ସିବିଲ୍ ସ୍କୋର୍ ଖରାପ ଥିଲେ ବି ମିଳିବ ଲୋନ୍, ସରକାରଙ୍କ ବଡ଼ ନିଷ୍ପତ୍ତି, ଜାଣନ୍ତୁ ପୁରା‌ ଖବର

ସରକାର ଲୋକଙ୍କୁ ଅନେକ ସାହାଯ୍ୟ କରିଥାନ୍ତି । ଅନେକ ଲୋକଙ୍କ ପାଇଁ ଅନେକ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଇଥାନ୍ତି । ଆପଣମାନେ ତ ଜାଣିଥିବେ ସରକାର ଋଣ ଦେଇଥାନ୍ତି । ଆଉ ସରକାର ଋଣ ଦେବା ପୂର୍ବରୁ ଅନେକ କିଛି ଯାଞ୍ଚ କରିଥାନ୍ତି । ସିଭିଲ ସ୍କୋର କଣ ତାହା ତ ଆପଣମାନେ ଜାଣିଥିବେ । ସିଭିଲ ସ୍କୋର ଖରାପ ଥିଲେ ଋଣ ମିଳେନାହିଁ ବୋଲି ଅନେକ ଲୋକ ଭାବିଥିଲେ ।

ଆଉ ଏହା ହୁଏତ ସତ ମଧ୍ୟ ଥିଲା କିନ୍ତୁ ଏବେ ଋଣଧାରୀଙ୍କ ପାଇଁ ଖୁସି ଖବର ଆସିଛି । ଏବେ ଋଣଧାରୀଙ୍କ ପାଇଁ ସରକାର ନୂଆ ନିଷ୍ପତ୍ତି ଆଣିଛନ୍ତି । ଲୋନ ନେଉଥିଲେ ସାବଧାନ ହୋଇଯାଆନ୍ତୁ । ଆପଣଙ୍କ ସିଭିଲ ସ୍କୋର କମ୍ ଅଛି କି ? ଆପଣମାନେ ଯେତେବେଳେ କାର ବାଇକ୍ ଏବଂ ଅନ୍ୟାନ୍ୟ କିଛି ସାମଗ୍ରୀ ପାଇଁ ଲୋନ୍ ନିଅନ୍ତି ସେତେବେଳେ ପ୍ରଥମେ ଆପଣଙ୍କର ସିଭିଲ ସ୍କୋର ଯାଞ୍ଚ କରାଯାଇଥାଏ । ଏବେ ସରକାର ଏହାକୁ ନେଇ ଏକ ବଡ ଆଶ୍ୱସ୍ତି ଦେଇଛନ୍ତି ।

ଯଦି ଆପଣଙ୍କର ସିଭିଲ ସ୍କୋର ଖରାପ ଥାଏ ତାହେଲେ ଆପଣ ବ୍ୟାଙ୍କରୁ ଋଣ ପାଇପାରିବେ ନାହିଁ । ପ୍ରକୃତରେ ସିଭିଲ ସ୍କୋର ହେଉଛି ଋଣ ଦେବାର ଏକ ପାରାମିଟର । ସିଭିଲ ସ୍କୋର ୩୦୦ ରୁ ୯୦୦ ପର୍ଯ୍ୟନ୍ତ ହୋଇଥାଏ । ଏହି ଆଧାରରେ ତାଙ୍କର କାର୍ଯ୍ୟ ଦକ୍ଷତା ନିର୍ଣ୍ଣୟ କରାଯାଇଥାଏ । ସିଭିଲ ସ୍କୋର ଯେତେ ଅଧିକ ହୁଏ ସେତେ ଋଣ ଦେବା ପରିମାଣ ବୃଦ୍ଧି କରାଯାଇଥାଏ । ଏହା ମଧ୍ୟ କଥା ସତ ଅଟେ କି ଯାହାର ସିଭିଲ ସ୍କୋର ୩୦୦ ରୁ ୬୦୦ ହୋଇଥାଏ ତାକୁ ବ୍ୟାଙ୍କ୍ ଋଣ ଦେବାରେ ହେଳା କରିଥାଏ ।

କିନ୍ତୁ ଏବେ ଖବର ଆସୁଛି କି ସିଭିଲ ସ୍କୋରକୁ ମାନଦଣ୍ଡ ଭାବରେ ବିବେଚିତ କରାଯିବ ନାହିଁ । ସରକାର ଏବେ ନିଷ୍ପତି ନେଇଛନ୍ତି ଯେ ଯଦି କାହାର ସିଭିଲ ସ୍କୋର ଖରାପ ଥାଏ ତାହେଲେ ବ୍ୟାଙ୍କ୍ ଋଣ ଦେବାକୁ ମନା କରିବ ନାହିଁ । ଯଦି କେହି ପ୍ରଥମ ଥର ପାଇଁ ଲୋନ ଆଣିବ ତାହେଲେ ତାହାକୁ ସିଭିଲ ସ୍କୋର ମଗାଯିବ ନାହିଁ । ସିଭିଲ ସ୍କୋରର ପ୍ରକୃତ ନାମ ହେଉଛି ସିଆଇଆର । କ୍ରେଡିଟ ଇନଫରମେଶନ ରିପୋର୍ଟ ହେଉଛି ଏହାର ପ୍ରକୃତ ନାମ । ଏହାକୁ ଲୋକମାନେ ସିଭିଲ ସ୍କୋର ନାମରେ ଜାଣିଛନ୍ତି ।