । ଆପଣମାନେ ଜାଣିଛନ୍ତି କି ଏଭଳି ତେଲ ଭରିବା ପଛରେ କଣ ସବୁ କାରଣ ରହିଛି ? ଏହା କିଛି କୌଶଳ ନା ଏହା ଦ୍ଵାରା କିଛି ଲାଭ ମିଳେ ? ଏବେ ଏହି କଥା ସମସ୍ତଙ୍କ ସାମ୍ନାକୁ ଆସୁଛି । ଅନଲାଇନ୍ ପ୍ଲାଟଫର୍ମରେ ଏହାକୁ ନେଇ ଅନେକ ପ୍ରଶ୍ନ ଆସୁଥିବା ବେଳେ ଅନେକ ଲୋକ ଅନେକ ପ୍ରକାରର ମନ୍ତବ୍ୟ ଦେଇଛନ୍ତି । ରେଳବାଇ ମୁଖ୍ୟମନ୍ତ୍ରୀ ଅନିମେଶ ସିହ୍ନା ଏହାର ଉତ୍ତର ଦେଇ କିଛି କଥା କହିଥିଲେ ।

ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହିସବୁ ବିଷୟରେ ଜାଣିପାରିବେ । ଏହାର ସତ୍ୟତା କେବଳ ଆପଣଙ୍କ ପ୍ରଶ୍ନକୁ ଦୂର କରିବ ନାହିଁ ବରଂ ଏହି ଉତ୍ତର ଆପଣ ଜାଣିଲେ ଆପଣମାନେ ତେଲ ଭରିବା ସମୟରେ ଅନେକ କିଛି କଥା ଜାଣିପାରିବେ । ଆପଣମାନେ ଠକାମିର ଶିକାର ନହେବା ପାଇଁ ଏହିସବୁ ବିଷୟରେ ଜାଣିବା ଉଚିତ୍ । ଏହି ବିଷୟରେ ଜାଣିବା ପରେ ଅନେକ କିଛି କଥା ସାମ୍ନାକୁ ଆସିବ । ପେଟ୍ରୋଲ ପମ୍ପରେ ୧୦୦,୨୦୦ ଆଉ ୫୦୦ ବା ୧୦୦୦ ଟଙ୍କାର ପେଟ୍ରୋଲ ପ୍ରାୟ ଲୋକ ଭରି ଥାଆନ୍ତି ।

ସେଥିପାଇଁ ପେଟ୍ରୋଲ ପମ୍ପ କର୍ମଚାରୀ ଏହାକୁ ପୂର୍ବରୁ ସେଟ୍ କରି ରଖିଥାନ୍ତି । ଯାହାଦ୍ବାରା ସେମାନଙ୍କର ପରିଶ୍ରମ କମ୍ ହୋଇଥାଏ ଆଉ କାର୍ଯ୍ୟ ଶୀଘ୍ର ହୋଇଥାଏ । ଗ୍ରାହକମାନେ ଭାବିଥାନ୍ତି କି କିଛି ଭୁଲ ଅଛି ଆଉ କମ୍ ତେଲ ଯୋଗାଇ ଦିଆଯାଉଛି ସେଥିପାଇଁ ସେମାନେ ଏଭଳି ୧୧୦ କିମ୍ବା ୫୦୫ ଟଙ୍କାର ତେଲ ପକାଇ ଥାଆନ୍ତି । ହିସାବ କରି ପେଟ୍ରୋଲ ପମ୍ପରେ ତେଲ ପଡ଼ିଥାଏ । ୧୧୦ ବା ଆଉ କିଛି ଟଙ୍କାର ତେଲ ଆପଣଙ୍କୁ ସଠିକ୍ ତେଲ ଦେବ ବୋଲି କିଛି ଠିକ୍ ନାହିଁ । ଏଭଳି ପରିସ୍ଥିତିରେ ଆପଣଙ୍କୁ ପେଟ୍ରୋଲ ପମ୍ପ ଉପରେ ବିଶ୍ୱାସ କରିବାକୁ ପଡ଼ିବ ।