ଏହି ସାଂଘାତିକ ଅପରାଧ କରି ବନ୍ଧା ହୋଇ ଜେଲ୍ ଗଲେ ଅଭିନେତା ପାର୍ଥସାରଥୀ, ଜାଣନ୍ତୁ କାହିଁକି ବାନ୍ଧିଲା ପୁଲିସ୍

ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ । NBW ଆଧାରରେ ଗିରଫ କଲା ବଡଗଡ଼ ଥାନା ପୋଲିସ । କୋର୍ଟ ନିୟମ ଖିଲାପ କରିଥିବାରୁ ଗିରଫ ନିର୍ଦ୍ଦେଶ ଦେଇଥିଲେ JMFC କୋର୍ଟ । ପାର୍ଥଙ୍କ ବିରୋଧରେ ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା । ଅଭିନେତା ପାର୍ଥଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି।

ତେବେ ପୂର୍ବରୁ ତାଙ୍କର ଛାଡପତ୍ର ମାମଲା ଚାଲିଥିଲା । ପାର୍ଥଙ୍କ ବିରୋଧରେ ହତ୍ୟା ଧମକ ଓ ଭିଡିଓ ଭାଇରାଲ ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା । ଖାରବଳ ନଗର ଥାନାରେ ଦୀର୍ଘ ଦିନ ଧରି ଅଭିଯୋଗ ହୋଇଥିଲା । ସେହି ମାମଲାର ଶୁଣାଣି ପାଇଁ କୋର୍ଟଙ୍କ ପକ୍ଷରୁ ବାରମ୍ବାର ସମନ ଆସିଥିଲେ ମଧ୍ୟ ହାଜର ହୋଇନଥିଲେ ପାର୍ଥସାରଥୀ ।

ତେଣୁ କୋର୍ଟ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ । ତେବେ ଓଡ଼ିଆ ଟେଲିଭିଜନ ଆଗଧାଡ଼ିର ନାୟକ ହେଉଛନ୍ତି ପାର୍ଥ । ସେ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି । ତା’ ସହ କିଛି ଚଳଚ୍ଚିତ୍ରରେ ମଧ୍ୟ ତାଙ୍କ ଅଭିନୟ ଦେଖିବାକୁ ମିଳିଛି । ଓଡିଆ ସିନେମା ଫାଲଗୁନ ଚୈତ୍ର, ଡାଲଚିନି, ତ୍ରିକନ୍ୟା, ଚରିତ୍ର, ଡିୟର ପୁରୁଷ ଆଦି ସିନେମାରେ ତାଙ୍କୁ ଦେଖିବାକୁ ମିଳିଛି । ଗିରଫ ସମ୍ପର୍କରେ ଅଭିନେତା କିମ୍ବା ତାଙ୍କ ଆଇନଗତ ଦଳ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବିବୃତ୍ତି ଜାରି କରାଯାଇ ନାହିଁ।