ବିଲକୁଲ ବି ଜଳିଲା ନାହିଁ ସୌମ୍ୟାଶ୍ରୀଙ୍କର ଜୁଇ, ଲୋକେ କହିଲେ ସୌମ୍ୟାଙ୍କ ଆତ୍ମାକୁ ମିଳିନି ଶାନ୍ତି, ଜାଣନ୍ତୁ କାହିଁକି

ଆପଣମାନେ ସମସ୍ତେ ତ ବାଲେଶ୍ଵର ଜିଲ୍ଲା ଏଫଏମ କଲେଜରେ ଘଟିଥିବା ଘଟଣା ବିଷୟରେ ଜାଣିଥିବେ । ଏହି କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି କଲେଜ ଭିତରେ ଆତ୍ମହୁତି ଦେଇଥିଲେ । ସେ ନିଜ ଦେହରେ ପେଟ୍ରୋଲ ପକାଇ ନିଜକୁ ଜାଳି ଦେଇଥିଲେ । ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଗଲା । ତାଙ୍କୁ ହରାଇ ତାଙ୍କ ଗାଁ ଲୋକମାନେ ସବୁ କାନ୍ଦି ପକାଉଛନ୍ତି । ତାଙ୍କୁ ହରାଇ ତାଙ୍କ ସାହି ପଡିଶା, ସାଙ୍ଗସାଥୀ, ବନ୍ଧୁବାନ୍ଧବ ସବୁ ଦୁଃଖ ପ୍ରକାଶ କରିଛନ୍ତି।

ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ତାଙ୍କ ଜୁଇ ଯେତେବେଳେ ଜଳାଇବାକୁ ନିଆ ଯାଇଥିଲା ସେତେବେଳେ ତାଙ୍କ ଜୁଇ ଜଳି ନଥିଲା ବୋଲି ଏବେ ଖବର ଆସିଛି । ବିଲକୁଲ ବି ଜଳିଲା ନାହିଁ ସୌମ୍ୟାଶ୍ରୀଙ୍କର ଜୁଇ । ନିଆଁ ଥାଇ ଖାଲି ଧୁଆଁ ବାହାରିଲା । ଲୋକମାନେ କହିଲେ କି ସୋମ୍ୟାଙ୍କ ଆତ୍ମାକୁ ଶାନ୍ତି ମିଳି ନାହିଁ ସେଥିପାଇଁ ତାଙ୍କ ଜୁଇ ଜଳିଲା ନାହିଁ । ଯେତେ ନିଆଁ ଲଗାଇଲେ ବା ଯେତେ ବି ଘିଅ ଢାଳିଲେ ସୌମ୍ୟାଶ୍ରୀଙ୍କ ଜୁଇ ଜଳିଲା ନାହିଁ । ଜୁଇ ଚାରିପଟେ ଫୁଙ୍କିବାକୁ ଲାଗିଲେ ମଧ୍ୟ ଜୁଇ ଜଳିଲା ନାହିଁ ।

ଲୋକମାନଙ୍କ ଆଖି ପୋଡ଼ିବାକୁ ଲାଗିଲା । ସତେ ଯେମିତି ସୌମ୍ୟାଙ୍କ ଆତ୍ମା ଘଉଡାଉଛି । ସୌମ୍ୟାଙ୍କ ଆତ୍ମାକୁ ଶାନ୍ତି ମିଳିନାହିଁ ସେଥିପାଇଁ ତାଙ୍କ ଜୁଇ ନଜଳି ଏଭଳି ଧୁଆଁ ହେଉଥିଲା । ମରିବାକୁ ଚାହୁଁ ନଥିଲେ ବି ତାଙ୍କ ମୃ-ତ୍ୟୁ ବାଧ୍ୟବାଧକତାରେ ହୋଇଛି । ଭାଇ ଭଉଣୀ ବାପା ମାଆଙ୍କୁ ଛାଡି ସୌମ୍ୟାଶ୍ରୀ ମରିବାକୁ ଚାହୁଁ ନଥିଲେ ବି ତାଙ୍କୁ ବାଧ୍ୟ କରାଯାଇଥିଲା ମରିବାକୁ । ଆଉ ତାଙ୍କର ଆତ୍ମା ଏବେ ଶାନ୍ତି ପାଇ ନଥିବାରୁ ତାଙ୍କର ଜୁଇ ଜଳି ନଥିଲା । ଜୁଇକୁ ନିଆଁ ଛୁଇଁ ପାରି ନଥିଲା ।

ଗ ଲୋକମାନେ ଅନେକ ଚେଷ୍ଟା କରିଥିଲେ ତଥାପି ନିଆଁ ଧରି ନଥିଲା ଆଉ ଶେଷରେ ଗାଁ ଲୋକମାନେ ସୌମ୍ୟାଙ୍କୁ ହାତଯୋଡି ନିବେଦନ କରିଥିଲେ ଆଉ କହିଥିଲେ “ତତେ ନ୍ୟାୟ ମିଳିବ ଆଉ ଏବେ ତୁ ସ୍ୱର୍ଗକୁ ଚାଲିଯା” । ଏହାପରେ ସୌମ୍ୟାଙ୍କ ଜୁଇରେ ନିଆଁ ଧରିଥିଲା । ଶେଷରେ ପଞ୍ଚଭୂତରେ ଲୀନ ହୋଇଥିଲେ ସୌମ୍ୟାଶ୍ରୀ । ତାଙ୍କ ଭାଇଙ୍କ କାନ୍ଧରେ ଶ୍ମଶାନକୁ ଯାଇଥିଲେ ସୌମ୍ୟା । ଆଉ ଶେଷରେ ଭାଇଙ୍କ ଦ୍ଵାରା ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।