ଆସନ୍ତା କାଲି ୧୭ରେ କଂଗ୍ରେସର ଓଡିଶା ବନ୍ଦ ଡାକରା, ଜାଣନ୍ତୁ କାହିଁକି ଏ ଷ୍ଟ୍ରାଇକ୍ ଓ କ’ଣ ଖୋଲା, କ’ଣ ବନ୍ଦ

ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ଗୁରୁବାର ଓଡ଼ିଶା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହାକୁ ନେଇ ରାଜ୍ୟ ପେଟ୍ରୋଲ ଡିଲର୍ ସଂଘ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ବନ୍ଦ ଯୋଗୁଁ ସାରା ରାଜ୍ୟରେ ପେଟ୍ରୋଲ ପମ୍ପ ୧୨ ଘଣ୍ଟା ବନ୍ଦ ରହିବ । ଏନେଇ ସଂଘ ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି ।

ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ପେଟ୍ରୋଲ ପମ୍ପ ବନ୍ଦ ରହିବ । ୩ ଡିପୋ ସହ ରାଜ୍ୟର ୩ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ସୂଚନା ମିଳିଛି । ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ କରିବ କଂଗ୍ରେସ । ଗାଡି ମୋଟର ଚଳାଚଳ ବି ବନ୍ଦ ରହିବ । କଂଗ୍ରେସ ବନ୍ଦକୁ ସମର୍ଥନ ଦେବେ 8 ଟି ରାଜନୈତିକ ଦଳ।

କଂଗ୍ରେସ କର୍ମୀମାନେ ରାଜ୍ୟର ପ୍ରମୁଖ ସ୍ଥାନମାନଙ୍କରେ ରାସ୍ତା ଅବରୋଧ କରିପାରନ୍ତି, ଯାହା ଯାନବାହାନ ଚଳାଚଳକୁ ପ୍ରଭାବିତ କରିପାରେ। ସରକାରୀ କାର୍ଯ୍ୟାଳୟ ଅଗଣାରେ ପ୍ରଦର୍ଶନ: ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ ହେବାର ସମ୍ଭାବନା ରହିଛି। ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନମାନଙ୍କରେ ରେଳ ରୋକୋ ପ୍ରଦର୍ଶନ ହୋଇପାରେ, ଯାହା ଟ୍ରେନ୍‌ ଚଳାଚଳକୁ ବାଧାପ୍ରାପ୍ତ କରିପାରେ। ବନ୍ଦ ସମୟରେ ରାଜ୍ୟରେ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନମାନେ ବନ୍ଦ ରହିବାର ସମ୍ଭାବନା ରହିଛି।

କଂଗ୍ରେସ ସମସ୍ତ ଜନସାଧାରଣ, ବିଭିନ୍ନ ସଂଗଠନ ଓ ସମାଜର ସମସ୍ତ ସ୍ତରର ଲୋକଙ୍କୁ ଏହି ବନ୍ଦକୁ ସମର୍ଥନ କରିବାକୁ ଅନୁରୋଧ କରିଛି। ଓପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ‘ଏହା କେବଳ ରାଜନୈତିକ ପ୍ରତିବାଦ ନୁହେଁ, ଏହା ଆମ ଦୁଃଖୀ ଝିଅମାନଙ୍କ ପାଇଁ ନ୍ୟାୟ ଦାବିର ଏକ ନୈତିକ ଆନ୍ଦୋଳନ।’