ଝିଅ ୨୮ କୁ ପୁଅ ୫୨, ବୟସ୍କ ଅଭିନେତା ରୁଦ୍ର‌ ମିଶଙ୍କୁ କାହିଁକି ବିବାହ କଲେ ଅଭିନେତ୍ରୀ ସ୍ମରଣିକା, ଜଣାପଡିଲା କାରଣ

ଓଡିଆ ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀ। ପୂର୍ବରୁ ଓଡି଼ଆ ସିରିଏଲରେ ସେ ଅଭିନୟ କରୁଥିଲେ। ତାଙ୍କର ଚମକ୍କାର ଅଭିନୟ ଦର୍ଶକଙ୍କ ମନ କିଣେ। ହେଲେ, ଏବେ ସେ ଓଡିଆ ସିରିଏଲ୍ ଛାଡି ଯାତ୍ରା ଦୁନିଆରେ ପାଦ ଥାପିଛନ୍ତି। ଯାତ୍ରା ଧଉଳି ଗଣନାଟ୍ୟରେ ସେ ଏବେ ଜଣେ ଆଗଧାଡିରେ ନାୟିକା ଭାବେ ପରିଚିତ ହେଲେଣୀ। ଅଭିନେତ୍ରୀ ସ୍ମରଣିକା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ସମୟ ସମୟରେ ସୋସିଆଲ ମିଡିଆରେ ପ୍ରାୟତ ନିଜର ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି।

ତେବେ, ଏହାରି ଭିତରେ ଅଭିନେତ୍ରୀଙ୍କର ଏକ ବିବାହ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଜୋରେ ଭାଇରାଲ୍ ହେବାରେ ଲାଗିଛି। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଯାତ୍ରା ଅଭିନେତା ରୁଦ୍ର ମିଶ୍ର ଓ ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀ। ଆଗାମୀ ଯାତ୍ରା ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଶା ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ଓ ଅଭିନେତ୍ରୀ।

ଭୁବନେଶ୍ୱର ଖଣ୍ଡଗିରିରେ ଆମ୍ଫୋଇ ଅନୁଷ୍ଠାନରେ ବିବାହ କରିଛନ୍ତି। ବିବାହ ସମୟରେ ଉଭୟ ପରିବାର ଲୋକ ଉପସ୍ଥିତ ନଥିଲେ। ବିନା ବେଦ ଉଚ୍ଚାରଣ, ବରଯାତ୍ରୀରେ ଏହି ବିବାହ ସମ୍ପନ୍ନ ହୋଇଛି। ନବଦମ୍ପତି ଧଉଳି ଗଣନାଟ୍ୟ ସହ କାମ କରୁଛନ୍ତି। ନାଟକ ଚଣ୍ଡାଶୋକରେ ଅଶୋକ ଏବଂ କାରୁବାକି ଭୂମିକାରେ ସାମ୍ନାକୁ ଆସିବେ ଏହି ଯୋଡ଼ି। ସେପଟେ ଏହି ବିବାହ ପରେ ବିବାଦ ଘେରକୁ ଆସିଛନ୍ତି ରୁଦ୍ର।

ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀଙ୍କ ବାପା ଏହି ବିବାହକୁ ବିରୋଧ କରିଛନ୍ତି। ସେ କହିଛନ୍ତି ‘ମୋ ଝିଅକୁ ୨୮, ତାକୁ ୫୦ କି ୫୨ ବର୍ଷ। ମୋ ଝିଅକୁ ହରଣଚାଲ୍ କରି ସେ ବାହା ହେଇଛି। ମୋ ଝିଅକୁ ଫସେଇ ବାହାଘର କରେଇଛନ୍ତି ।’ ଧଉଳି ପାର୍ଟି ମାଲିକ ବ୍ଲାକମେଲ୍ କରି ଝିଅକୁ ଘରକୁ ଛାଡ଼ୁନି । ଏବେ ନିଜ ପାର୍ଟି ବଞ୍ଚାଇବା ପାଇଁ ଯାତ୍ରା ଅଭିନେତା ରୁଦ୍ର ମିଶ୍ରଙ୍କ ସହ ବିବାହ କରାଇଛନ୍ତି।’