ଆସିଲେ ନବୀନଙ୍କ ବଡ଼ ଭାଇ ଦେଖି ପାଣ୍ଡିଆନ କାବା, କିଏ ହେବ ଉତ୍ତରାଧିକାରୀ କହିଦେଲେ ଭାଇ ପ୍ରେମ !

ଦୀର୍ଘ ଦିନ ପରେ ନବୀନ ନିବାସକୁ ଆସିଛନ୍ତି ବିଜୁ ବାବୁଙ୍କ ବଡ଼ ପୁଅ ତଥା ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ। ନବୀନ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବା ପରେ ପ୍ରେମ ପଟ୍ଟନାୟକ, ତାଙ୍କୁ ଭେଟିବାକୁ ଆସିଥିବା କୁହାଯାଉଛି । ତେବେ ହଠାତ ସେ କାହିଁକି ଆସିଛନ୍ତି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ନବୀନଙ୍କ ବଡ ଭାଇ ଧାଇଁ ଆସିଲେ ଆଉ ତାଙ୍କୁ ଦେଖି ପାଣ୍ଡିଆନ କାବା ହୋଇ ଯାଇଛନ୍ତି । ଦୁଇଭାଇଙ୍କ ଭିତରେ ଉତ୍ତରାଧିକାରୀକୁ ନେଇ ଆଲୋଚନା ହେଲା ।

ନବୀନଙ୍କ ବଡ ଭାଇ ପ୍ରେମ୍ ଉତ୍ତରାଧିକାରୀ କିଏ ହେବ ତାହା କହିଦେଲେ । ଏହି ଉତ୍ତରାଧିକାରୀ ବିଷୟରେ ଶୁଣିବା ପରେ ପାଣ୍ଡିଆନଙ୍କ ମୁହଁ ଶୁଖି ଗଲା । ପାଣ୍ଡିଆନଙ୍କ ବିରୋଧୀ ବିଜେଡି ବିଧାୟକ ଦେଲେ ସୂଚନା । ପାଣ୍ଡିଆନ ଯେଉଁ ଆଶା ନେଇ ବିଜେଡି ଦଳକୁ ଆସିଥିଲେ ତାହା ପୂରଣ ହେବ କି ନାହିଁ ସନ୍ଦେହ । କାରଣ ନବୀନ ନିବାସରେ ଏଣ୍ଟ୍ରି କରିଛନ୍ତି ପ୍ରେମ ପଟ୍ଟନାୟକ । ଆଉ ତାଙ୍କୁ ଦେଖି ପାଣ୍ଡିଆନ ପୁରା ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ପାଣ୍ଡିଆନଙ୍କ ମୁହଁ ପୁରା ଶୁଖି ଯାଇଛି ।

ପାଣ୍ଡିଆନଙ୍କ ଉତ୍ତରାଧିକାରୀ ହେବା ସ୍ବପ୍ନ ଏବେ ମଉଳି ଗଲା ଆଉ ପାଣ୍ଡିଆନ ଏବେ କଣ କରିବେ ? ଯିଏ ଉତ୍ତରାଧିକାରୀ ହେବେ ତାଙ୍କ ନାଁ କହିଲେ ପ୍ରେମ ପଟ୍ଟନାୟକ । ଏହିସବୁ କଥା ବିଜେଡି ବିଧାୟକମାନେ ଯେଉଁମାନେ ପାଣ୍ଡିଆନଙ୍କ ବିରୋଧୀ ସେମାନେ ନିଜ ପରିଚୟ ଗୁପ୍ତ ରଖି କହିଛନ୍ତି । ବିଜେଡି ଦଳରେ ଏବେବି ପାଣ୍ଡିଆନଙ୍କର ବିରୋଧୀ ଅନେକ ବିଧାୟକ ଅଛନ୍ତି । ସେମାନେ କେବେବି ଚାହୁଁ ନଥିଲେ ପାଣ୍ଡିଆନ ଦଳକୁ ଫେରି ଆସନ୍ତୁ ବୋଲି । ଆଉ ଏବେ ପାଣ୍ଡିଆନ ଦଳକୁ ଫେରି ଆସିଛନ୍ତି ।

ଏବେ ବାରମ୍ବାର ନବୀନଙ୍କ ଦେହ ଖରାପ ହେବା କାରଣରୁ ତାଙ୍କ ପାଖକୁ ଆସି ଯାଇଛନ୍ତି ଭି କେ ପାଣ୍ଡିଆନ । ଆଉ ଏବେ ନବୀନ ନିବାସ ପହଞ୍ଚି ଯାଇଛନ୍ତି ତାଙ୍କ ଭାଇ ଆଉ ନବୀନଙ୍କ ପୁତୁରା ଉତ୍ତରାଧିକାରୀ ହେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ନବୀନ ନିବାସରେ ନବୀନଙ୍କ ବଡ ଭାଇ ଆଉ ପାଣ୍ଡିଆନ ଏବଂ ନବୀନଙ୍କ ଚିକିତ୍ସା କରୁଥିବା ଡାକ୍ତର ସେଠାରେ ଉପସ୍ଥିତ ଅଛନ୍ତି । ସମସ୍ତେ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛନ୍ତି । ଆଉ ଏବେ ଏହାକୁ ନେଇ ଅନେକ କଥା ଆସୁଛି । ଉତ୍ତରାଧିକାରୀ କିଏ ହେବ ଏହାକୁ ନେଇ କଥା ଆସୁଛି । ବିଜେଡି ଦଳର ଉତ୍ତରାଧିକାରୀ ନବୀନ ପଟ୍ଟନାୟକଙ୍କ ଭାଇଙ୍କ ପୁଅ ହେବ ବୋଲି କଥା ଆସୁଥିବା ବେଳେ ଏବେ ନବୀନ ପଟ୍ଟନାୟକ ଏହାକୁ ନେଇ କଣ କହୁଛନ୍ତି ଏହାକୁ ନେଇ କଥା ଆସୁଛି ।