ଗର୍ଭବତୀ ସମୟରେ ଫିଜିକାଲି ଟରଚର୍ କରୁଥିଲେ OAS ବାବୁ, ଜବରଦସ୍ତି ରଖୁଥିଲେ ଶାରୀରିକ ସମ୍ପର୍କ, ଜାଣନ୍ତୁ ପୁରା‌ ଘଟଣା

ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ସ୍ବାମୀ ସାର୍ଥକ ମହାପାତ୍ରଙ୍କ ବିରୋଧରେ ପତ୍ନୀ ଅର୍ଚ୍ଚନା ଦାଶ ବର୍ଷିଛନ୍ତି। ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କହି କହିଛନ୍ତି, ଛାଡ଼ପତ୍ର ନୋଟିସ ପାଇନାହିଁ। ମୁଁ ତାଙ୍କ ଘରେ ରହୁଥିଲି, ମୁଁ କେମିତି ନିର୍ଯାତନା ଦେବି। ମୋର ସ୍ବାମୀ ମୋତେ ଓ ମୋ ଛୁଆକୁ ହସ୍ପିଟାଲରେ ଏକୁଟିଆ ଛାଡ଼ି ଚାଲି ଆସିଲେ।

ହସ୍ପିଟାଲ ପେମେଣ୍ଟ ଦେଇନାହାନ୍ତି, ମୋ ପାଖରେ ସବୁ ପ୍ରମାଣ ଅଛି। ମୋ ଶାଶୁଙ୍କ ସେବା କରିଛି, ବୋହୂ ଭାବେ ସବୁ କର୍ତ୍ତବ୍ୟ କରିଛି। ମୁଁ ସମାଧାନ ଚାହୁଁଛି। ଗତ ୯୦ ଦିନ ଧରି ସବୁ ଚେଷ୍ଟା କଲି। ଶେଷରେ ଅନ୍ୟ ଉପାୟ ନ ପାଇ ମୁଁ ଥାନାର ଦ୍ବାରସ୍ଥ ହୋଇଛି।

ଏହା ପୂର୍ବରୁ ପତ୍ନୀଙ୍କ ଦ୍ବାରା ମହିଳା ଥାନାରେ ଅଭିଯୋଗ ପରେ ଓଏଏସ୍ ସାର୍ଥକ ସୌରଭ ମହାପାତ୍ର ପୁଲିସ ନିକଟରେ ହାଜର ହୋଇଥିଲେ। ମହିଳା ଥାନାରୁ ବାହାରିବା ପରେ ସାର୍ଥକ ସୌରଭଙ୍କ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ପତ୍ନୀ ଅର୍ଚ୍ଚନା ଦାଶଙ୍କ ସମସ୍ତ ଅଭିଯୋଗ ମିଥ୍ୟା। ମୋ ଛଡ଼ା ମା’ର କେହି ନାହାନ୍ତି। ମାଆ ଓ ଭଉଣୀଙ୍କୁ ସପୋର୍ଟ ଦରକାର। ପତ୍ନୀ କେବେ ସପୋର୍ଟ ଦେଉ ନଥିଲେ। ମା’ଙ୍କୁ ମୁଁ ସମୟ ଦେଲେ ଯେମିତି ଅପରାଧ କରିଦେଲି ସେହିପରି ବ୍ୟବହାର ଦେଖାଉଥିଲେ। ଭାବିଥିଲି, ଛୁଆ ହେଲେ ସବୁ ସ୍ୱାଭାବିକ ହୋଇଯିବ। ଛୁଆ ଜନ୍ମବେଳେ ହସ୍ପିଟାଲରେ ୩ ଦିନ ରହି ସବୁ ସେବା କରିଛି। ତାଙ୍କ ଘର ପକ୍ଷରୁ କୌଣସି ସହଯୋଗ ମିଳିଲାନି। ତୁମ ଘରେ ରହିଲି ବୋଲି ଛୁଆକୁ କୁପୋଷଣ ହେଲା କହିଲେ ପତ୍ନୀ। ମା’ ଅସୁସ୍ଥ ହେବାରୁ ହସ୍ପିଟାଲରୁ କିଛି ସମୟ ଘରକୁ ଆସିଥିଲି। ଫେରିବାର ଘଣ୍ଟାଏ ବିଳମ୍ବ ହେବାରୁ ହସ୍ପିଟାଲରେ ତୁମ୍ବିତୋଫାନ କଲେ। ଏହା ପରେ ମୁଁ ଡିଭୋର୍ସ ଫାଇଲ କରିଛି। ଛୁଆକୁ ଏବେ ଯାଏଁ ମୁଁ ଦେଖିନି ଫର୍ମାଲ ସେଟିଂରେ ମୁଁ ଦେଖିବାକୁ ଚାହୁଁଛି। ମୁଁ ଅତୁଲ ସୁବାଷ ନୁହେଁ, ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବି। କୋର୍ଟଙ୍କ ଉପରେ ଭରସା ଅଛି, ଜଗନ୍ନାଥଙ୍କ ଉପରେ ଭରସା ଅଛି।

