ଓଡ଼ିଶାକୁ ସମୁଦ୍ର ପଥ ଦେଇ ପ୍ରବେଶ କରୁଥିଲେ ପୁଳା ପୁଳା ଆତଙ୍କବାଦୀ…ଚାରିପଟରୁ ଘେରିଗଲେ ଯବାନ, ଜାଣନ୍ତୁ ପୁରା‌ ଘଟଣା

ପାକିସ୍ତାନ ସମୁଦ୍ରରୁ ଓଡ଼ିଶାକୁ ପଶୁଥିଲେ ଆତଙ୍କବାଦୀ । ପାକିସ୍ତାନରୁ ବଙ୍ଗଳାଦେଶ ଆଉ ତାପରେ ପଶ୍ଚିମବଙ୍ଗ ଦେଇ ଓଡ଼ିଶାକୁ ପଶୁଥିଲେ ଆତଙ୍କବାଦୀ । ମୁମ୍ବାଇ ଭଳି ଓଡ଼ିଶାରେ ବି ଆତଙ୍କବାଦୀମାନେ ଆକ୍ରମଣ କରିଥାନ୍ତେ । ଏଭଳି କରିବା ପୂର୍ବରୁ ଯବାନମାନେ ଆତଙ୍କବାଦୀ ମାନଙ୍କୁ ଘେରିଗଲେ । ଓଡ଼ିଶାକୁ ସମୁଦ୍ର ପଥ ଦେଇ ପ୍ରବେଶ କରୁଥିଲେ ପୁଳା ପୁଳା ଆତଙ୍କବାଦୀ । ମୁମ୍ବାଇରେ ଯେଭଳି ଆତଙ୍କ ମଚାଇଥିଲେ ସେହିପରି ଓଡିଶାରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥାନ୍ତେ ।

କିନ୍ତୁ ତାଙ୍କୁ ସାହି ସମୁଦ୍ର ପଥରେ ହିଁ ଅଟକ କରି ଦିଆଗଲା । ଏହି ଆତଙ୍କବାଦୀ ମାନଙ୍କୁ ମଝି ସମୁଦ୍ରରେ କାବୁ କରିଥିଲେ ଯବାନମାନେ । ମଝି ସମୁଦ୍ରରେ ଆତଙ୍କବାଦୀ ମାନଙ୍କ ସହିତ ଯୁଦ୍ଧ କରି ତାଙ୍କୁ ଯବାନମାନେ କାବୁ କରିଥିଲେ । ମାଛ ଧରା ଡଙ୍ଗାରେ କରିଥିଲେ ପୁରା ପ୍ଲାନ୍ । ଆଉ ମତ୍ସ୍ୟଜୀବୀ ମାନଙ୍କୁ କାବୁ କରି ତାଙ୍କ ଡଙ୍ଗା ନେଇ ସମୁଦ୍ର ପଥ ଦେଇ ଓଡ଼ିଶା ଭିତରକୁ ପ୍ରବେଶ କରୁଥିଲେ । କିନ୍ତୁ ପାରାଦ୍ଵୀପ ଆଉ ଅନ୍ତରଙ୍ଗରେ ଘେରି ଯାଇଥିଲେ ଯବାନମାନେ ।

କେହି ଆଉ ଖସି ଯାଇପାରିଲେ ନାହିଁ ଆଉ ମଝି ସମୁଦ୍ରରେ ଆତଙ୍କବାଦୀମାନଙ୍କୁ କାବୁ କରିଦେଲେ ଯବାନମାନେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଆତଙ୍କବାଦୀ ମାନଙ୍କୁ କିଭଳି ଆମ ଯବାନମାନେ ଗୋଡ଼ାଇ ଦେଉଛନ୍ତି ସେହି ଦୃଶ୍ୟ ଦେଖିପାରିବେ । ଏବେ ଏହି ଭିଡିଓ ବହୁତ ଚର୍ଚ୍ଚାକୁ ଆସିଛି । ଏହି ରାସ୍ତା ଦେଇ ଆତଙ୍କବାଦୀମାନେ ପ୍ରବେଶ କରୁଥିଲେ । ଆଉ ଏହି ସମୟରେ ତାଙ୍କୁ ରୋକି ଦେଇଛନ୍ତି ଯବାନ । ଏବେ ଏହାକୁ ନେଇ ସବୁଠି ଯବାନମାନଙ୍କୁ ପ୍ରଂଶସା କରାଯାଉଛି ।

ପାରାଦ୍ଵୀପ ଆଉ ଅନ୍ତରଙ୍ଗ କୂଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସମୁଦ୍ରରେ ମିଳିତ ଅପରେସନ କରାଯାଇଛି । ପ୍ରତ୍ୟେକ ଥର ଦୁଇ ଥର ଏଥିପାଇଁ ଅଭ୍ୟାସ କରାଯାଏ । ଆତଂକବାଦୀମାନଙ୍କୁ କିଭଳି ଧରି ପାରିବେ ଆଉ ତାଙ୍କୁ କିଭଳି କାବୁ କରିବେ ଏନେଇ ପ୍ରତ୍ୟେକ ବର୍ଷ ଦୁଇଥର ଅପରେସନ ଶିକ୍ଷା ଦିଆଯାଇଥାଏ । ସମୁଦ୍ର ଭିତରେ ଯଦି କୌଣସି ଆତଙ୍କବାଦୀଙ୍କୁ ଦେଖାଯାଉଛି ଏଭଳି କାମ କରାଯାଉଛି । ମୁମ୍ବାଇରେ ଆତଙ୍କବାଦୀ ଘଟଣା ଘଟିବା ପରେ ଭାରତର ଉପକୂଳ ଗୁଡିକରେ ସମର ଅଭ୍ୟାସ କରାଯାଇଥିଲା ।