କାହିଁକି ଗୁଡୁଙ୍କୁ ଛାଡି ଚାଲିଗଲେ ସ୍ତ୍ରୀ ପ୍ରିୟଙ୍କା? କାନ୍ଦି କାନ୍ଦି ସ୍ତ୍ରୀ ର ପୋଲ୍ ଖୋଲିଦେଲେ କମେଡିଆନ୍ ଗୁଡୁ

ଓଡିଆ କମେଡିଆନ୍ ଗୁଡୁଙ୍କୁ ଆପଣମାନେ ସମସ୍ତେ ତ ବହୁତ ଭଲଭାବେ ଜାଣିଥିବେ । ଏବେ ଏହି ଅଭିନେତା ଜଣଙ୍କୁ ନେଇ କିଛି କଥା ସାମ୍ନାକୁ ଆସିଛି । ସେ କହିଛନ୍ତି ତାଙ୍କ ଜୀବନ ତାଙ୍କ ଫ୍ୟାମିଲି ପାଇଁ ଆରମ୍ଭ ହୋଇଛି ଆଉ ତାଙ୍କ ଜୀବନ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଯିବ । ଏବେ ସେ ଯାତ୍ରା ଜଗତରେ ପାଦ ଦେଇଛନ୍ତି । ଏବେ ସେ ତାଙ୍କ ଅଭିନୟ ମାଧ୍ୟମରେ ଅନେକ ଭଲପାଇବା ପାଇଛନ୍ତି । ଅଭିନୟ ଦେଖିବା ପରେ ଲୋକମାନେ ଖୁସି ହୋଇ ତାଳି ମାରିଥାନ୍ତି ।

ଆଉ ଅଭିନୟ ଭଲ ନ ଲାଗିଲେ ଦର୍ଶକମାନେ ଅଣ୍ଡା ଫୋପାଡି ଥାଆନ୍ତି ଆଉ ଚେୟାର ଫିଙ୍ଗି ଥାଆନ୍ତି । ତାଙ୍କ ବାପା ମାଆ ତାଙ୍କୁ ସବୁବେଳେ ତାଙ୍କୁ ସଚ୍ଚୋଟ ରାସ୍ତାରେ ରହିବାକୁ ଶିଖାଇ ଥାଆନ୍ତି । ସେ କହିଛନ୍ତି ଯିଏ ତାଙ୍କୁ ଏଠାକୁ ଆଣିଛନ୍ତି ସେ ତାଙ୍କ ମନରେ କେବେ ଦୁଃଖ କି କଷ୍ଟ ଦେବେ ନାହିଁ । ଦରକାର ପଡ଼ିଲେ ସେ ତାଙ୍କ ପାଇଁ ତାଙ୍କ ଜୀବନ ବି ଦେଇଦେବେ । ସେ ତାଙ୍କ ବିଷୟରେ କିଛି ବି କହିବେ ନାହିଁ । ସେ ଏଭଳି କିଛି କରିବେ ନାହିଁ ଯାହା କାହାର ମନକୁ କଷ୍ଟ ଦେବ ନାହିଁ ।

ଯେଉଁମାନେ ଖରାପ କମେଣ୍ଟ ଦେଉଛନ୍ତି ସେମାନଙ୍କ ଉପରେ ଯଦି ସରକାର ଫାଇନ ଲଗାଇ ଦେବେ ତାହେଲେ ହୁଏତ ଏହା ଆଉ ହେବ ନାହିଁ । ସରକାର ଯଦି ଏହି ଖରାପ କମେଣ୍ଟ ଦେଇଥିବା ଲୋକଙ୍କ ଉପରେ ୫ ହଜାର ଟଙ୍କା ଫାଇନ ଲଗାଇଦେବେ ତାହେଲେ ଏହି ଖରାପ କମେଣ୍ଟ ଆଉ କେହି ଦେବେ ନାହିଁ । ଆଉ ଯେଉଁମାନଙ୍କର କିଛି କାମ ନାହିଁ ସେମାନେ ଖରାପ କମେଣ୍ଟ ଦେବେ । ଯେଉଁମାନେ ଏଭଳି ଖରାପ କମେଣ୍ଟ ଦେଉଛନ୍ତି ସେମାନେ ତାଙ୍କ ବାପା ମାଙ୍କୁ ଏହି କମେଣ୍ଟ ଦେଖାନ୍ତୁ ।

ଆଉ ତାଙ୍କ ବାପା ମାଆ କିଭଳି ଏହାକୁ ଗ୍ରହଣ କରିବେ ତାହା ଉପରେ ନିର୍ଭର କରେ । ଯେଉଁମାନେ ଖରାପ କମେଣ୍ଟ ଦେଉଛନ୍ତି ତାହା କାହିଁକି ଦେଉଛନ୍ତି ସେମାନେ ଜାଣିଥିବେ । ଏହି ଖରାପ କମେଣ୍ଟକୁ ରିପ୍ଲେ ନଦେବା ଆଉ ଆଗକୁ ମାଡି ଯିବା ଆମର କାମ । ଅଭିନେତା ଗୁଡୁ କହିଛନ୍ତି ସେ ଯାହାକୁ ପ୍ରେମ କରିଥିଲେ ତାଙ୍କୁ ବିବାହ କରିଥିଲେ ଆଉ ସେ ତାଙ୍କୁ ଧୋକା ଦେଇ ଦେଇଛି । ଆଉ ସେ ତିନି ବର୍ଷ ହେବ ଅଲଗା ବି ହୋଇ ଯାଇଛନ୍ତି ।

ଆଉ ଏବେ ସେ ଆଉ ପ୍ରେମରେ ପଡ଼ିବେ ନାହିଁ କି ବିବାହ କରିବେ ନାହିଁ । ଯଦି ତାଙ୍କୁ ଭଗବାନ ଦ୍ଵିତୀୟ ବିବାହ କରିବାକୁ କହିବେ ତାହେଲେ ସେ ଭଗବାନଙ୍କୁ ଯିବା ପାଇଁ ବା ମରିବାକୁ ପସନ୍ଦ କରିବେ ବୋଲି କହିଛନ୍ତି । ସେ ଲୋକଙ୍କ ଭିତରେ ରହିବେ ଆଉ ଲୋକଙ୍କୁ ହସାଇବେ ଆଉ ପଇସା ଇନକମ୍ କରିବେ ଆଉ ଶେଷରେ ମରିଯିବେ ବୋଲି କହିଛନ୍ତି । ଏବେ ଏହିସବୁ କଥା ଏହି ଅଭିନେତା ଜଣକ କହିଛନ୍ତି ।