ରାଜନୀତିକୁ ଫେରିବେ ପାଣ୍ଡିଆନ୍, ବିଜେଡ଼ିରେ ରହି ବିଜେପିକୁ ଓଡିଶାରୁ କରିବେ କି ସଫା? ଜାଣନ୍ତୁ ପୁରା ଖବର

ବିଜେଡି ରାଜନୀତିରେ ପାଣ୍ଡିଆନଙ୍କ ନାଁ କିଏ ବା ଜାଣି ନାହିଁ । ଏବେ ପୁଣି କିଛି ଖବର ବିଜେଡି ନେତା ପାଣ୍ଡିଆନଙ୍କୁ ନେଇ ଆସିଛି । ଏବେ ଖବର ଆସୁଛି କି ବିଜେଡିକୁ ଫେରିବେ ବିଜେଡି ହର୍ତ୍ତା କର୍ତ୍ତା । ସେ ସନ୍ନ୍ୟାସୀ ତ୍ୟାଗି ଧରିବେ ମଙ୍ଗ । ତାଙ୍କୁ ସୋସିଆଲ ମିଡିଆରେ ନେତାମାନେ ଝୁରୁଛନ୍ତି । ଏବେ ପାଣ୍ଡିଆନ ଦଳକୁ ଏଣ୍ଟ୍ରି କରିବେ ବୋଲି ସୂଚନା ମିଳୁଛି ?

ଏବେ ଖବର ଆସୁଛି କି ତାଙ୍କୁ ରାଜନୀତିକୁ ଆଣିବାକୁ ପୁଣି କିଏ କରୁଛି ପ୍ଲାନ୍ । ଦିନେ ବିଜେଡି ନେତା ନାରା ବଜାଉଥିଲେ ଗୋ ବ୍ୟାକ୍ ଆଉ ଏବେ ନାରା ବଜାଉଛନ୍ତି ଫେରି ଆସ । ଏହା କଣ ବିଜେଡି ଦଳର ଡବଲ ଷ୍ଟାଣ୍ଡାର୍ଡ । ଏବେ ପାଣ୍ଡିଆନଙ୍କ ରିଟର୍ଣ୍ଣ ପାଇଁ ନୂଆ ଫର୍ମୁଲାରେ ବିଜେଡି । ଓଡ଼ିଶା ରାଜନୀତିରେ ଚର୍ଚ୍ଚିତ ଚେହେରା ହେଉଛନ୍ତି ପାଣ୍ଡିଆନ । ଏବେ ସେ ପୁଣି ବିଜେଡି ଦଳକୁ ରିଟର୍ଣ୍ଣ କରିପାରନ୍ତି ବୋଲି ଖବର ଆସୁଛି । ଭି କେ ପାଣ୍ଡିଆନ ସନ୍ନ୍ୟାସ ତ୍ୟାଗ କରି ବିଜେଡି ଦଳର ମଙ୍ଗ ପୁଣି ଧରିବେ ବୋଲି ଖବର ଆସୁଛି ।

ବିଜେଡି ଦଳର ବିଭିନ୍ନ ଫ୍ୟାନ୍ସ କ୍ଲବରେ ପାଣ୍ଡିଆନ ତମେ ଫେରି ଆସ, ଓଡ଼ିଶା ପାଇଁ ପାଣ୍ଡିଆନ ଆବଶ୍ୟକ, ପାଣ୍ଡିଆନ କମ୍ ବ୍ୟାକ ଏବେ ଏଭଳି କିଛି ଲେଖା ଶୁଣିବାକୁ ମିଳୁଛି । ଏବେ ଏହାକୁ ନେଇ ଅନେକ ଖବର ଆସୁଛି । ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି କି ଏହିସବୁ ପଛରେ କିଏ ରହିଛି ? ଆଉ ଯେଉଁ କର୍ମୀମାନେ ଦିନେ ନାରା ଦେଉଥିଲେ ପାଣ୍ଡିଆନ ଗୋ ବ୍ୟାକ ଆଜି ସେମାନେ କହୁଛନ୍ତି ପାଣ୍ଡିଆନ କମ୍ ବ୍ଯାକ । ପାଣ୍ଡିଆନ ମାର୍କା ନେତା କରୁଛନ୍ତି ଏହି ରଣନୀତି । ବିଜେଡି ଦଳ ହାରିବାର କାରଣ ପାଣ୍ଡିଆନଙ୍କୁ ଦିଆଗଲା । ଆଉ ପାଣ୍ଡିଆନ ଗୋ ଵ୍ୟାକ ନାରା ନବୀନ ନିବାସରେ ମଧ୍ୟ ଦିଆଗଲା ।

ପାଣ୍ଡିଆନ ଓଡ଼ିଶା ଛାଡି ଦିଅ ବୋଲି କହୁଥିଲେ । ଏବେ ପାଣ୍ଡିଆନଙ୍କୁ ପୁଣି ଲୋକମାନେ ଖୋଜୁଛନ୍ତି । ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ କହୁଛନ୍ତି ସାଧାରଣ ଲୋକ ଚାହିଁଲେ ପାଣ୍ଡିଆନ ଫେରିବେ । ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଲାଗୁଛି ପାଣ୍ଡିଆନଙ୍କ ବିନା ବିଜେଡି ଦଳର ସ୍ଥିତି ଭଲ ରହିବ ନାହିଁ ବୋଲି ଜଣା ପଡିଗଲାଣି । ସେଥିପାଇଁ ପାଣ୍ଡିଆନ ବିଜେଡି ଦଳକୁ ଫେରିବା ଆବଶ୍ୟକ ବୋଲି ଚର୍ଚ୍ଚା ହେଉଛି । ପାଣ୍ଡିଆନଙ୍କ ଫେରିବା ବିଜେଡି ଦଳକୁ ଲାଭ ଦେଉଛି ନା କ୍ଷତି ତାହା ଦେଖିବା ବାକି ରହିଲା ।