ପାକିସ୍ତାନରେ ବଡ ଅଘଟଣ, ଜୀବନ ପାଇଁ ଚିତ୍କାର କରିକରି ପାଣିରେ ବୁଡ଼ିଗଲେ ଗୋଟେ ପରିବାରର ୮ ଜଣ, ଜାଣନ୍ତୁ ପୁରା‌ ଖବର

ପାକିସ୍ତାନରେ ଘଟିଛି ବଡ ଅଘଟଣ । ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରି କରି ପାଣିରେ ବୁଡି ଗଲେ ଗୋଟିଏ ପରିବାରର ୧୮ ଜଣ ବ୍ୟକ୍ତି । ଆଖ ପାଖ ଲୋକମାନେ ସତ ଚେଷ୍ଟା ପରେ ବି କାହାକୁ ଉଦ୍ଧାର କରିପାରିଲେ ନାହିଁ । ପରେ ଖବର ପାଇ ସେଠାରେ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ ।

ନିଖୋଜ ହୋଇଥିବା ୧୮ ଜଣଙ୍କ ଭିତରୁ ମାତ୍ର ୭ ଜଣକ ଶବ ଉଦ୍ଧାର ହୋଇଛି । କାନ୍ଦ ବୋବାଳିରେ ପୁରା ଅଞ୍ଚଳ ଫାଟି ପଡୁଛି । ଏବେବି ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ପାକିସ୍ତାନ ଦେଶରେ ସକାଳୁ ସକାଳୁ ଏହି ଅଘଟଣ ଦେଖିବାକୁ ମିଳିଛି । ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ପ୍ରଶାସନିକ ଦଳ ସେଠାରେ ପହଞ୍ଚି ନଥିବା ବେଳେ ସ୍ଥାନୀୟ ପ୍ରଶାସନ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପାକିସ୍ତାନ ଫାଇଦର ପର୍ତ୍ତୁ ନୂଆ ପ୍ରଦେଶରେ ଏହି ଘଟଣା ଘଟିଛି ।

ଏହି ଅଞ୍ଚଳର ଗୋଟିଏ ପରିବାର ଡଙ୍ଗା ସାହାଯ୍ୟରେ ନଦୀରେ ପାର ହେଉଥିବା ବେଳେ ଏହି ଅଘଟଣ ଘଟିଛି । ଏହି ଅଘଟଣରେ ୧୮ ଜଣ ନିଖୋଜ ହୋଇଥିବା ବେଳେ ୭ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାରକାରୀ ଦଳ ଏହି ଖବର ସାମ୍ନାକୁ ଆଣିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକମାନେ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଶୁକ୍ରବାର ଦିନ ଏହି ଘଟଣା ଘଟିଛି । ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

ଶୁକ୍ରବାର ଦିନ ସନ୍ଧ୍ୟା ହୋଇ ଯାଇଥିବାରୁ ଉଦ୍ଧାରକାରୀ ଟିମ୍ ନିଖୋଜ ଲୋକଙ୍କୁ ଖୋଜିବାରେ ବାଧା ପ୍ରାପ୍ତ ହୋଇଛି । ୫ଟି ଭିନ୍ନ ଭିନ୍ନ ସ୍ଥାନରେ ଖୋଜିବା କାର୍ଯ୍ୟ ଆରମ୍ଭ ହୋଇଛି । ଆଉ ଏହି କାର୍ଯ୍ୟ ପାଇଁ ୮୦ ଜଣ ବ୍ୟକ୍ତି ନିଯୁକ୍ତି ହୋଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ନଦୀ ଜଳ ସ୍ତର ବଢ଼ିଯାଇଥିଲା ଆଉ ଏହି କାରଣରୁ ଏଭଳି ହୋଇଥିଲା । ଏବେ ଏହି ଘଟଣା ଘଟିବା ପରେ ଖୋଜିବା କାର୍ଯ୍ୟକ୍ରମ ଲାଗୁ ରହିଛି । ଏବେ ଏହି ଘଟଣାକୁ ନେଇ ସେହି ଅଞ୍ଚଳର ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।