ଏହା ପୂର୍ବରୁ ପତ୍ନୀଙ୍କ ଦ୍ବାରା ମହିଳା ଥାନାରେ ଅଭିଯୋଗ ପରେ ଓଏଏସ୍ ସାର୍ଥକ ସୌରଭ ମହାପାତ୍ର ପୁଲିସ ନିକଟରେ ହାଜର ହୋଇଥିଲେ। ମହିଳା ଥାନାରୁ ବାହାରିବା ପରେ ସାର୍ଥକ ସୌରଭଙ୍କ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ପତ୍ନୀ ଅର୍ଚ୍ଚନା ଦାଶଙ୍କ ସମସ୍ତ ଅଭିଯୋଗ ମିଥ୍ୟା। ମୋ ଛଡ଼ା ମା’ର କେହି ନାହାନ୍ତି। ମାଆ ଓ ଭଉଣୀଙ୍କୁ ସପୋର୍ଟ ଦରକାର। ପତ୍ନୀ କେବେ ସପୋର୍ଟ ଦେଉ ନଥିଲେ।

ସୂଚନାଯୋଗ୍ୟ, ଅର୍ଚ୍ଚନା ଦାଶ କିଛି ଦିନ ପୂର୍ବରୁ ଭୁବନେଶ୍ୱର ମହିଳା ଥାନାରେ ନିଜ ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ରାଜ୍ୟ ସରକାରରେ ଉଚ୍ଚ ପଦବିରେ ଥିବା ଓଏଏସ୍ ଅଧିକାରୀ ସାର୍ଥକ ସୌରଭ ମହାପାତ୍ରଙ୍କ ସହିତ ୨୦୨୪ ମସିହାରେ ତାଙ୍କର ଧୂମଧାମରେ ବିବାହ ହୋଇଥିଲା ବୋଲି କହିଛନ୍ତି। ବିବାହର ବର୍ଷେ ପରେ ପୁଅ ହୋଇଥିଲା। କେବଳ ସ୍ୱାମୀ ନୁହଁନ୍ତି, ବରଂ ଶାଶୁ କବିତା ମଞ୍ଜରୀ ରଥ ଓ ନଣନ୍ଦ ସାଇନା ସୋନାଲି ମହାପାତ୍ର ମାନସିକ ନିର୍ଯାତନା ସହ ଗାଳିଗୁଲଜ ଓ ଅବହେଳା ଭଳି ଅଭିଯୋଗ କରିଛନ୍ତି। ଗତ ମେ’ ମାସରେ ହୋଇଥିଲା ପୁତ୍ର ସନ୍ତାନ। ପୁତ୍ର ଜନ୍ମ ହେବା ପରେ ଡାକ୍ତରଖାନା ବେଡ଼ରେ ପତ୍ନୀ ଓ ନବଜାତ ପୁତ୍ରଙ୍କୁ ଛାଡ଼ି ଫେରାର ହୋଇଯାଇଥିଲେ ସ୍ୱାମୀ ସାର୍ଥକ ସୌରଭ। ଆଜିକୁ ତିନି ମାସ ବିତିଯାଇଥିଲେ ବି ସେ କୌଣସି ସମ୍ପର୍କ ନରଖି ଦୂରେଇ ଯାଇଛନ୍ତି। ବାରମ୍ବାର ଫୋନ୍ କରିବାକୁ ଚେଷ୍ଟା କରିଥିଲେ ବି ତାଙ୍କ ସ୍ୱାମୀ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି।