ଧରା ପଡ଼ିଗଲେ ଶାହା, ପାଣ୍ଡିଆନ୍! ନିଲାମ୍ ହେବ ଓଡ଼ିଶା, ଫସିଲା ରାଜ୍ୟ, ଜାଣନ୍ତୁ ପୁରା‌ ଖବର

ଓଡ଼ିଆ ଅସ୍ମିତା, ତାମିଲ ଅସ୍ମିତା ଆଉ ଗୁଜୁରାଟ ଅସ୍ମିତା ଭିତରେ ଲାଗିଛି ଘମାଶାନ । ଭାଙ୍ଗୁଛି ବିଶ୍ୱାସ ଭରଷା ହେଲେ ସବୁ ସରମ ତେଜ୍ୟା କରି ୨୪ ବର୍ଷ ୧୪ ମାସର ଗେମ୍ କରୁଛନ୍ତି ବିଜେପି ନେତା । ବାଘ ଭଳି ଗର୍ଜନ କରୁଥିବା ନେତା ଏବେ ବିଲେଇ ପାଲଟିଛନ୍ତି । ଆଉ ଶାଗୁଣା ପରି ଖୁମ୍ପି ଚାଲିଛନ୍ତି ଆଉଟ୍ ସୋର୍ଶିଂ ନେତା । ଏବେ ରାଜନୀତିକୁ ନେଇ ଅନେକ କଥା ଚର୍ଚ୍ଚା ହେଉଛି । ଚର୍ଚ୍ଚା ହେଉଛି କି ମୋଦୀ, ଶାହା, ମୋହନ, ମନମୋହନ, ଅଦାନି ସହ ମିଶି ଏବେ ଓଡ଼ିଶା ସହ ପୁରା ଦେଶକୁ ଲୁଟୁଛନ୍ତି ।

ପୁଣି ଆଉ ଏକ କଥା ଚର୍ଚ୍ଚା ହେଉଛି କି ନବୀନଙ୍କୁ କବ୍ଜା କରି ଓଡ଼ିଶାକୁ ଲୁଟୁଛନ୍ତି ପଣ୍ଡିଆନ ଦମ୍ପତ୍ତି । ଯିଏ ଶାସନକୁ ଆସିଲା ସିଏ ଲୁଟିଲା ହେଲେ ରାଜ୍ୟବାସୀ ଯେଉଁ ଭକୁଆକୁ ସେହି ଭକୁଆ । କିଛି ଚମଚା ହୋଇ ତ ଆଉ କିଛି ଚାଟୁକାର ହୋଇ ପଡ଼ି ରହୁଛନ୍ତି ନେତାଙ୍କ ଅଗଣାରେ । ଏବେ ଚାରିଆଡ଼େ ହାହାକାର । କେଉଁଠି ଗଣ ଦୁଷ୍କର୍ମ ତ ଆଉ କେଉଁଠି ବର୍ବରତା ଦେଖାଯାଉଛି । ନ୍ୟାୟ ପାଇବା ପାଇଁ ଲୋକମାନେ ଅନେକ କିଛି କରୁଛନ୍ତି କିନ୍ତୁ ନ୍ୟାୟ ପାଇବା ଆଶା ନ୍ୟାୟରେ ରହିଗଲା ।

ବିଜେପି ସରକାରଙ୍କୁ ନ୍ୟାୟ ପାଇଁ ଦାବି କରିଲା ପରେ ସେ କହୁଛନ୍ତି ୨୪ ବର୍ଷରେ ଯାହା ହୋଇନାହିଁ ତାହା ୧୦୦ ଦିନରେ କେମିତି ହେବ । ଟିକେ ସମୟ ଦିଅ ଆଉ ଅପେକ୍ଷା କର । ଏଭଳି କହୁଛନ୍ତି ବିଜେପି ନେତା । ଏହି କଥା ପାଇଁ ଲଜ୍ଜ୍ୟା ଲାଗିବା କଥା । ନିର୍ବାଚନ ପୂର୍ବରୁ ବିଜେପି ଆଗକୁ ଆସି ବାଘୁଣୀ ପରି ଗର୍ଜନ କରିଥିଲା କିନ୍ତୁ ଏବେ ସେମାନେ କଣ କରୁଛନ୍ତି ବୋଲି ପ୍ରଶ୍ନ ଆସୁଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନେକ କିଛି କଥା କହୁଥିଲେ କିନ୍ତୁ ଏବେ ମ୍ୟାଡାମ୍ ମଉନ ବ୍ରତ କରିଛନ୍ତି ।

ଏବେ ସନ୍ନ୍ୟାସ ନେଇଥିବା ପାଣ୍ଡିଆନ ମଧ୍ୟ ଶଙ୍ଖ ଦଳକୁ ଆସି ନେତାଙ୍କୁ ଉଠାପକା କଲେଣି । ନବୀନ ବାବୁଙ୍କ ସ୍ବାସ୍ଥ୍ୟ କଥା ବୁଝିବାକୁ ଆସିଥିବା ପାଣ୍ଡିଆନ ଦମ୍ପତ୍ତି ଏବେ କଣ ପ୍ଲାନ୍ କରିଛନ୍ତି ତାହା ଜାଣିବାକୁ ଅନେକ ନେତା ଅନାଇ ବସିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଓଡିଶାବାସୀଙ୍କୁ କିଏ ଭଲରେ ରଖୁଛି ଆଉ ଶାସନ ଭାର କିଏ ଭଲରେ ସମ୍ଭାଳୁଛି । ଏବେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଆଉ ଏଭଳି ଅନେକ କଥା ଏବେ ସାମ୍ନାକୁ ଆସୁଛି । କିଏ ଓଡ଼ିଶାବାସୀଙ୍କ ପାଇଁ ବିକାଶ କରୁଛି ଆଉ ନ୍ୟାୟ କରୁଛି ତାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।